Friday, March 29, 2024

Top 5 This Week

Related Posts

କାମତା ଗ୍ରାମରେ ପ୍ରାକ୍ ବିଦ୍ୟାଳୟ ବାର୍ଷିକ ଉତ୍ସବ” କୋଟିଏ ହସ ” କାର୍ଯ୍ୟକ୍ରମ ଅନୁଷ୍ଠିତ

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୧୬/୧୧) : ବୋରିଗୁମ୍ମା ବ୍ଳକ୍ ଅନ୍ତର୍ଗତ କାମତା ଗ୍ରାମରେ ଅଙ୍ଗନବାଡ଼ି କେନ୍ଦ୍ର ନଂ ୧ ଓ କେନ୍ଦ୍ର ନଂ ୨ ର ମିଳିତ ଆନୁକୁଲ୍ୟରେ ମଙ୍ଗଳବାର “କୋଟିଏ ହସ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।Whatsapp Image 2023 11 16 At 11.55.46

ଏହି ପରିପ୍ରେକ୍ଷୀରେ ପିଲାମାନଙ୍କ ଦ୍ଵାରା ନୃତ୍ୟ ଗୀତ ଇତ୍ୟାଦି ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଗୁଡ଼ିକ ଅନୁଷ୍ଠିତ ହୋଇଥିବା ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଭାରତୀୟ ଜନତା ପାର୍ଟିର କୋରାପୁଟ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଭାସ୍କର ଭଟ୍ଟ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ସୁପରଭାଇଜର ସୁଶ୍ରୀ ଗୀତା ଜାନୀ ସଭାପତି ଭାବେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ତଥା ଅଭିଭାବକ ମାନେ ସହଯୋଗ କରିଥିବା ଜଣା ପଡିଛି । କାମତା ୧ ନମ୍ବର ଅଙ୍ଗନବାଡି କେନ୍ଦ୍ରର କର୍ମୀ ଶ୍ରୀମତି ଲଛମା ନାୟକ, ସହାୟିକା ଶ୍ରୀମତି ଦୈମତି ଭତ୍ରା, ୨ ନମ୍ବର ଅଙ୍ଗନବାଡି କର୍ମୀ ଶ୍ରୀମତି ସୁନାମତୀ ଜାନୀ ଓ ସହାୟିକା ଶ୍ରୀମତି ମଇନା ନାୟକ କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ ଉପସ୍ଥାନ ବଢାଇବା ପାଇଁ ମୂଖ୍ୟ ଅତିଥି ଅଭିଭାବକ ମାନଙ୍କୁ ପରାମର୍ଶ ନେଇଥିଲେ । କେନ୍ଦ୍ର ସରକାରଙ୍କ ତରଫରୁ ଅଙ୍ଗନବାଡ଼ି ଶିଶୁମାନଙ୍କୁ ଯୋଗାଇ ଦିଆ ଯାଉଥିବା ଉପକରଣ ଓ ସୁବିଧା ସୁଯୋଗ ଗୁଡ଼ିକ ଉପରେ ମୂଖ୍ୟ ଅତିଥି ଶ୍ରୀ ଭଟ୍ଟ ଆଲୋକପାତ କରିଥିବା ଜଣା ପଡିଛି ।

Popular Articles