ଗଛ ଡାଳ କାଟିବା ପଡିଲା ମହଙ୍ଗା, ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ମୃତ : ଗ୍ରାମବାସୀଙ୍କ ରାସ୍ତା ରୋକ

0
239

ରିପୋର୍ଟ : ବିଭୁତି ଲହରିଆ //
ବାଲିଗୁଡା,(୧୧/୦୯) : ବାଲିଗୁଡା ଥାନା ସୁରୁବାଲି ନିକଟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବୃଦ୍ଧଙ୍କ ମୃତ୍ୟୁ l ମୃତକ ହେଲେ ମହାସିଙ୍ଗ ଗାଁ ର ଉଦ୍ଧବ ବିନ୍ଧାଣି l ସୁରୁବାଲି ନିକଟସ୍ଥ ଏକ ଗଛ ଡାଳ କାଟିବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଉଦ୍ଧବଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା l

କିଛି ସ୍ଥାନୀୟ ବାସିନ୍ଦା ପୋଲିସ ଓ ଅଗ୍ନିଶମ ବିଭାଗ କୁ ଘଟଣା ସମ୍ବଦ୍ଧ ରେ ଜଣାଇଥିଲେ l ଘଟଣା ସ୍ଥଳରେ ବାଲିଗୁଡା ପୋଲିସ ଓ ଅଗ୍ନିଶମ ବିଭାଗ ପହଂଚି ଗଛ ଡାଳ କାଟିବା,ଗଛ ଉପରୁ ମୃତ ଦେହ ଉଦ୍ଧାର କରିଥିଲେ l ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ମୃତ ଦେହକୁ ବାଲିଗୁଡା ମେଡିକାଲ କୁ ଶବ ବ୍ୟବଛେଦ ପାଇଁ ପଠାଇବା ସମୟରେ ଘଟଣା ସ୍ଥଳରେ ଉତେଜନା ଦେଖା ଦେଇଛି l ମୃତ ଦେହ କୁ ପରିବାର ଓ ସ୍ଥାନୀୟ ଲୋକ ଉଠାଇବାକୁ ଦେଇନଥିବା ବେଳେ ଏନ.ଏଚ ୫୯ ଜାତୀୟ ରାଜପଥ ବ୍ରହ୍ମପୁର ରୁ ବାଲିଗୁଡା ରାସ୍ତା କୁ ଅବରୋଧ କରିଥିଲେ l ବିଦ୍ୟୁତ ବିଭାଗ ଘଟଣା ସ୍ଥଳରେ ପହଂଚି ଆଲୋଚନା କରିବା ସହ ଉପଯୁକ୍ତ କ୍ଷତି ପୂରଣ ନ ଦେବା ଯାଇଁ ମୃତ ଦେହ କୁ ହସ୍ତାନ୍ତର କରାଯିବ ନାହିଁ ବୋଲି ଚେତାବନୀ ଦେଇଥିଲେ ଗ୍ରାମବାସୀ l

ସେପଟେ ରାସ୍ତା ଅବରୋଧ ପାଇଁ ବହୁ ସଂଖ୍ୟାରେ ଗାଡି ମଟର ଅଟକି ଥିବା ବେଳେ କ. ନୂଆଗାଁ ରୁ ବାଲିଗୁଡା ଦେଇ ଗାଡି ଚଳାଚଳ ବନ୍ଦ ରହିଛି | ଅପରାହ୍ନରେ ବାଲିଗୁଡା ରୁ ସହକାରୀ ଜିଲ୍ଲା ପାଳ ହଳଧର ନାୟକ କ ନୂଆଗାଁ ବ୍ଲକ ଆସିଷ୍ଟାଣ୍ଟ ଇଞ୍ଜିନିୟର ଦୁର୍ଗା ପ୍ରସାଦ ପଣ୍ଡା, କନୂଆଗାଁ ତହସିଲ କର୍ମଚାରୀଙ୍କ ଉପସ୍ଥିତି ରେ ଗ୍ରାମବାସୀ ଙ୍କ ମଧ୍ୟ ରେ ଆଲୋଚନା ହେଲା ପରେ ପ୍ରଶାସନ ପକ୍ଷରୁ ୨୦ହଜାର ଟଙ୍କା ମୃତକ ପରିବାରକୁ ପ୍ରଦାନ କରାଯିବା ସହ ଆଉ ସହାୟତା ପ୍ରଦାନ କରାଯିବା ପାଇଁ ପ୍ରତିଶୃତି ପରେ ମହସିଙ୍ଗି ଗ୍ରାମବାସୀ ରାସ୍ତା ରୋକ ରୁ ହଟିଥିଲା | ଚାରି ଘଣ୍ଟାର ଗାଡି ଚଳାଚଳ ବନ୍ଦ ରହିବା ପରେ ସ୍ୱାଭାବିକ ହୋଇଥିଲା |