ସିନ୍ଦୁରପୁରରେ ନୂଆଖାଇ ଭେଟ ଘାଟ ତଥା ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ

0
40
ସିନ୍ଦୁରପୁରରେ ନୂଆଖାଇ

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୩୧/୧୦) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସିନ୍ଦୁରପୁର ଶ୍ରୀ ଗୋପାଳଜି ମନ୍ଦିର ଖୋଲା ମଣ୍ଡପ ପ୍ରାଙ୍ଗଣରେ ନୂଆଖାଇ ଭେଟଘାଟ ତଥା ପ୍ରତିଭା ସମ୍ମାନ ଓ ଭଜନ ସନ୍ଧ୍ୟା କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା ।

ସିନ୍ଦୁରପୁର ଶ୍ରୀ ଗୋପଲଜୀ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଭକ୍ତ ଚରଣ ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଜିଲ୍ଲା ଖାଉଟି ବିବାଦ ସମାଧାନ ମଞ୍ଚ ସଭାପତି ସୁବାଶ ଚନ୍ଦ୍ର ନାୟକ,ମୁଖ୍ୟବକ୍ତା ଭାବେ ସିଦ୍ଧାର୍ଥ ଡ଼ିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ .ଧରେନ୍ଦ୍ର କୁମାର ନାୟକ ଓ ସମ୍ମାନିତ ଅତିଥିଭାବେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସୁଶାନ୍ତ ପଣ୍ଡା, ଶିକ୍ଷକ ସୁଶୀଲ ଭୁଏ , ସାଂସ୍କୃତିକ ସଂଯୋଜକ ଦେବଦତ୍ତ ପଣ୍ଡା ମଞ୍ଚାସିନ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଛୋଟ ଛୋଟ ପିଲାମାନଙ୍କର ଅନୁଷ୍ଠିତ ନୃତ୍ୟପ୍ରତିଯୋଗିତା ହୋଇଥିଲା । ସେଥିରେ ସତ୍ୟଭାମା ଶାଣ୍ଢ ପ୍ରଥମ କ୍ରିଷ୍ଣାମୟୀ ପଣ୍ଡା ଦ୍ଵିତୀୟ ଓ ଗଙ୍ଗା ଶାଣ୍ଢ ତୃତୀୟ ସ୍ଥାନ ଅଧିକାର କରିଥିଲେ । ନୃତ୍ୟ ନିକେତନ ବିନିକାର ପ୍ରତିଷ୍ଠାତା ତଥା କୋରିଓଗ୍ରାଫର୍ ଅମିତ୍ ବିକ୍ରମ ମିଶ୍ର ଓ ନୃତ୍ୟଶିଳ୍ପୀ ଶିଖା ଗରିଆ ବିଚାରକ ଭାବେ ଯୋଗଦାନ କରିଥିଲେ ।

ଏହି ଅବସରରେ ଗ୍ରାମର କିଛି ବିଶିଷ୍ଟ ପ୍ରତିଭାବାନ ବ୍ୟକିଙ୍କୁ ସମ୍ମାନିତ କରାଯାଇଥିଲା । ଗ୍ରାମର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ସର୍ବାଧିକ ନମ୍ୱର ରଖିଥିବା ପ୍ରକାଶ ସେଠି, ଯୁକ୍ତ ଦୁଇ ଶ୍ରେଣୀର ସର୍ବୋଚ୍ଚ ନମ୍ୱର ରଖିଥିବା ଓମ ପ୍ରକାଶ ପଣ୍ଡା, କୀର୍ତ୍ତନ ଗାୟକ ତଥା ମୃଦଙ୍ଗ ବାଦକ ଭାବରେ ଅଂଚଳ ରେ ନାମ କରିଥିବା ନିମାଇଚରଣ ଷାଣ୍ଢ ବିଦେଶ ପ୍ରଫେସର ଚାକିରୀ ଛାଡି ନିଜ ଅଞ୍ଚଳରେ ଇକୋ ଭିଲେଜ ଏବଂ ମୁକବଧିର ମାନଙ୍କ ପାଇଁ ମାଗଣା ସ୍କୁଲ ଖୋଲିଥିବା ଶିବାଜୀ ପଣ୍ଡା, ସାମ୍ବାଦିକ ଶାନ୍ତନୁ ପଣ୍ଡାଙ୍କୁ ସମ୍ମାନିତ କରାଯାଇ ଥିଲା । ଏଥିରେ ଶିକ୍ଷକ ବିଘ୍ନେଶ୍ୱର ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ମାନସ ରଞ୍ଜନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଭକ୍ତି ଆରାଧନା ଗ୍ରୁପ ଦ୍ୱାରା ଭଜନ ପରିବେଷଣ କରାଯାଇଥିଲା ।