ସର୍ବ ଭାରତୀୟ ସେବା ସମବାୟ ସପ୍ତାହର ଜିଲ୍ଲା ସ୍ତରୀୟ ମହୋତ୍ସବ ଉଦଯାପିତ

0
33
ସର୍ବ ଭାରତୀୟ ସେବା

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୧୭/୧୧) : ଓଡିଶା ସମବାୟ ବିଭାଗ ପକ୍ଷରୁ ଆୟୋଜିତ ୭୦ତମ ସର୍ବ ଭାରତୀୟ ସେବା ସମବାୟ ସପ୍ତାହ ପାଳନର ଜିଲ୍ଲା ସ୍ତରୀୟ ମହୋତ୍ସବ ଆଜି ସୁବର୍ଣ୍ଣପୁର ନିଉଁ ଟାଉନ ହଲରେ ଆଜି ଉଦଯାପିତ ହୋଇ ଯାଇଛି lWhatsapp Image 2023 11 17 At 20.44.48 (1)

ସଭାର ଅଧ୍ୟକ୍ଷ ତଥା ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ ଯୋଗ ଦେଇ ସାମୁହିକ ଭାବେ କ୍ରୟ ବିକ୍ରୟ କରିବା ଓ ସମବାୟ ଆନ୍ଦୋଳନ କୁ ଦୃଢ଼ୀଭୂତ କରିବା ଏ ଉତ୍ସବ ର ଲକ୍ଷ୍ୟ ବୋଲି କହିଥିଲେ l ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷl ସୁପାର ଠେଲା ଯୋଗ ଦେଇ ଜଣେ ଚାଷୀ ପରିବାର ର ଝିଅ ଭାବେ ସେ ନିଜର ଅନୁଭୂତିକୁ ବାଣ୍ଟିଥିଲେ l ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ, ଜିଲ୍ଲା ଯୋଗାଣ ଅଧିକାରୀ ସୁରେଶ୍ୱର ପାଣିଗ୍ରାହୀ, ପୌର ଅଧ୍ୟକ୍ଷା ତମସୀ ତାମସ୍ମିତା ନାଏକ, ରାଜ୍ୟ ହାଉସିଂ ବୋର୍ଡ ସଦସ୍ୟ ରାଜ କୁମାର ମିଶ୍ର, ପରେଶ କୁମାର ପାତ୍ର (ସହକାରୀ ମହା ସମୀକ୍ଷକ ବାଲାଙ୍ଗିର) ସୋନପୁର ସହକାରୀ ନିବନ୍ଧକ ପାଣୁ ଚରଣ ସାହୁ, ବି ଏମ ପୁର ସହକାରୀ ନିବନ୍ଧକ ପ୍ରେମାନନ୍ଦ ଦୀପ, ଯୋଗ ଦେଇ ଚାଷୀ ଓ ପ୍ୟାକ୍ସ କର୍ମଚାରୀ ଙ୍କୁ ଏ ସପ୍ତାହ ପାଳନ ର ଲକ୍ଷ୍ୟ ଉଦ୍ଦେଶ୍ୟ ଉପରେ ବିସ୍ତାର ଭାବେ ବୁଝାଇ ନିଷ୍ଠା ର ସହିତ କାର୍ଯ୍ୟ କରି ଜିଲ୍ଲା ର ସମବାୟ ସଂସ୍ଥା ର ରେକର୍ଡ ରଖିବାକୁ ପ୍ରେରଣା ଦେଇଥିଲେ l

ଏହି ଅବସରରେ ସ୍କୁଲ ଓ କଲେଜ ସ୍ତରରେ ଅନୁଷ୍ଠିତ ଜୁନିଅର ଓ ସିନିଅର ବର୍ଗର ଡିବେଟ ଓ ପ୍ରବନ୍ଧ ପ୍ରତିଯୋଗିତା ର କୃତି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା l ସହ ନିବନ୍ଧକ ଶ୍ରୀ ସାହୁ ଅତିଥି ପରିଚୟ କରିଥିଲେ l ଡୁଙ୍ଗୁରିପାଲି ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ ଉଦିତ ବାବୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ରୁବି ବେହେରା ସଭା ପରିଚାଳନା କରିଥିଲେ l ସହ ନିବନ୍ଧକ ଶ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l