ସଠିକ୍ ଏବଂ ନିରାପଦ ଗ୍ଲାଇଫୋସେଟ ପ୍ରୟୋଗ ନିମନ୍ତେ ତାଲିମ ଶିବିର

0
47
ସଠିକ୍ ଏବଂ ନିରାପଦ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୧୬/୧୧) : ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର ଗୁଣପୁର ଠାରେ ଦୁଇ ଦିନିଆ ଅନଲାଇନ ଓ ଗୋଟିଏ ଦିନ ଅଫଲାଇନ ଗ୍ଲାଇଫୋସେଟ ପ୍ରୟୋଗ ନିମନ୍ତେ ତାଲିମ ଶିବିର ଆୟୋଜିତ ହୋଇଯାଇଛି ।Whatsapp Image 2023 11 16 At 11.56.44 (1)

ଏହି ତାଲିମ ଶିବିରରେ ଶ୍ରୀଯୁକ୍ତ ରାଜୀବ ଟୁଡୁ (ଉଦ୍ଭିଦ ସୁରକ୍ଷା ବିଭାଗ) ଙ୍କ ନେତୃତ୍ବରେ ୫୦ ଜଣ ପି ସି ଓ ମାନଙ୍କୁ ନେଇ ଗ୍ଲାଇଫୋସେଟ କୁ ସଠିକ ଓ ନିରାପଦ ଭାବରେ ପ୍ରୟୋଗ କରିବା ବିଧି ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ଶେଷ ଦିନରେ କୃଷି ବିଜ୍ଞାନ କେନ୍ଦ୍ରରେ ଗ୍ଲାଇଫୋସେଟ ପ୍ରୟୋଗ ନିମନ୍ତେ ଦକ୍ଷତା ତାଲିମର ଆୟୋଜନ କରାଯାଇଥିଲା ଓ ସେଥିରେ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକା ଏଵଂ ମୂଖ୍ୟ ଡଃ ସୁଶ୍ମିତା ମହାନ୍ତି ପି ସି ଓ ମାନଙ୍କର ମତାମତ ନେଇ କିପରି ନିରାପଦ ଭାବରେ ରାସାୟନିକ ଓ କୀଟନାଶକ ପ୍ରୟୋଗ କରିବେ ସେହି ବିଷୟରେ ସଂକ୍ଷିପ୍ତ ଟିପ୍ପଣି ରଖିବା ସହ ପ୍ରମାଣପତ୍ର ଓ ନିରାପଦ ଉପକରଣ ପ୍ରଦାନ କରିଥିଲେ ।

ରାୟଗଡ଼ା ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ୫୦ ଜଣ ପି ସି ଓ ତୃଣ ନାଶକ ଗ୍ଲାଇଫୋସେଟ ପ୍ରୟୋଗ ସମ୍ପର୍କରେ ବିସ୍ତୃତ ଜ୍ଞାନକୌଶଳ ଅର୍ଜନ କରିଥିଲେ ଓ ଏହି ତଥ୍ୟ ସବୁ ନିଜ ଅଞ୍ଚଳର ଚାଷୀ ମାନଙ୍କୁ ଶିକ୍ଷା ଦେବାକୁ ଶପଥ ନେଇଥିଲେ । ଏହି ସଭାରେ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡଃ ନାରାମ ରାମୁ (ଶସ୍ୟ ବିଜ୍ଞାନ), ବୈଜ୍ଞାନିକା ସୁଶ୍ରୀ ହିମାଦ୍ରୀ ବାଗ (କୃଷି ପାଣିପାଗ ବିଭାଗ), କାର୍ଯ୍ୟକ୍ରମ ସହାୟକ ଶ୍ରୀଯୁକ୍ତ ପରିମଳ ତରାଇ, ଗୀତାଞ୍ଜଳି ଦାସ, ସୁମିତ୍ରା ମହାନ୍ତି, ସୁଚିତ ସୋରଏଙ୍ଗ ପ୍ରମୁଖ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ ।