ନଭେମ୍ବର ଆରମ୍ଭରୁ ‍ବଢ଼ିଲା ଗ୍ୟାସ୍‌ ଦର

3
73
ନଭେମ୍ବର ଆରମ୍ଭରୁ ‍

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୦୧/୧୧) : ଦୀପାବଳି ପୂର୍ବରୁ ଗ୍ୟାସ୍‌ ଉପଭୋକ୍ତାଙ୍କୁ ଲାଗିଛି ଝଟକା। ନଭେମ୍ବର ଆରମ୍ଭରୁ ଉପରମୁହାଁ ହୋଇଛି ଗ୍ୟାସ୍‌ ଦର । ଆଜିଠୁ ମହଙ୍ଗା ହେଲା କମର୍ସିଆଲ ଗ୍ୟାସ୍‌ ଦର

ନଭେମ୍ବର ପହିଲାରୁ ୧୯ କେଜି ବିଶିଷ୍ଟ କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ପିଛା ଦାମ ୧୦୧.୫୦ ଟଙ୍କା ବଢ଼ିଛି । ନୂଆ ରେଟ୍‌ ଲାଗୁ ହେବା ପରେ ଆଜିଠୁ ରାଜଧାନୀ ଦିଲ୍ଲୀରେ ଏହି ଗ୍ୟାସ୍‌ ସିଲିଣ୍ଡର ପିଛା ୧୮୩୩ ଟଙ୍କାରେ ପହଞ୍ଚିଛି । ଏହା ପୂର୍ବରୁ ତାହା ୧୭୩୧ ଟଙ୍କା ଥିଲା । ମୁମ୍ବାଇରେ କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ପିଛା ଦାମ ପୂର୍ବରୁ ୧୬୮୪ ଟଙ୍କା ଥିବା ବେଳେ ଏବେ ତାହା ୧୭୮୫.୫୦ ଟଙ୍କାରେ ପହଞ୍ଚିଛି । କୋଲକତାରେ ଏହି ସିଲିଣ୍ଡର ଦାମ ପୂର୍ବରୁ ୧୮୩୯.୫୦ ଥିବା ବେଳେ ଏବେ ତାହା ୧୯୪୩ ଟଙ୍କାରେ ପହଞ୍ଚିଛି ।

ଚେନ୍ନାଇରେ କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ପିଛା ପୂର୍ବରୁ ୧୮୯୮ ଟଙ୍କା ଥିବା ବେଳେ ଏବେ ତାହା ୧୯୯୯.୫୦ ଟଙ୍କାରେ ପହଞ୍ଚିଛି।ଗତ ମାସରେ ଘରୋଇ ଏଲପିଜି ସିଲିଣ୍ଡର ଦାମ୍‌ରେ କୌଣସି ପରିବର୍ତ୍ତନ ହୋଇ ନ ଥିବା ବେଳେ କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ପିଛା ଦୁଇ ମାସରେ ୩ଶହ ଟଙ୍କାରୁ ଅଧିକ ବଢ଼ି ଯାଇଛି। ଗତ ଅକ୍ଟୋବରରେ କମର୍ସିଆଲ ଗ୍ୟାସ ସିଲିଣ୍ଡର ପିଛା ୨୦୯ ଟଙ୍କା ବଢ଼ିଥିବା ବେଳେ ଆଜିଠୁ ପୁଣି ୧୦୧.୫୦ ଟଙ୍କା ବଢ଼ିଛି । ଗତ ଅଗଷ୍ଟ ୩୦ରେ ଘରୋଇ ସିଲିଣ୍ଡର ଦାମ ପିଛା ୨ଶହ ଟଙ୍କା କମିଥିଲା ।

3 COMMENTS

Comments are closed.