Advertisements
Sunday, July 5, 2020
Home Development ନାନା ସମସ୍ୟା ରେ ବୁଡି ରହିଥିବା ଗାଁ ଟିଏ ଭୁର୍ସିବାଞ୍ଜି

ନାନା ସମସ୍ୟା ରେ ବୁଡି ରହିଥିବା ଗାଁ ଟିଏ ଭୁର୍ସିବାଞ୍ଜି

ଖପ୍ରାଖୋଲ(ଭୋଜରାଜ ବରିହା) : ବଲାଙ୍ଗୀର ଜିଲ୍ଲାର ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଭନପୁର ପଞ୍ଚାୟ ନିକଟସ୍ତ ଗାଁ ଭୁର୍ସିବାଞ୍ଜି।୨୦୦ରୁ ଉର୍ଦ୍ଧ୍ବ ଜନ ବସତି ଛୋଟ ଗାଁ ଟି ଏହି ଗାଁ କୁ ଯିବା ପାଇଁ ନା ଅଛି ରାସ୍ତା ନା ଅଛ ଯିବା ପାଇଁ ସାଧନା।ଗାଁ ର ଦୁଇ ପାର୍ଶ୍ଵରେ ଥିବା ନାଲା ଟି ହିଁ ବର୍ଷା ଦିନେ ଏହି ଅଞ୍ଚଳକୁ ବିଚ୍ଛିନ୍ନ ଅଚଳାବସ୍ଥା ପରିଣତ କରିଦିଏ।ଦୀର୍ଘ ୧୦ବର୍ଷ ହେବ ଗାଁ କୁ ସଂଯୋଗ ହେବାକୁ ଥିବା ବ୍ରିଜ ଟି ଏ ତିଆରି ହୋଇଥିଲେ ମଧ୍ୟ ତିନୋଟି ପିଲାର ରେ ସୀମିତ ହୋଇ ଅସମ୍ପୂର୍ଣ୍ଣ ଅବସ୍ଥା ରେ ପଡ଼ିରହିଛି ପୋଲ ଆଜି ପର୍ଯ୍ୟନ୍ତ ପୁନରୁଦ୍ଧାର ହୋଇ ପାରି ନାହିଁ।ସ୍ଵାଧୀନତା ୭୦ବର୍ଷ ପରେ ବି ଗାଁ କୁ ବିଜୁଳି ଆଲୁଅ ଟିଏ ମିଳିନଥିବା ବେଳେ ଛୁଆପିଲା ମାନ ରାତ୍ରି ସମୟରେ ପଢିବା ପାଇଁ ଡିବିରି ଆଲୁଅ ଏକମାତ୍ର ସାହା।ଶିକ୍ଷା ଅଧିପତନ ପାଇଁ କୌଣସି ଅନୁସାଙ୍ଗୀତ ବୀୟବସ୍ଥା ନ ଥିବା ବେଳେ ଅଙ୍ଗନବାଡି କେନ୍ଦ୍ର କୁ ଯିବାକୁ ପଡ଼େ ୦୩କି:ମି ତୁର୍ଲା ଗ୍ରାମ କୁ ପଡ଼ିଥାଏ।

ଶିକ୍ଷା ପରେ ପାନୀୟ ଜଳ ଖରା ଦିନେ ପିଇ ବାକୁ ନିକଟସ୍ଥ ସୁଖନାଲ ରୁ ବାଲିଛୁଆ ଖୋଜି ପାନୀୟ ଜଳ ସଂଗ୍ରହ କରୁଥିବା ବେଳେ ଦୁଇଟି ନାଳକୁଆ ରୁ ମାତ୍ର ଗୋଟିଏ ନଲ କୂଅ ପିଇବା ଯୋଗ୍ୟ।ଏହି ଗାଁ ଶିକ୍ଷା, ସ୍ଵସ୍ଥ, ଗମନାଗମନ ଏହିସବୁ ମୌଳିକ ସୁବିଧା ରୁ ବଞ୍ଚିତ।ଏଠାକାର ଜନସାଧାରଣ ଲୋକ ଅନେକ ସମସ୍ୟା କୁ ଜିଲ୍ଲାପାଳ ଜନଶୁଣାଣୀ ରୁ ଆରମ୍ଭ କରି ବି. ଡି.ଓ ସାଧାରଣ ଜନ ପ୍ରତିନିଧି କୁ ଅଭିଯୋଗ କଲେମଧିୟ ପ୍ରତିଶୃତି ଛଡ଼ା ଆଉକିଛି ମିଲି ନାହିଁ ।ଅତି ଦୁଃଖ ରେ କହନ୍ତି ସ୍ଥାନୀୟ ଜନ ସାଧାରଣ-ପିତାମ୍ବର ବରିହା, ଟିକେଶ୍ବର ବରିହା, ଶିବ ବରିହା ,ମନୋଜ ବରିହା,ରାମେଶ୍ୱର ବରିହା, ଜଗନ୍ନାଥ ମେହେର, ଖଗେଶ୍ବର ବରିହା, କୃଷ୍ଣ ମେହେର,ରାମ ମେହେର,ଆମର ବାଗ, ଗୋବର୍ଦ୍ଧନ ବରିହା, ମହେଶ୍ୱର ବରିହା ଇତ୍ୟାଦି।

Advertisements

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବିଦ୍ୟାଳୟ ଶ୍ରେଣୀ ଗୃହରେ ଅଚିହ୍ନl ମହିଳାଙ୍କ ସନ୍ଧେହ ଜନକ ମୃତ୍ୟୁ

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୫/୦୭): ବୈପାରୀଗୁଡା ଥାନା ଅନ୍ତର୍ଗତ କଲାର ପଞ୍ଚାୟତ ରାମପୁର ମାଳିଗୁଡାରେ ଏକ ଅମାନୁଷିକ ଘଟଣା ଘଟିଛି l

ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ଗ୍ରାମବାସୀ

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ଅନ୍ଧ ବିଶ୍ୱାସ ର ବସି ଭୁତ ହୋଇ ଗୁଣିଗାରେଡି ସନ୍ଦେହରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗଜୁଲମାମୁଡ଼ି ପଂଚାୟତ ଅନ୍ତର୍ଗତ ତୋଟାଗୁଡା...

ମାଲକାନଗିରି ଜିଲ୍ଲାରେ ମାଓ ବିରୋଧୀ ପୋଷ୍ଟର

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ମାଓବାଦୀ ଙ୍କୁ ବିରୋଧ କରି ପୋଷ୍ଟର ଲାଗିଲା ସ୍ବାଭିମାନ ଅଞ୍ଚଳରେ ।

ଜାମସେଠ ଠାରେ କରୋନା ଯୋଦ୍ଧା ଙ୍କୁ ସମ୍ବର୍ଦ୍ଧନା

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୩/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଜାମ ସେଠ ହସପିଟାଲ ଠାରେ ଝାରବନ୍ଧ ଓ ଜାମ ସେଠ...

Recent Comments

%d bloggers like this: