Related Contents

ସରକାରୀ ଅଧିକାରୀଙ୍କ ଉଦାସୀନତା ମନୋଭାବ ଯୋଗୁଁ ସ୍ୱଚ୍ଛ ଭାରତ ମିଶନ ଫେଲ-ପାପଡାହାଣ୍ଡି

ନବରଙ୍ଗପୁର : (ଏ.ସତିଷ) ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ବ୍ଲକର ପଣ୍ଡିକେ।ଟ ଗ୍ରାମରେ ସ୍ୱଚ୍ଛ ଭାରତ ମିଶନ ଦିଗହରା ହୋଇପଡିଛି।

ଏହି ଯୋଜନା ମାଧ୍ୟମରେ ନିର୍ମାଣ କରାଯାଉଥିବା ବ୍ୟକ୍ତିଗତ ପାଇଖାନାକୁ କିଛି ନିର୍ଦ୍ଧିଷ୍ଟ ସ୍ୱଂୟ ସହାୟକ ଗୋଷ୍ଠୀକୁ ଦେଇଥିବା ବେଳେ ପାଇଖାନା ନିର୍ମାଣରେ ବ୍ୟାପକ ଅନିୟମିତ। ହୋଇଥିବା ଅଭିଯୋଗ ହୋଇଛି।ପାଇଖାନା ନିର୍ମାଣ ନିମ୍ନମାନ ଓ ଗୁଣବତା ସଠିକ ହୋଇ ନଥିବା ବେଳେ ବର୍ଷ ବର୍ଷ ଧରି କାମ ସରୁନଥିବାରୁ ଅନେକ ପାଇଖାନା ଅଧପନ୍ତରିଆରେ ପଡି ରହିଛି।ଗ୍ରାମର ବହୁ ପାଇଖାନାର ଟାଙ୍କିର ପ୍ଲେଟ ଅତି ନିମ୍ନମାନ କାମ ହୋଇଥିବାରୁ ତିଆରିର ୬ଦିନ ମଧ୍ୟରେ ଭାଙ୍ଗିଯାଇଥିବା ହିତଅଧିକାରୀ ଅଭିଯୋଗ କରିଛନ୍ତି।ସ୍ୱଚ୍ଛ ଭାରତ ମିଶନ ଯୋଜନାରେ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ରାଜ୍ୟ ସରକାରଙ୍କୁ ପ୍ରଦାନ କରୁଥିବା ବେଳେ ସରକାରୀ ଅଧିକାରୀଙ୍କ ଉଦାସୀନତା ମନୋଭାବ ଯୋଗୁଁ ସ୍ୱଚ୍ଛ ଭାରତ ମିଶନ ଫେଲ ମାରିଅଛି।ଏହି ଗ୍ରାମରେ ୧୦୦ ରୁ ଅଧିକ ପାଇଖାନା ରୁଛି ନାମକ ଏନ ଜି ଓ କାମ କରୁଥିବାର ଜଣା ପଡିଛି।
ଏହିଗ୍ରାମର ପାଇଖାନା ବ୍ୟବହାର ଉପଯୋଗୀ ହୋଇନଥିବାରୁ ଗ୍ରାମର ଅଧିକାଂଶ ପରିବାର ଖୋଲା ପଡ଼ିଆରେ ମଳତ୍ୟାଗ କରୁଛନ୍ତି।ପାଇଖାନା ନିର୍ମାଣ ସମୟରେ କୋୖଣସି ଅଧିକାରୀ ତଦାରଖ କରିବାକୁ ଆସୁ ନ ଥିବା ଅଭିଯୋଗ କରିଛନ୍ତି। ବିଭାଗୀୟ ଅଧିକାରୀ ଓ ଏନଜିଓ ମିଳିମିଶି ପାଇଖାନା ବାବଦୀୟ ଅର୍ଥ ଆତ୍ମସାତ କରିଥିବା ସାଧାରଣରେ ଅଭିଯୋଗ ହୋଇଛି।ଏହି ଘଟଣାର ଜିଲ୍ଲାପାଳ ଓ ଗ୍ରାମ୍ୟ ଜଳ ଯୋଗାଣ ଅଧିକାରୀ ତଦନ୍ତ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

Comments are closed.