Friday, March 29, 2024

Top 5 This Week

Related Posts

ଝିଅର ବିବାହ ପାଇଁ ଜିନିଷ ପତ୍ର କିଣି ରଖିଥିଲେ, ଘରେ ନିଆଁ ଲାଗି ସବୁ ଜଳିଗଲା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଞ୍ଜାମ, (୧୬/୧୧) : ଝିଅ ବିବାହ ପାଇଁ ସୁନା ଗହଣାଠାରୁ ଆରମ୍ଭ କରି ସମସ୍ତ ଆସବାବ ପତ୍ର ଘରେ କିଣି ରଖିଥିଲେ । ଘରେ ନିଆଁ ଲାଗି ସବୁ ଜଳିପୋଡ଼ି ପାଉଁଶ ହୋଇଗଲା ।

ଅଳ୍ପ କିଛି ଦିନ ଝିଅ ବିବାହ ବାକି ଥିବା ବେଳେ କିପରି ଝିଅକୁ ଶାଶୁ ଘରକୁ ପଠାଇବେ ସେନେଇ ଚିନ୍ତାରେ ପଡ଼ିଯାଇଛନ୍ତି ପରିବାର ଲୋକେ । ଏପରି ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କମଳାପଦର ଗାଁ’ରେ । କମଳାପଦର ଗାଁ’ରେ ସ୍ୱର୍ଗତ ଦେବ ପାହାନଙ୍କ ପରିବାର ଲୋକେ ଗତକାଲି ବିଲକୁ ଧାନ କାଟିବାକୁ ଯାଇଥିଲେ । ଏହି ସମୟରେ ଘରେ ନିଆଁ ଲାଗି ଯାଇଥିଲା । ପାଖ ପଡ଼ୋଶୀ ଏହା ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଏହାସହ ଦେବଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ । ହେଲେ ନିଆଁ ଶୀଘ୍ର ଚାରିଆଡେ ବ୍ୟାପିଯାଇଥିଲା । କିଛି ଘଣ୍ଟାର ଅକ୍ରାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା । ସେତେବେଳକୁ ଅଗ୍ନିକାଣ୍ଡରେ ୩ବଖରା ଘର, ଧାନ ଚାଉଳ, ଆସବାବପତ୍ର ପୋଡ଼ି ପାଉଶଁ ହୋଇ ଯାଇଥିଲା । ସର୍ଟସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି । ଦେବଙ୍କ ପରିବାରକୁ ସରକାର ସହାୟତା ଦେବା ପାଇଁ ଗ୍ରାମବାସୀ ନିବେଦନ କରିଛନ୍ତି l

Popular Articles