ନୂତନ ତହସିଲଦାରଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କଲେ ମୁରିବାହାଲ ବିକାଶ ମଞ୍ଚ

6
75
ନୂତନ ତହସିଲଦାରଙ୍କୁ

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୨/୧୧) : ମୁରିବାହାଲ ବ୍ଲକ ବିକାଶ ମଞ୍ଚ ତରଫରୁ ଗୁରୁବାର ଦିନ ନୂତନ ତହସିଲଦାର ଆୟୁବ ମଣ୍ଡଳଙ୍କୁ ଫୁଲତୋଡ଼ା ଦେଇ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ ।WhatsApp Image 2023-11-02 at 20.11.33

ଏହି ଅବସରରେ ଅଞ୍ଚଳର ସମସ୍ୟା ବିଷୟରେ ଜଣାଇଥିଲେ । ବିକାଶ ମଞ୍ଚ ପାଇଁ ସରକାରୀ ଜାଗା ଖଣ୍ଡିଏ ପାଇଁ ବିକାଶ ମଞ୍ଚ ପକ୍ଷରୁ ଅନୁରୋଧ କରିଥିଲେ । ତହସିଲଦାର ଶ୍ରୀ ମଣ୍ଡଳ ଉଚ୍ଚ କର୍ତ୍ତୃ ପକ୍ଷଙ୍କୁ ଜଣାଇବାପାଇଁ କହିଥିଲେ । ଏହି ସାକ୍ଷାତ ସମୟରେ ସଭାପତି ଫାଲ୍ଗୁନୀ ହାତୀ, ସମ୍ପାଦକ ଥବିର ସା, ସହସମ୍ପାଦକ ମଦନ ଥାଟି, କୋଷାଧ୍ୟକ୍ଷ ହରିଦାସ ତାଣ୍ଡି, ଅଶୋକ ପଧାନ, ଦୁର୍ଯ୍ୟୋଧନ ନାଗ ,ଦ୍ବାରୀ ତାଣ୍ଡି, ମନୁ ହଂସ, ପିଙ୍କୁ ବାଗ, ଜିତେନ ହାତୀ, ବଜରଂଗ ଷାଣ୍ଢ, ସୁରେଶ ସାହୁ, ରାଧାକାନ୍ତ ବଘାର୍, ଯେମନ୍ତ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।

6 COMMENTS

Comments are closed.