Related Contents

୨୯ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳନ -ରାୟଗଡା

ରାୟଗଡା (ଅମୁଲ୍ୟ ନିଶଙ୍କ): ସ୍ଥାନୀୟ ସରକାରୀ ଵସଷ୍ଟାଣ୍ଡ ଠାରେ ୨୯ତମ ସଡକ ସୁରକ୍ଷା ସପ୍ତାହ ପାଳନ ହୋଇଯାଇଛି |

ଏଥିରେ ମୁଖ୍ୟ ଅତିଥି ଭାବେ ଜ଼ିଲ୍ଲାପାଳ ଶ୍ରୀମତୀ ଗୁହା ପୂନମ ତପଶ କୁମାର, ପୋଲିସ ଏସ .ପି ରାହୁଲ ପି ଆର ଯୋଗଦେଇ ସବୁଜ ପତାକା ଦେଖାଇ ସଡକ ସୁରକ୍ଷା ରଥର ଶୁଭାରମ୍ଭ କରିଥିଲେ | ଗାଡି ଚଳାଇବା ସମୟରେ କିପରି ଭାବରେ ସତର୍କତା ଅବଲମ୍ବନ କରିବେ ସେଥିନିମନ୍ତେ କେତୋଟି ଉପଦେଶ ଦେଇଥିଲେ| ଅତ୍ୟଧିକ ବେଗରେ ଗାଡି ନ ଚଳାଇବା,ମଦ୍ୟପାନ କରି ଗାଡି ନଚଳାଇବା, ଗାଡି ଚଳାଇବା ସମୟରେ ମୋବାଇଲ ଫୋନର ଉପଯୋଗ ନକରିବା, ୧୮ ବର୍ଷର କମ ପିଲାଙ୍କୁ ଗାଡି ଚଳାଇବା ପାଇଁ ପିତା ମାତା ମାନେ ଗାଡି ନଦେବା ନିମନ୍ତେ ନିବେଦନ କରିଥିଲେ | ଦୁଇ ଚକିଆ ଗାଡି ଚଳାଇବା ସମୟରେ ହେଲମେଟ ପିଂଧିବା ସହ ଗାଡି ପଛରେ ବସିଥିବା ବ୍ୟକ୍ତି ମଧ୍ୟ ହେଲମେଟ ପିଂଧିବା,ଗାଡି ଚଳାଇବା ସମୟରେ ସଦା ସର୍ବଦା ଗାଡିର ସମସ୍ତ କାଗଜ ପତ୍ର ପାଖରେ ରଖିବା,ଟ୍ରାଫିକ ନିୟମ ମାନି ଗାଡିଚଲାଇବା ସହ ଟ୍ରାଫିକ ଦାୟିତ୍ୱରେ ଥିବାପୋଲିସ କର୍ମଚାରୀମାନଙ୍କୁ ସହଯୋଗ କରିବା, ଟ୍ରାଫିକ ପୋଲିସ ଆପଣମାନଙ୍କର ସେବାରେ ରହିଅଛି ତେଣୁ ଆପଣମାନେ ପୋଲିସ କୁ ସହଯୋଗ କରିବା ନିମନ୍ତେ ଏସ .ପି ରାହୁଲ ପି ଆର ଜନସଧାରଣକୁ ନିବେଦନ କରିଥିଲେ | ରାୟଗଡା ଆଞ୍ଚଳିକ ପରିବହ ଅଧିକାରୀ ଦିଲ୍ଲୀପ କୁମାର ଦଳି ଆଜିର ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ | ସଦାସର୍ବଦା ଗାଡିର କାଜପତ୍ର ସମ୍ପୂର୍ଣଭାବେ ଠିକଠାକ ରଖିବା ସହିତ ଗାଡି ଚଳାଇବା ସମୟରେ ସାଥିରେ ରଖିବା ପାଇଁ ନିବେଦନକରିଥିଲେ |

Comments are closed.