Wednesday, November 25, 2020
Home District News ନିଜ ଜନ୍ମ ମାଟିରେ ବଞ୍ଚିବାର ରାହା ଖୋଜୁଛନ୍ତି ଅଭିମନ୍ୟୁ

ନିଜ ଜନ୍ମ ମାଟିରେ ବଞ୍ଚିବାର ରାହା ଖୋଜୁଛନ୍ତି ଅଭିମନ୍ୟୁ

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟ //
ଲମତାପୁଟ। ତା ୨୧:୧୧:୨୦): ମାତ୍ର ଦେଢ଼ ବର୍ଷ ବୟସରେ ମା କୁ ହରାଇ ବାପା ସହିତ ବାହାରିଲେ ସ୍ଥାନୀୟ ସହର ଜୟପୁର କୁ । ପୁଣି ଜୟପୁର ରୁ ସୁଦୂର ଚେନ୍ନାଇକୁ । ଧୀରେ ଧୀରେ ଅଭିମନ୍ୟୁ ବଡ଼ ହୋଇ କାମ କରିବାରେ ଲାଗିଲେ। ଏତିକିରେ ଶେଷ ହେଲାନି ଅଭିଙ୍କ ଦୁଃଖ ।

୧୭ ବର୍ଷ ବୟସରେ ବାପା ମଧ୍ୟ କୁଆଡେ ଛାଡ଼ି ଚାଲିଗଲେ ଏପର୍ଯ୍ୟନ୍ତ କୋୖଣସି ଖୋଜ ଖବର ନାହିଁ । ଦୀର୍ଘ ୨୫ବର୍ଷ ପରେ ନିଜ ଗାଁକୁ ଫେରି କାମ ସହିତ ନିଜ ଠିକଣା ଖୋଜୁଛନ୍ତି ଅଭି । ଏଭଳି ପରିସ୍ଥିତି ସମ୍ମୁଖୀନ ହୋଇଛନ୍ତି କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାହଞ୍ଜର ପଞ୍ଚାୟତ ମୁଖିପୁଟ ଗ୍ରାମର ଅଭିମନ୍ୟୁ ହନ୍ତାଳ। ଆଜକୁ ପ୍ରାୟ ୨୫ବର୍ଷ ତଳେ ଅଭିମନ୍ୟୁ ଜନ୍ମ ହୋଇଥିଲେ | ଜନ୍ମ ହେବାର ଦେଢ଼ ବର୍ଷରେ ନିଜ ବାପା ମା ଙ୍କ ସହିତ କାମ ଅନ୍ୱେଷଣ ରେ ଜୟପୁର ଯାଇଥିଲେ | ଏହି ସମୟରେ ମା ପଦ୍ମା ହନ୍ତାଳ ଆରପାରିକୁ ଚାଲି ଗଲେ। ପରେ ବାପା ଙ୍କ ସହିତ ସୁଦୂର ଚେନ୍ନାଇକୁ ଯାଇ ନିଜେ ଟ୍ରକ୍ ଇଟା ବୋହିବା ସହିତ ମିସ୍ତ୍ରୀ ରୂପେ କାର୍ଯ୍ୟ କରୁଥିଲେ। ଏହି ସମୟ ମଧ୍ୟରେ ବାପା ଅସୁସ୍ଥ ହୋଇଯାଇଥିଲେ। ହଠାତ ଦିନେ କହାକୁ କିଛି ନ କହି କୁଆଡେ ଚାଲି ଗଲେ ଯାହାକି ଏପର୍ଯ୍ୟନ୍ତ କୋୖଣସି ଖୋଜ ଖବର ନାହିଁ। କୋରନା ମହାମାରୀ ଯୋଗୁଁ ସମସ୍ତ କାମ ବନ୍ଦ ହୋଇଗଲା । ତେଣୁ ବାଧ୍ୟ ହୋଇ ନିଜ ମାଟିକୁ ଦୁଇ ମାସ ତଳେ ଫେରି ଆସି ନିଜ ସମ୍ପର୍କୀୟ ମାମୁଁ ଘର ନଳାଚୂଆଁ କୁ ଯାଇଥିଲେ | ନିଜ ମାତୃ ଭାଷା ଠିକ୍ ସେ କହି ପାରୁ ନ ଥିବାରୁ ଓ ନିଜ ପରିଚୟ ପତ୍ର କିଛି ନ ଥିବାରୁ ସେଠି ମଧ୍ୟ ଆଶ୍ରୟ ଦେବା ପାଇଁ ନାରାଜ ହେଲେ । ତାପରେ ଆଉଥରେ ଚେନ୍ନଇ ଯିବା ପାଇଁ ଏଠି ସେଠି ଘୁରି ବୁଲୁଥିବା ସମୟରେ ସ୍ଥାନୀୟ ଯୁବକ ଗୁରୁ ଖେମୁଣ୍ଡୁ ଓ ବିଜେପି ବ୍ଲକ ମଣ୍ଡଳ ସଭାପତି ସଭାପତି ଈଶ୍ୱର ଦାର୍ଲୀ ଅଭିଙ୍କୁ ଅଟକାଇ ରଖି ଅଭି କିପରି ନିଜ ଗାଁ ମାଟିରେ ଥଇଥାନ ହେବେ ପ୍ରୟାସ ଜାରି ରଖିଛନ୍ତି | ଏଭଳି ମହତ୍ ପ୍ରୟାସ କୁ ଅଞ୍ଚଳରେ ଦୁଇ ଯୁବକଙ୍କୁ ଭୂଈୟସି ପ୍ରଶଂସା କରିବା ସହ ଅଭିମନ୍ୟୁ କିପରି ନିଜ ପରିଚୟ ପାଇବା ସହ କାମ ଧନ୍ଦା ପାଇ ବଞ୍ଚି ପାରିବେ ଓ ପ୍ରଶାସନ ପକ୍ଷରୁ କେତେ ଦୂର ସାହାଯ୍ୟ କରୁଛି ଦେଖିବାକୁ ବାକିରହିଲା ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

ଝରିଗାଁ ବ୍ଲକର ସ୍ବଚ୍ଛ ଭାରତ ମିଶନରେ ୩୧କୋଟିରୁ ଉର୍ଦ୍ଧ ଦୁର୍ନୀତି, ବିଡିଓ ଙ୍କୁ ୨୪ ଘଣ୍ଟା ମଧ୍ୟରେ ଗିରଫ ଦାବି କଲେ କଂଗ୍ରେସ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଏ.ସତୀଶ // ନବରଙ୍ଗପୁର (୨୪/୧୧): ଝରିଗାଁ ବ୍ଲକର ସ୍ବଚ୍ଛ ଭାରତ ମିଶନ ଯୋଜୋନାରେ ୩୧ କୋଟିରୁ ଉର୍ଦ୍ଧ ଟଙ୍କାର ଦୁର୍ନୀତି ହୋଇଥିବାବେଳେ ଜିଲ୍ଲାର ୧୦ ଟି ବ୍ଲକ ଓ ୨...

ଗଛରେ ଝୁଲନ୍ତା ଶବ ଉଦ୍ଧାର

ରିପୋର୍ଟ : ମିନା ବେହେରା // ବନ୍ଧୁଗାଁ ତା ୨୪/୧୧/୨୦): ବନ୍ଧୁଗାଁ ଥାନା ଅନ୍ତର୍ଗତ କୁଟ୍ରାବେଡା ଗ୍ରାମ ପଞ୍ଚାୟତର ମଂଚାପଦର ଗ୍ରାମର ସୁଖିଆର ଖଞ୍ଜାକା ବୟସ ୨୦,କୌଣସି କାରଣ ଯୋଗୁଁ ପରିବାରଙ୍କୁ ନ ଜଣାଇ...

କ୍ରିକେଟ ଖେଳରେ ଜୀବନ ହାରିଲେ ଯୁବକ

ରିପୋର୍ଟ: ରାକେଶ ମହାରଣା // ବେଗୁନିଆପଡା ୨୨/୧୧): ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ବୁରୁଝୁରୀ ବାଲିବଣ ଠାରେ ପିଲାମାନେ କ୍ରିକେଟ ଖେଳୁଥିବା ସମୟରେ ଏକ ଅଭାବନିୟ ଘଟଣା କ୍ରମେ ଜଣେ ଖେଳାଳିଙ୍କ ମୁର୍ତ୍ୟୁ...

ବେଗୁନିଆପଡା ଠାରେ ମହିଳାଙ୍କ ଆତ୍ମହତ୍ୟା

ରିପୋର୍ଟ: ରାକେଶ ମହାରଣା // ବେଗୁନିଆପଡା (୨୩/୧୧): ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ସ୍ଥାନୀୟ ବାଲିସାହି ଠାରେ ରବିବାର ଦିନ ଅପରାହ୍ନରେ ଜଣେ ମହିଳା ଆତ୍ମହତ୍ୟା କରିଥିବା ଜଣାପଡିଛି l ମୃତ ମହିଳା...

Recent Comments

%d bloggers like this: