Friday, March 29, 2024

Top 5 This Week

Related Posts

ପୋଷଣ ମାହା – ୨୦୨୩ ର ସଫଳ ଆୟୋଜନ ଓ କାର୍ଯ୍ୟକାରିତା ପାଇଁ ଜିଲ୍ଲା ପ୍ରଶାସନକୁ ମିଳିଲା ୨ୟ ପୁରସ୍କାର

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୧୭/୧୧) : ମହିଳା ଓ ଶିଶୁ ବିକାଶ ବିଭାଗ ଓଡିଶା ସରକାରଙ୍କ ତରଫରୁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନକୁ ଦ୍ଵିତୀୟ ପୁରସ୍କାର ଭାବରେ ” ପୋଷଣ ମାହା – ୨୦୨୩ ର ସଫଳ ଆୟୋଜକ ଏବଂ ରାଜ୍ୟରେ କାର୍ଯ୍ୟକ୍ରମର ସଫଳ କାର୍ଯ୍ୟକାରିତା ହେତୁ ପୁରସ୍କୃତ କରାଯାଇଛି l

ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତରଫରୁ ସମାଜ ମଙ୍ଗଳ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ନାୟକ ଏବଂ ପୋଷଣ କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜକ ଶ୍ରୀ ସଂଜୀବ କୁମାର ମିଶ୍ର ଏହି ପୁରସ୍କାର ରାଜ୍ୟ ସରକାର ଙ୍କ ତରଫରୁ ମହିଳା ଓ ଶିଶୁ ବିକାଶ ବିଭାଗ ର ସଚିବ ଶ୍ରୀମତୀ ଶୋଭା ଶର୍ମାଙ୍କ ଠାରୁ ଗ୍ରହଣ କରିଛନ୍ତି l ପୁରସ୍କାର ପାଇବା ପରେ ଏହି ପୁରସ୍କାର ଶ୍ରେୟ ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ମାନଙ୍କୁ ଶ୍ରୀ ନାୟକ ଦେଇଛନ୍ତି l ଏହି ସଫଳତା ପରେ ସୁବର୍ଣ୍ଣପୁର ସମାଜ ମଙ୍ଗଳ ବିଭାଗକୁ ସୁବର୍ଣ୍ଣପୁର ଜିଲ୍ଲା ର ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଏବଂ ବରିଷ୍ଠ ଅଧିକାରୀ ମାନେ ଶୁଭେଚ୍ଛା ଜଣାଇଛନ୍ତି l

Popular Articles