ମହିଳାଙ୍କୁ ଟାଙ୍ଗିଆରେ ହାଣି ନିର୍ମ୍ମମ ଭାବେ ହତ୍ୟା

0
35
ମହିଳାଙ୍କୁ ଟାଙ୍ଗିଆରେ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୮/୧୧) : ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ହାଟମୁନିଗୁଡା ନିକଟ ରାମକ୍ରୀଷ୍ଣା ମିଶନ ନିକଟରେ ଏକ ଘରେ ଜଣେ ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଦେଖିବାକୁ ମିଳିଛି ।Whatsapp Image 2023 11 09 At 17.35.04

ମୃତକ ଜଣକ ବୁରୁଜୁଗୁଡା ଗ୍ରାମର ନନ୍ଦ୍ଦିନି ନାଏକ । ସେ ରାମକ୍ରୀଷ୍ଣା ମିଶନ ରେ ବଗିଚା କାମ କରି ଚଳନ୍ତି ସେ ଜଣେ ସମ୍ପର୍କୀୟଙ୍କ ଘରେ ପ୍ରାୟ ସମୟରେ ରହିଯାଆନ୍ତି । ସେହି ସମ୍ପର୍କୀୟଙ୍କ ଘରେ ହି ତାଙ୍କୁ ହତ୍ୟା କରାଯାଇଛି । ସେହି ସମ୍ପର୍କୀୟ ଭାଇହି ନନ୍ଦିନିଙ୍କୁ ହତ୍ୟା କରିଥିବା ଜଣାପଡିଛି । ହତ୍ୟାର କାରଣ ଅସ୍ପଷ୍ଟ ଥିବାବେଳେ ଘଟଣାସ୍ଥଳରେ ମୁନିଗୁଡା ପୋଲିସ ପହଞ୍ଚି ତଦନ୍ତ କରୁଛି କିଛି ସମୟପରେ ସାଇଣ୍ଟିଫିକ୍ ଟିମ ଆସିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।