କଣ୍ଟେନରକୁ ପିଟିଲା ଅଟୋ; ୫ ଆହତ

0
44
କଣ୍ଟେନରକୁ ପିଟିଲା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଖୋର୍ଦ୍ଧା, (୧/୧୧) : ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ କୋତରି ଛକରେ ଆଜି ସକାଳେ ସଡ଼କ ଦୁର୍ଘଟଣା ଘଟିଛି । ରାସ୍ତାରେ ଠିଆ ହୋଇଥିବା କଣ୍ଟେନରକୁ ଅଟୋ ଧକ୍କା ଦେବାରୁ ୫ ଜଣ ଆହତ ହୋଇଛନ୍ତି ।

ଆହତଙ୍କ ମଧ୍ୟରେ ୪ ଜଣ ମହିଳା ଶ୍ରମିକ ଥିବା ବେଳେ ଜଣେ ଅଟୋ ଡ୍ରାଇଭର ଥିବା ଜଣାପଡ଼ିଛି । ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସମସ୍ତଙ୍କ ଘର ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡ଼ିଛି । ଆଜି ସକାଳେ ଅଟୋଟି ମହିଳା ଶ୍ରମିକଙ୍କୁ ନେଇ ଯାଉଥିଲା । କୋତରି ଛକରେ ରାସ୍ତା ଉପରେ ଠିଆ ହୋଇଥିବା କଣ୍ଟେନରକୁ ଅଟୋଟି ଭାରସାମ୍ୟ ହରାଇ ଧକ୍କା ଦେଇଥିଲା । ଦୁର୍ଘଟଣା ୪ ଜଣ ମହିଳା ଶ୍ରମିକ ସହ ଅଟୋ ଡ୍ରାଇଭର ଗୁରୁତର ଆହତ ହୋଇଥିଲେ । ସମସ୍ତଙ୍କୁ ବାଲୁଗାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ହେଲେ ଅଟୋ ଡ୍ରାଇଭରର ଅବସ୍ଥା ଗୁରତର ଥିବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ପୁଲିସ ଅଟୋକୁ ଜବତ କରି ଘଟଣାର ତଦନ୍ତ କରୁଛି ।