Thursday, March 28, 2024

Top 5 This Week

Related Posts

ଜଗଦୀଶ ପଣ୍ଡା ମୃତ୍ୟୁ ଘଟଣା ୫ ଦିନ ପରେ ବି ପୁଲିସ ହାତ ଖାଲି

ରିପୋର୍ଟ : ଉମାଶଙ୍କର ସାବତ //
ବିଷମକଟକ,(୦୮/୯) : ରାୟଗଡ଼ା ଜିଲ୍ଲା ବିଷମ କଟକ ଥାନା ଅଧୀନରେ ଥିବା ଖାଲସାହି ଯୁବକ ଜଗଦୀଶ ପଣ୍ଡା ଙ୍କ ମୃତଦେହ ସନ୍ଦେହଜନକ ଭାବେ ମାର୍କମା ସେତୁ ନିକଟରେ ଉଦ୍ଧାର ହେବା ଘଟଣା ଆଜିକୁ ୫ ଦିନ ବିତିଯାଇଥିଲେ ସୁଦ୍ଧା ପୁଲିସର ହାତ ଖାଲି । ଯାହାକୁ ନେଇ ଜଗଦିସ ଙ୍କ ପରିବାର ନିରାଶ ହୋଇଥିବା ବେଳେ, ନ୍ୟାୟ ପାଇବାକୁ ଚାହିଁ ବସିଛନ୍ତି ।63c6547f 1bdf 40d0 88f7 1ab02350fae0 ଜଗଦୀଶ ପଣ୍ଡା ମୃତ୍ୟୁ ଘଟଣା ୫ ଦିନ ପରେ ବି ପୁଲିସ ହାତ ଖାଲି

ଗତ ୨ ତାରିଖ ସକାଳେ ବିଦ୍ୟୁତ୍ ମରାମତି କାମ କରୁଥିବା ଜଗଦୀଶ ପଣ୍ଡା ବିଷମକଟକ ନିକଟସ୍ଥ ଶୁଙ୍କୁ ପାଢୀ ଗ୍ରାମକୁ ପାଣି ପମ୍ପ ମୋଟର ତିଆରି ପାଇଁ ଯାଉଥିବା ବେଳେ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜି ଖୋଜି ନିରାଶ ହୋଇଥିଲେ। ହେଲେ ସେହିଦିନ ପୁଲିସ ପ୍ରେଟ୍ରଲିଂ କରୁଥିବା ବେଳେ ମାର୍କମା ସେତୁ ନିକଟରେ ଜଗଦୀଶ ଙ୍କ ବାଇକ କୁ ଠାବ କରିଥିଲେ। ପରଦିନ ସେଠାରେ ଖୋଜାଖୋଜି ବେଳେ ବାଇକ୍ ଠାବ ହୋଇଥିବା ରାସ୍ତା କଡରେ ଏକ ବିଦ୍ୟୁତ ଖୁଣ୍ଟ ନିକଟରେ ଜଗଦୀଶଙ୍କ ସନ୍ଦେହ ଜନକ ଅବସ୍ଥାରେ ମୃତଦେହ ଠାବ ହେଇଥିଲା ।

ହେଲେ୫ଦିନ ବିତି ଯାଇଥିଲେ ସୁଦ୍ଧା ଜଗଦୀଶଙ୍କ ମୃତ୍ୟୁର ରହସ୍ୟ ଉପରୁ ପରଦା ହଟି ପାରୁ ନାହିଁ। କେଉଁ ପରିସ୍ଥିତିରେ ଜଗଦୀଶଙ୍କ ମୃତ୍ୟୁ ଘଟିଛି ତାହାର ଖୁଲାସା କରିପାରୁନାହିଁ ପୁଲିସ । ମୃତ ଦେହ ମିଳିବା ଘଟଣା ପରଦିନ ପୋଲିସର ସାଇଣ୍ଟିଫିକ୍ ଟିମ୍ ଅନୁନ୍ଧାନ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଥିଲା । ସନ୍ଧାନୀ କୁକୁର ଶବ ଠାବ ହେଇଥିବା ସ୍ଥାନରୁ ପାଇ ଶୁଙ୍କୁ ପାଣି ଗ୍ରାମର ଉକ୍ତ ସ୍ଥାନକୁ ଯାଇଥିଲା ଯେଉଁଠାରେ ମୋଟର ମରାମତି କାମ ଚାଲୁଥିଲା । ଏହାପରେ ପୁଲିସ ଶୁଙ୍କୁପାଡି ଗ୍ରାମ ର କିଛି ଲୋକଙ୍କୁ ପଚରାଉଚରା ପରେ ଛାଡି ଦେଇଥିବା ଜଣାପଡିଛି।90203aeb d230 4efb bca6 7dfdf9fe5a96 ଜଗଦୀଶ ପଣ୍ଡା ମୃତ୍ୟୁ ଘଟଣା ୫ ଦିନ ପରେ ବି ପୁଲିସ ହାତ ଖାଲି

ତେବେ କିଏ ଓ କାହିଁକ ଏଭଳି ଅମାନୁଷିକ କାଣ୍ଡ ଘଟାଇଛି ଏହାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ଜଗଦୀଶ୍ ଙ୍କ ପରିବାର ଓ ସ୍ଥାନୀୟ ଜନସାଧାରଣ। ଯଦି ଏହି ଘଟଣାରେ ନ୍ୟାୟ ନ ମିଳେ ତା ହେଲେ ଏସ୍ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି ଜଗଦୀଶଙ୍କ ପରିବାର | ଅନ୍ୟପଟେ ସୋମବାର ଜଣେ ବ୍ୟକ୍ତିଙ୍କ ପତ୍ନୀ ବିଷମ କଟକ ଥାନା ଯାଇ ଏହି ଘଟଣାର ସତ୍ୟାସତ୍ୟ ବାହାର କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିବେଦନ କରିଛନ୍ତି।

ଏନେଇ ବିଷମ କଟକ ଥାନା ଅଧିକାରୀ ସୁବାଷ ଚନ୍ଦ୍ର କରକରା ଙ୍କୁ ପଚାରିବାରୁ ମୃତ ଦେହକୁ ଅନ୍ୟ ସ୍ଥାନରେ ଫିଙ୍ଗି ହୋଇଥିବା ଘଟଣାକୁ ସ୍ୱୀକାର କରିଛନ୍ତି। ତେବେ ଏହି ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରହିଛି। ଘଟଣା ଘଟିଥିବା ଗ୍ରାମ ର କିଛି ସନ୍ଦିଗ୍ଧ ଲୋକଙ୍କୁ ଡାକି ପରେ ଉଚରା ଚାଲିଛି। ଖୁବଶୀଘ୍ର ଘଟଣାର ପର୍ଦ୍ଧାଫାଶ ହୋଇ ଦୋଷୀଙ୍କୁ ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles