ବିକ୍ରି ହେଲା ବାଲେଶ୍ୱର ବିର୍ଲା ଟାୟାର୍ସ କଂପାନୀ

0
46
ବିକ୍ରି ହେଲା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବାଲେଶ୍ୱର, (୦୧/୧୧) : ବହୁ ବାଦ ବିବାଦ ପରେ ଶେଷରେ ବିକ୍ରି ହେଲା ବାଲେଶ୍ୱର ବିର୍ଲା ଟାୟାର୍ସ କଂପାନୀ

ଦୀର୍ଘ ୩୩ ବର୍ଷ ତଳେ ବାଲେଶ୍ୱର ସହର ଉପକଣ୍ଠରେ ପ୍ରତିଷ୍ଠା ହୋଇଥିବା ଏହି ଟାୟାର କଂପାନୀରେ ଗତ ୪ବର୍ଷ ଧରି ତାଲା ଝୁଲୁଥିଲା । ୨୦୧୯ ମସିହାରୁ କର୍ମଚାରୀଙ୍କୁ ଦରମା ଦେଉନଥିବା ଅଭିଯୋଗ ହୋଇଥିଲା । ତେବେ ଏହାକୁ ହିମାଦ୍ରି ସ୍ପେଶାଲିଟି କେମିକାଲ୍ ଲିମିଟେଡ୍ ନାମକ ଏକ କଂପାନୀ ଅଧିଗ୍ରହଣ କରିଛି । ଶିଳ୍ପମନ୍ତ୍ରୀ ପ୍ରତାପ ଦେବ, ବାଲେଶ୍ୱର ଜିଲ୍ଲାପାଳ, ପୂର୍ବାଞ୍ଚଳ ଆଇଜି ଓ ବାଲେଶ୍ୱର ଏସପିଙ୍କ ଉପସ୍ଥିତିରେ ଉଭୟ ସଂସ୍ଥା ମଧ୍ୟରେ ଏହି ମାଲିକାନା ହସ୍ତାନ୍ତର ହୋଇଛି । କର୍ମଚାରୀଙ୍କ ବକେୟା ଦରମାକୁ ନେଇ ନ୍ୟାସନାଲ କମ୍ପାନୀ ଲ’ ଟ୍ରିବ୍ୟୁନାଲରେ ମାମଲା ଚାଲୁଥିଲା । ଗତ ୧୯ ତାରିଖରେ ଏହାର ସମାଧାନ ପରେ ହିମାଦ୍ରୀ କେମିକାଲ ବିକେ ବିର୍ଲାର ବକେୟା ଋଣ ବାବଦରେ ୧୧ ଶହ କୋଟି ଟଙ୍କା ଗୋଟିଏ କିସ୍ତିରେ ଦିଆଯାଇଥିଲା । ବିର୍ଲା ଟାୟାର୍ସର ୮ଶହ କର୍ମଚାରୀ ୨୮ ପ୍ରତିଶତ ବକେୟା ଦରମା ପାଇଥିଲେ ।

ଅନ୍ୟପକ୍ଷରେ ବିର୍ଲା ଟାୟାର୍ସ ଆଞ୍ଚଳିକ ଶ୍ରମିକ ସଂଗଠନ ପକ୍ଷରୁ ଏହି ନିଷ୍ପତ୍ତିକୁ ନେଇ ଅସନ୍ତୋଷ ପ୍ରକାଶ କରାଯିବ ସହିତ ନୂଆ କଂପାନୀ ସେମାନଙ୍କ ସହ କୌଣସି ଆଲୋଚନା କରିନଥିବା କହିଛନ୍ତି । ବାଲେଶ୍ୱର ଜିଲ୍ଲାପାଳ କହିଛନ୍ତି ଯେ, ନୂଆ କମ୍ପାନୀର ବୈଷୟିକ ଟିମ୍ ୭ଦିନ ଭିତରେ ଆସିବ ଏବଂ ତାପରେ କମ୍ପାନୀ କିଭଳି ଚାଲିବ ସେନେଇ ନିଷ୍ପତି ନିଆଯିବ ।