ଉଦଳା ନିର୍ବାଚନ ମଣ୍ଡଳୀର ମହା ସମାବେଶରେ ଅକ୍ଷୟ କୁମାର

0
52
ଉଦଳା ନିର୍ବାଚନ ମଣ୍ଡଳୀର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମୟୁରଭଞ୍ଜ, (୦୫/୧୧) : ମୟୂରଭଞ୍ଜ ଜିଲ୍ଲାର ଉଦଳା ନିର୍ବାଚନ ମଣ୍ଡଳୀର ମହା ସମାବେଶରେ ଅକ୍ଷୟ କୁମାର ।Whatsapp Image 2023 11 06 At 09.41.51 (1)

ଆଜି ସକାଳ ୧୧ ଟା ସମୟରେ ଉଦଳା ଥାନା ଛକ ଠାରୁ ବିଶାଳ ଶୋଭାଯାତ୍ରାରେ ନବନିର୍ମାଣ କୃଷକ ସଂଗଠନ ର ରାଷ୍ଟ୍ରୀୟ ସଂଯୋଜକ ତଥା ମୋ’ଦଳ’ ର କାର୍ଯ୍ୟକାରୀ ସଭାପତି ଅକ୍ଷୟ କୁମାର ଓ ରାଜ୍ୟ ପ୍ରଚାର କମିଟି ଅଧ୍ୟକ୍ଷ ଶେଷଦେବ ନନ୍ଦଙ୍କୁ ଚାଷୀ ନେତୃତ୍ବ ମାନେ ସ୍ଵାଗତ ସମ୍ବର୍ଦ୍ଧନା କରି ନାଗପାଳ ଆଦିବାସୀ ପଡ଼ିଆ ପର୍ଯ୍ୟନ୍ତ ବିଭିନ୍ନ ସ୍ଲୋଗାନ ଦେଇ ପାଛୋଟି ନେଇଥିଲେ । ମୋ’ଦଳ’ ରାଜ୍ୟ କାର୍ଯ୍ୟକାରୀ ସଭାପତି ଅକ୍ଷୟ କୁମାର ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ କୁ ଆଇନରେ ପରିଣତ କରିବା ପାଇଁ ଚାଷୀ ମାନଙ୍କୁ ଏକ ହୋଇ ଲଢ଼ିବାକୁ ଆହ୍ବାନ କରିଥିଲେ । ଶେଷଦେବ ନନ୍ଦ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅବହେଳା ପାଇଁ ମୟୁରଭଞ୍ଜ ଜିଲ୍ଲାର ବିକାଶ ନା ବିନାଶ ହୋଇଛି ପ୍ରଶ୍ନ କରିଛନ୍ତି ସରକାରୀ ବ୍ୟବସ୍ଥାକୁ କାହିଁକି ସାଧାରଣ ଆଦିବାସୀ ଲୋକ ଆଜି ପର୍ଯ୍ୟନ୍ତ ତା’ର ମୌଳିକ ଅଧିକାର ପାଇଲା ନାହିଁ ତାହା ଚିନ୍ତାର ବିଷୟ ।

ତେଣୁ ଚାଷୀ ମାନେ ଆଉ କୌଣସି ଦଳର ପତକା ନ ଧରି କୃଷକ ନିଜ ନିଜର ପ୍ରତିନିଧିଙ୍କୁ ‘ମୋ ଦଳ’ ମାଧ୍ୟମରେ ବିଧାନସଭାକୁ ପଠାଇବା ପାଇଁ ସଙ୍କଳ୍ପ ନେଇଛନ୍ତି । ଜିଲ୍ଲା ପ୍ରଭାରୀ ଚିନୁ ଦାଶ, ପ୍ରାଣବନ୍ଧୁ ପଲେଇ, ବୈଦ୍ୟନାଥ ରଥ, ସୌମେନ୍ଦ୍ର ବେହେରା, ରମାକାନ୍ତ ନାଏକ, ଭାସ୍କର ବେଜ୍, ରାମସାଇ ହେମ୍ବ୍ରମ, ରାମକୃଷ୍ଣ ନାଏକ, ରବିନ୍ଦ୍ର ପୋଥାଳ, ଶିବପ୍ରସାଦ ସେଠୀ, ପଦ୍ମଲୋଚନ ମହାନ୍ତ, ଶ୍ରବଣ ଛାଟିଆ, ପ୍ରଫୁଲ୍ଲ ମଣ୍ଡଳ ପରି ଅନେକ ଚାଷୀ ନେତୃତ୍ବ ସଭାରେ ଉପସ୍ଥିତ ଥିଲେ ।