ରିପୋର୍ଟ : ପ୍ରଣତି ସାବତ //
କାଶୀନଗର,(୧୨/୦୯) : ଗତ ଗଣେଶ ପୂଜା ଆଗ ଦିନ ୯ ତାରିଖ ସନ୍ଧ୍ୟା ୫ ଟା ରେ କାଶୀନଗର ଫରେଷ୍ଟ ଛକ ଅଞ୍ଚଳରେ ରହୁ ଥିବା ରଞ୍ଜନ(୧୪) ଓ ଗଣେଶ(୧୪) ଉଭୟେ ସାଇକେଲରେ ଗଣେଶ ମୂର୍ତ୍ତି ଦେଖିବାକୁ ଓ ବୁଲିବାକୁ ଘରେ କହି ବହାରି ପଡ଼ିଥିଲେ ।
ଗଣେଶ ମୂର୍ତ୍ତି ଦେଖିବାକୁ ଯାଇ ରାତ୍ର ୯ଟା ସୁଦ୍ଧା ଘରେ ପହଞ୍ଚି ନ ଥିବାରୁ ଘର ଲୋକ ଓ ପୋଲିସ, ଦମକଳ ବାହିନୀର ସହାୟତାରେ ଖୋଜା ଖୋଜି ଆରମ୍ଭ ହେଲା । ସେମାନଙ୍କ ଡ୍ରେସ୍,ଜୋତା ଓ ସାଇକେଲ ଠାବ ହେଲା ପରେ ଉଭୟେ ମୃତ ହୋଇଥିବା ସନ୍ଧେହ ଦୂର ହୋଇଥିଲା । ୧୦ତାରିଖ ସକାଳେ ୯ ଟା ବେଳେ ରଞ୍ଜନର ଶବ ମିଳିଥିଲା । ହେଲେ ଗଣେଶର ପତ୍ତା ମିଳି ନ ଥିଲା । ଆଜି ପୁଣି ଏକ ଓଡ଼ରଫ ଟିମ୍ ଓ କାଶୀନଗର ପୋଲିସ ମିଳିତ ଭାବେ ଖୋଜା ଖୋଜି ଆରମ୍ଭ ହୋଇଛି ।