Related Contents

ଦୁଷ୍କର୍ମ ଓ ହତ୍ୟା ଉଦ୍ୟମର ଶିକାର ହୋଇଥିବା ୬ ବର୍ଷର ନାବାଳିକାର ମୃତ୍ୟୁ

କଟକ: ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ ର ଶିକାର ହୋଇଥିବା ସାଲେପୁର ଅଞ୍ଚଳର ୬ ବର୍ଷର ନାବାଳିକା ରବିବାର କଟକ ବଡ଼ଡାକ୍ତରଖାନାରେ ଆଖି ବୁଜିଛନ୍ତି। ଦୀର୍ଘ ଆଠ ଦିନ ହେବ ସେ ଏସ୍‌ସିବିର ଶିଶୁ ବିଭାଗ ଟ୍ରୋମା ଆଇସିୟୁରେ ମୃତ୍ୟୁ ସହ ସଂଗ୍ରାମ କରୁଥିଲେ। ଡାକ୍ତରମାନେ ବହୁ ଉଦ୍ୟମ କରି ମଧ୍ୟ ପୀଡ଼ିତାକୁ ବଞ୍ଚାଇ ପାରି ନାହାନ୍ତି।

ସୂଚନାଯୋଗ୍ୟ ଦୁଷ୍କର୍ମ ଓ ହତ୍ୟା ଉଦ୍ୟମର ଶିକାର ହେବା ପରେ ନାବାଳିକାକୁ ମୂମୁର୍ଷୁ ଅବସ୍ଥାରେ ଗତ ଏପ୍ରିଲ ୨୧ରେ ଉଦ୍ଧାର କରାଯାଇଥିଲା। ଏହା ପରେ ଗୁରୁତର ଭାବେ ଏସ୍‌ସିବିରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ ମଧ୍ୟ ନାବାଳିକାର ସ୍ୱାସ୍ଥ୍ୟାବସ୍ଥାରେ କୌଣସି ପରିବର୍ତ୍ତନ ଦେଖାଯାଇ ନଥିଲା। ତାଙ୍କର ବ୍ରେନ୍‌ ଷ୍ଟେମ୍‌ କାମ କରିବା ଶନିବାର ଠାରୁ ବନ୍ଦ ହୋଇ ଯାଇଥିଲା। ତାକୁ ଚିମୁଟିଲେ ମଧ୍ୟ ଯନ୍ତ୍ରଣା ଲାଗୁ ନଥିଲା। ସେହିପରି ଆଖି ଉପରେ ଆଲୋକର ପ୍ରଭାବ ମଧ୍ୟ ନଥିବା ମଧ୍ୟ ଡାକ୍ତର ଦଳ ଦେଖିବାକୁ ପାଇଥିଲେ |

Comments are closed.