ବୋଲେରୋ ସହିତ ଗଞ୍ଜେଇ ଜବତ : ୩ଗିରଫ

0
34
ବୋଲେରୋ ସହିତ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କନ୍ଧମାଳ, (୩୧/୧୦) : କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅନ୍ତର୍ଗତ ଗୁଣ୍ଡରି ଗାଁ ନିକଟରୁ ଟିକାବାଲି ଥାନା ଏକ ବୋଲେରୋ ସହିତ ଗଞ୍ଜେଇ ଜବତ କରିବା ସହିତ ଗଞ୍ଜେଇ ଚାଲାଣ ଅଭିଯୋଗରେ ୩ଜଣଙ୍କୁ ଗିରଫ କରିଥିବା ନେଇ ଟିକାବାଲି ଥାନା ଅଧିକାରୀ କଲ୍ୟାଣି ମୟୀ ଷେଣ୍ଢ ସୂଚନା ଦେଇଛନ୍ତି ।

ସୂଚନା ମୁତାବକ ଆଜି ଶଙ୍କରା ଖୋଲ ଅଞ୍ଚଳ ଦେଇ ଟିକାବାଲି ରାସ୍ତାରେ ଏକ ବୋଲେରୋରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଟିକାବାଲି ଥାନା ଅଧିକାରୀଙ୍କ ତତ୍ତ୍ବାବଧାନରେ ଏକ ଟିମ ଗୁଣ୍ଡରି ଗାଁ’ରେ ଛପି ରହିଥିବା ବେଳେ ଗୋଟିଏ ବୋଲେରୋ ଭିତରୁ ୫୭କିଲୋ ୨ଶହ ଗ୍ରାମ ଗଞ୍ଜେଇ ଜବତ କରିଛି ଟିକାବାଲି ପୋଲିସ । ଏହି ଘଟଣା ରେ ପୋଲିସ ୩ଜଣକୁ ଗିରଫ କରିଛି । ଗିରଫ ମାନେ ହେଲେ ଫୁଲବାଣୀ ସଦର ଥାନା ଅଞ୍ଚଳର ବଳରାମ ଦିଗାଲ, ବୌଦ୍ଧ ଜିଲ୍ଲା ମନମୁଣ୍ଡା ଅଞ୍ଚଳର କୈଳାଶ ଜଗଦଳା ଓ ଫୁଲବାଣୀ ପିଅନ ପଡ଼ା ଅଞ୍ଚଳର ଜଣେ ଯୁବତୀ ଅଛନ୍ତି । ଅଭିଯୁକ୍ତ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ଥିବା ଥାନା ଅଧିକାରୀ କହିଛନ୍ତି l