ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ପାଇଁ ସମିତି ସଭାଗୃହରେ ପ୍ରସ୍ତୁତି ବୈଠକ

0
58
ବ୍ଲକ ସ୍ତରୀୟ ଭୀମଭୋଇ

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୮/୧୧) : ମୁରିବାହାଲ ସମିତି ସଭାଗୃହରେ ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଆୟୋଜନ ପାଇଁ ବୁଧବାର ଦିନ ବୈଠକ ଅନୁଷ୍ଠିତ ହୋଇଯାଇଛି lWhatsapp Image 2023 11 09 At 09.48.24

ଆସନ୍ତା ନଭେମ୍ବର ୨୧ ତାରିଖ ହେବାକୁ ଥିବା ଭୀମଭୋଇ ସାମର୍ଥ୍ୟ ଶିବିର ପାଇଁ ବୈଠକ ଅନୁଷ୍ଠିତ ହୋଇଥିଲା l ମୁରିବାହାଲ ବ୍ଲକର ସମସ୍ତ ଭିନ୍ନକ୍ଷମ ମାନଙ୍କୁ କିଭଳି ଭିନ୍ନକ୍ଷମ ସାର୍ଟିଫିକ ଠିକ ଭାବରେ ପ୍ରଦାନ କରାଯିବ ସେ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିବା ସହିତ ବ୍ଲକ ସମସ୍ତ ଭିନ୍ନକ୍ଷମ ଯେମିତି ଏହି ସୁବିଧା ରୁ ବଞ୍ଚିତ ନ ହେବେ ସମସ୍ତ ଭିନ୍ନକ୍ଷମ ଏହି ଶିବିରକୁ ଉପସ୍ଥିତ ରହିବେ ସେଥିପାଇଁ ସମସ୍ତଙ୍କୁ ଯୋଗାଯୋଗ କରିବାପାଇଁଏହି ବୈଠକରେ ଆଲୋଚନା ହୋଇଥିଲା lWhatsapp Image 2023 11 09 At 09.48.23

ମୁରିବାହାଲ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୂର୍ଣ୍ଣାନନ୍ଦ ପଟେଲଙ୍କ ଅଧ୍ୟକ୍ଷତାରେ,ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର, ଜିଲ୍ଲାପରିଷଦ ଉପାଧ୍ୟାକ୍ଷା ମିଥିଲା ମାଝୀ, ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଥବିର ମେହେର, ସିଡିପିଓ ସୁପ୍ରଭା ମହାପାତ୍ର, ଏବିଇଓ ହୀରାସିଂ ମାଝୀ, ପିଏ ଅମୁଲ୍ୟ ହୋତା, ଡବ୍ଲୁଇଓ ଭିଙ୍ଗ ରାମ ମାଝୀ, ବିପିଏମ ଡ଼. ଗୋପାଲ କୃଷ୍ଣ ଦୀପ, ବ୍ଲକ ସରପଞ୍ଚ ସଙ୍ଘ ସଭାପତି ବିଶ୍ୱବିହାରୀ ଯୋଶୀ,ସରପଞ୍ଚ କାଲିଆ ସରାଫ, ସରପଞ୍ଚ ପ୍ରିୟବ୍ରତ ପ୍ରଧାନୀ, ପିଇଓ ଆନନ୍ଦ ପୁଟା ପିଇଓ ପ୍ରକାଶ ପନିକା, ପିଇଓ ଗଣଦୀପ ପୋଡ଼ ସମେତ ଅଙ୍ଗନବାଡ଼ି ସୁପରଭାଇଜର, ଅଙ୍ଗବାଡି କର୍ମୀ, ସିଆରପି, ଏମବିକେ ଏହି ବୈଠକ ରେ ଯୋଗଦେଇଥିଲେ l ବିଏସଏସଓ ରିଙ୍କୁ ମେହେର କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ରାଜସିଂ ବାବୁ ଧନ୍ୟବାଦ ଦେଇଥିଲେ l