ଶିଶୁପୁତ୍ରକୁ ଜନ୍ମଦେଇ ଆରପାରିକୁ ଚାଲିଗଲା ମା’

0
45
ଶିଶୁପୁତ୍ରକୁ ଜନ୍ମଦେଇ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗୀର, (୦୧/୧୧) : ଶିଶୁପୁତ୍ରକୁ ଜନ୍ମଦେଇ ଆରପାରିକୁ ଚାଲିଗଲା ମା’ । ଡାକ୍ତରଙ୍କ ଅବହେଳା ଯୋଗୁଁ ହୋଇପାରିଲାନି ଚିକିତ୍ସା ।

ନିଜ ଛୁଆର ମୁହଁ ଦେଖିବା ଆଗରୁ ମାଆ ଆଖି ବୁଜିଦେଲା । ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଟିଟିଲାଗଡ଼ ଡାକ୍ତରଖାନାରୁ । ସୂଚନା ମୁତାବକ ଗତକାଲି ଟିଟିଲାଗଡ଼ ଡାକ୍ତରଖାନାରେ ପରାଶରା ପଞ୍ଚାୟତ ଛତଭଟା ଗାଁ’ର ଗର୍ଭବତୀ ସଙ୍ଗୀତା ଆଡ଼ଯୁଆଡଙ୍କୁ ଭର୍ତ୍ତି କରିଥିଲେ । ତେବେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ଡାକ୍ତରଙ୍କ ଅବହେଳା ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଗୋଟିଏ ନବଜାତ ଶିଶୁପୁତ୍ରକୁ ମା’ ଜନ୍ମ ଦେଇ ଆର ପାରିକୁ ଚାଲି ଯାଇଥିବା ବେଳେ ପରିବାର ଲୋକଙ୍କ ମଧ୍ୟରେ ଶୋକାକୁଳ ପରିବେଶ ଦେଖା ଦେଇଛି l ବାରମ୍ବାର ଏହି ଡାକ୍ତରଖାନାରେ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସୁଥିବା ଦେଖିବାକୁ ମିଳିଛି l ଘଟଣା ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ l