Friday, March 29, 2024

Top 5 This Week

Related Posts

ନିଆଁ ନେଲା ବୃଦ୍ଧାଙ୍କ ଜୀବନ, ଦୁଇ ଗୁରୁତର

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୧/୧୧) : ଆଜି ଗୁଣପୁର ଟ୍ରେଜେରି ନିକଟ ଅସ୍ଥାୟୀ କଲୋନୀରେ ଅଗ୍ନିକାଣ୍ଡ ଘଟି ତିନି ପରିବାରର ଆଠ ବଖରା ଘର ସଂପୂର୍ଣ୍ଣ ଧ୍ଵଂସ ହୋଇଯାଇଛି ।WhatsApp Image 2023-11-01 at 09.18.49

ଏହି ଅଗ୍ନିକାଣ୍ଡରେ ୫୦ ବର୍ଷିୟ ମହିଳା ପ୍ରଭାବତୀ ସାନପଲି ଜୀବନ୍ତ ଦଗ୍ଧ ହୋଇ ମୃତ୍ୟୁ ବରଣ କରିଛନ୍ତି । ସୂର୍ଯ୍ୟ ପ୍ରକାଶ ସାନପଲି ଓ ତାଙ୍କ ନାତୁଣୀ ଅନୁଶ୍ରୀ ଆହତ ହୋଇ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଘଟଣାସ୍ଥଳରେ ଗୁଣପୁର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଖବରପାଇ ଘଟଣାସ୍ଥଳରେ ଗୁଣପୁର ଉପଜିଲ୍ଲାପାଳ ଲଳିତ କଅଁର, ସହକାରୀ ଜିଲ୍ଲାପାଳ ସତ୍ୟଜିତ ନାୟକ , ତହସିଲଦାର ଲୀଳାବତୀ ଆଚାର୍ଯ୍ୟ, ଅତିରିକ୍ତ ତହସିଲଦାର ଅଂଶୁମାନ ପରିଡ଼ା ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରିଥିଲେ । ସୂଚନା ମୁତାବକ ସୂର୍ଯ୍ୟ ପ୍ରକାଶ ଖରାବେଳେ ଘରେ ଶୋଇଥିବା ସମୟରେ ହଠାତ୍ ଘରେ ନିଆଁ ଲାଗିଯାଇଥିଲା ।WhatsApp Image 2023-11-01 at 09.18.49 (1)

ସଙ୍ଗେ ସଙ୍ଗେ ସୂର୍ଯ୍ୟ ପ୍ରକାଶ ନାତୁଣୀ ଅନୁଶ୍ରୀକୁ ଉଦ୍ଧାର କରି ବାହାରକୁ ଆଣିଥିବା ବେଳେ, ପ୍ରଚଣ୍ଡ ଅଗ୍ନି ଯୋଗୁଁ ଆଉ ଘରେ ପଶି ପାରିନଥିଲେ । ଫଳରେ ପତ୍ନୀ ପ୍ରଭାବତୀ ଜୀବନ୍ତ ଦଗ୍ଧ ହୋଇ ମୃତ୍ୟୁ ବରଣ କରିଛନ୍ତି । ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ଥିବା ବେଳେ ସଟ୍ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି । ଆହତ ସୂର୍ଯ୍ୟ ପ୍ରକାଶ ଓ ଅନୁଶ୍ରୀ ବର୍ତ୍ତମାନ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ରେଡ଼କ୍ରସ ପାଣ୍ଠିରୁ ତହସିଲଦାର ଲୀଳାବତୀ ଆଚାର୍ଯ୍ୟ , ସୂର୍ଯ୍ୟ ପ୍ରକାଶଙ୍କୁ ୧୦ ହଜାର ଟଙ୍କା ପ୍ରଦାନ କରିଥିବା ବେଳେ ତୁରନ୍ତ ଅନ୍ୟାନ୍ୟ ସରକାରୀ ସହାୟତା ଯୋଗାଇଦେବାକୁ ସୂଚନା ଦେଇଛନ୍ତି । ଆଜି ମୃତ ପ୍ରଭାବତୀ ସାନପଲିଙ୍କ ଶବ ବ୍ୟବଚ୍ଛେଦ କରାଯିବା ସୂଚନା ମିଳିଛି ।

Popular Articles