Friday, March 29, 2024

Top 5 This Week

Related Posts

ଗଣେଶ ମୂର୍ତ୍ତି ଦେଖିବାକୁ ଯାଇ ୨ ନିଖୋଜ : ଓଡରଫ ସହାୟତାରେ ଗଣେଶକୁ ଖୋଜା ଚାଲିଛି

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର,(୧୨/୦୯) : ଗତ ଗଣେଶ ପୂଜା ଆଗ ଦିନ ୯ ତାରିଖ ସନ୍ଧ୍ୟା ୫ ଟା ରେ କାଶୀନଗର ଫରେଷ୍ଟ ଛକ ଅଞ୍ଚଳରେ ରହୁ ଥିବା ରଞ୍ଜନ(୧୪) ଓ ଗଣେଶ(୧୪) ଉଭୟେ ସାଇକେଲରେ ଗଣେଶ ମୂର୍ତ୍ତି ଦେଖିବାକୁ ଓ ବୁଲିବାକୁ ଘରେ କହି ବହାରି ପଡ଼ିଥିଲେ ।358e14d8 0422 454e 8f98 63cd11723134 ଗଣେଶ ମୂର୍ତ୍ତି ଦେଖିବାକୁ ଯାଇ ୨ ନିଖୋଜ : ଓଡରଫ ସହାୟତାରେ ଗଣେଶକୁ ଖୋଜା ଚାଲିଛି

ଗଣେଶ ମୂର୍ତ୍ତି ଦେଖିବାକୁ ଯାଇ ରାତ୍ର ୯ଟା ସୁଦ୍ଧା ଘରେ ପହଞ୍ଚି ନ ଥିବାରୁ ଘର ଲୋକ ଓ ପୋଲିସ, ଦମକଳ ବାହିନୀର ସହାୟତାରେ ଖୋଜା ଖୋଜି ଆରମ୍ଭ ହେଲା । ସେମାନଙ୍କ ଡ୍ରେସ୍,ଜୋତା ଓ ସାଇକେଲ ଠାବ ହେଲା ପରେ ଉଭୟେ ମୃତ ହୋଇଥିବା ସନ୍ଧେହ ଦୂର ହୋଇଥିଲା । ୧୦ତାରିଖ ସକାଳେ ୯ ଟା ବେଳେ ରଞ୍ଜନର ଶବ ମିଳିଥିଲା । ହେଲେ ଗଣେଶର ପତ୍ତା ମିଳି ନ ଥିଲା । ଆଜି ପୁଣି ଏକ ଓଡ଼ରଫ ଟିମ୍ ଓ କାଶୀନଗର ପୋଲିସ ମିଳିତ ଭାବେ ଖୋଜା ଖୋଜି ଆରମ୍ଭ ହୋଇଛି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles