ମୈତ୍ରୀ ଇନ୍ଫ୍ରା ଦ୍ୱାରା ଛାତ୍ର ଛାତ୍ରୀଙ୍କୁ କ୍ରୀଡା ସାମଗ୍ରୀ ପ୍ରଦାନ, କାଶୀପୁର

0
60
ମୈତ୍ରୀ ଇନ୍ଫ୍ରା ଦ୍ୱାରା

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୧୮/୧୧) : ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଶୁଙ୍ଗେର ସ୍ଥିତ ତ୍ରିନାଥ ଦେବ ଉଛ ବିଦ୍ୟାଳୟ ଠାରେ ମୈତ୍ରୀ ଇନ୍ଫ୍ରା ମାଇନିଙ୍ଗ ଲିମିଟେଡ ଶ୍ରୀ ଶ୍ରୀନିବାସ ରାଓଙ୍କ ତତ୍ତ୍ୱବୋଧନରେ ଛାତ୍ର ଛାତ୍ରୀଙ୍କୁ କ୍ରୀଡା ସାମଗ୍ରୀ ପ୍ରଦାନ ।

ମୈତ୍ରୀ CSR ଆନୁକୂଲ୍ୟରେ ଛାତ୍ର ଛାତ୍ରୀଙ୍କୁ ଟେବୁଲ, ଚ୍ୟାୟାର, ଆଲମାରୀ, କ୍ରିକେଟ ଖେଳ ସାମଗ୍ରୀ, ଭଲି ବଳ , ନେଟ, ଜୋତା, କ୍ରୀଡା ପୋଷାକ, ଟପି ଭଳି ବିଭିନ୍ନ କ୍ରୀଡା ସାମଗ୍ରୀ ବଣ୍ଟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୈତ୍ରୀ କମ୍ପାନୀ ଦ୍ୱାରା ପିଲାଙ୍କ ପାଇଁ କ୍ରୀଡା ବ୍ୟତୀତ ଆବଶ୍ୟକ ହେଲେ ପାଠ୍ୟ ପୁସ୍ତକ ମଧ୍ୟ ଯୋଗାଇ ଦିଅ ଯିବ ବୋଲି କହିଛନ୍ତି ଶ୍ରୀ ଶ୍ରୀନିବାସ ଯାହା ଫଳରେ ଛାତ୍ରଛାତ୍ରୀ ଭବିଷ୍ୟତରେ ପାଠପଢା ସହ କ୍ରୀଡା କ୍ଷେତ୍ରରେ ମଧ୍ୟ ଆକୃଷ୍ଟ ହେବେ ଓ ଶ୍ରେଷ୍ଠ ପ୍ରଦର୍ଶନ କରିବେ ଏବଂ ଶୃଙ୍ଖଳିତ ଓ ସ୍ୱାବଲମ୍ବୀ ହେବେ ବୋଲି କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଛାତ୍ର ଛାତ୍ରୀଙ୍କୁ ମୈତ୍ରୀ କମ୍ପାନୀ କର୍ତ୍ତୃପକ୍ଷ ଉତ୍ସାହିତ କରିଥିବା ସହ ଛାତ୍ର ଛାତ୍ରୀଙ୍କୁ କ୍ରୀଡା ସାମଗ୍ରୀ ବଣ୍ଟନ କରିଥିବା ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମରେ ମୈତ୍ରୀ ପକ୍ଷରୁ ବିଏନ ସିଂ, କଳିଙ୍ଗ କୁମାର ଧୀର, ରାଜେଶ ବିଶ୍ୱାଳ ନିହାର ରଞ୍ଜନ ସ୍ୱାଇଁ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ବିକେ.ଜେନା ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସମେତ ବିଦ୍ୟାଳୟ କର୍ତ୍ତୃପକ୍ଷ ମଧ୍ୟ ଉପସ୍ଥିତ ଥିଲେ ।