ଚାରି ଜଣ ଯୁବକ ଙ୍କୁ ଲଙ୍କାଗୁଣ୍ଡ ଦେଇ ଗ୍ରାମବାସୀଙ୍କ ମରଣାନ୍ତକ ଆକ୍ରମଣ : ଯୁବକଙ୍କ ଅବସ୍ଥା ସଙ୍କଟାପନ୍ନ

0
225

ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗୀର,ତା(୧୨/୦୯) : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ଼ ଥାନା ଅଧିନସ୍ଥ ଘୋଡାର ଗ୍ରାମ ପଞ୍ଚାୟତ ରେ ଟିଟିଲାଗଡ଼ ହାଟପଦା ପଡ଼ା ର ଚାରି ଜଣ ଯୁବକ ଙ୍କୁ ମିଳିତ ଆକ୍ରମଣ କରି ଗୁରୁତର ଆହତ କରିଦେଇଥିବା ସୂଚନା ମିଳିଛି ।

ପ୍ରକାଶ ଯେ,ଟିଟିଲାଗଡ଼ ହାଟପଦା ପଡ଼ା ର ମୁବାରକ ଅଲି(ବ-୨୫),ଗୁଣ୍ଡୁ ବାଗ(ବ-୨୭),ବଲ ବେହେରା(ବ-୨୬),ଅଲୋକ ବେହେରା(ବ-୨୩) ନାମକ ଚାରି ଜଣ ଯୁବକ ଘୋଡ଼ାର ଗ୍ରାମ କୁ ଯାଇଥିଲେ । ଉକ୍ତ ଗ୍ରାମ ରେ କୌଣସି କାରଣ ବଶତଃ ଗ୍ରାମ ର କିଛି ବ୍ୟକ୍ତି ଙ୍କ ସହ ପାଟିତୁଣ୍ଡ ହୋଇଥିଲା । ଏପରି କି ଗ୍ରାମ ର କିଛି ମହିଳା ଙ୍କୁ ଦୁର୍ବ୍ୟବହାର କରିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି ।

ଏ ନେଇ ଗ୍ରାମର ଉଭୟ ମହିଳା ଓ କିଛି ବ୍ୟକ୍ତି ମିଶି ଉକ୍ତ ଯୁବକ ଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ମରଣାନ୍ତକ ଆକ୍ରମଣ କରି ଗୁରୁତର କରିଦେଇଥିବା ବେଳେ ତାଙ୍କୁ ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏପରି କି ଗ୍ରାମ ର ଆକ୍ରମଣ କାରି ରକ୍ତାକ୍ତ ଅବସ୍ଥାରେ ଲଙ୍କା ଗୁଣ୍ଡ ଦେଇ ଆକ୍ରମଣ କରି ଥିବା ପ୍ରକାଶ ପାଇଛି ।

ତେବେ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରିବା ପରାମର୍ଶ ଦେଇଛନ୍ତି । ଏ ନେଇ ଟିଟିଲାଗଡ଼ ମୁଖ୍ୟ ଚିକିତ୍ସାଳୟରେ ତୀବ୍ର ଉତେଜନା ସୃଷ୍ଟି ହୋଇଛି ।