Related Contents

ଟଙ୍କା ପଇସା ଵି ହାର ମାନେ ସାଧୁତା ଓ ମଣିଷ ପଣିଆ ପାଖରେ

ଆଠଗଡ (ସନ୍ତୋଷ ବାରିକ): ମହେଶ୍ବର ନାଏକ ଘର ଆଠଗଡ଼ ଏନ‌ଏସି ୧ ନମ୍ବର ଓ୍ବାର୍ଡ ଗୁହାଳ ପଡିଆ । କାମ କିନ୍ତୁ ମହାନ ଗରୀବ ଶ୍ରେଣୀର ମହେଶ୍ୱର ଙ୍କ ପାଖରେ ବଞ୍ଚିଛି ଆଜି ବି ମାନବିକତା ଗତକାଲି ଆଠଗଡ଼ ରୁ ଗୋଟିଏ ଦାମୀ ମୋବାଇଲ ଟିଏ ପାଇଥିଲେ। କିନ୍ତୁ ସେ ମୋବାଇଲ ବିଷୟରେ କିଛି ଜାଣନ୍ତି ନାହିଁ କେମିତି ଦେବେ ମୋବାଇଲ ହଜିଲା ଲୋକକୁ ଶେଷରେ ପହଞ୍ଚି ଥିଲେ ଆଠଗଡ଼ ଯୁବ କଂଗ୍ରେସ ସଭାପତି ମନୋରଂଜନ ପଟ୍ଟନାୟକ ଙ୍କ ପାଖରେ ମନୋରଂଜନ ମୋବାଇଲ ରେ କଲ କରି ଜାଣିବାକୁ ପାଇଲେ ମୋବାଇଲି ଟି ଢେଙ୍କାନାଳ ଜିଲ୍ଲା ତାଳବରକୋଟ ଗ୍ରାମର ଆଦାମଙ୍କ ର ବୋଲି ଶେଷରେ ମୋବାଇଲ ଟି ମହେଶ୍ୱର ଆଦାମଙ୍କୁ ଦେଇଥିଲେ। ଆଦାମ ମହେଶ୍ୱର ଙ୍କୁ କିଛି ଟଙ୍କା ଯାଚିଥିଲେ ତାଙ୍କ ସାଧୁତା ପାଇ କିନ୍ତୁ ଗରୀବ ମହେଶ୍ୱର ଟଙ୍କା ନେବାକୁ ମନା କରି ଦେଇଥିଲେ। ମହେଶ୍ବର ଙ୍କ ଏଭଳି କାର୍ଯ୍ୟ କୁ ଆଦାମ ପ୍ରଶଂସା କରିବା ସହିତ ଧନ୍ୟବାଦ ଜଣାଇଛନ୍ତି। ମହେଶ୍ବରଙ୍କ ଭଳି ସମସ୍ତେ କରିବାକୁ ଅନୁରୋଧ।

Comments are closed.