Friday, March 29, 2024

Top 5 This Week

Related Posts

କଟାରାଗୁଡା ଗ୍ରାମ ରେ ଜଣକ ଘରେ ପୋଲିସର ଚଢ଼ାଉ : ୫୧୪କେଜି ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର

ରିପୋର୍ଟ : ଏନ. ସନ୍ତୋଷ କୁମାର //
ବୈପାରୀଗୁଡା,(୦୮/୦୯) : ବୈପାରୀଗୁଡା ଥାନାକୁ ପୁଣି ଏକ ସଫଳତା ମିଳିଥିବା ଜଣାପଡିଛି | ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ଜି ମାଝୀଗୁଡା ପଂଚାୟତର କଟାରାଗୁଡା ଗ୍ରାମ ର ଗୌର ଚନ୍ଦ୍ର କ୍ଷୀନବାରଙ୍କ ଘରୁ ୫୧୪ କେଜି ଗଞ୍ଜେଇ ଜବତ କରାଯାଇଥିବା ବେଳେ ଆଜି ଜୟପୁର କୋର୍ଟ ଚାଲାଣ କରାଯାଇଛି |

ବୈପାରୀଗୁଡା ଥାନା ଅଧିକାରୀ ଈଶ୍ୱେର ତାଣ୍ଡି ଆଜି ଅପରାହ୍ନରେ ଏହି ସୂଚନା ଦେଇଛନ୍ତି | ସୂଚନା ଅନୁଯାୟୀ, ବିଶେଷ ସୂତ୍ରରୁ ଖବର ପାଇ ଗତ କାଲି ତଥା ୭/୯/୨୧ତାରିଖ ଦିନ ସନ୍ଧ୍ୟା ୭ଟା ବେଳେ ଥାନା ଅଧିକାରୀଙ୍କ ନେତୃତ୍ୱରେ ପୋଲିସ ଟିମ କଟାରାଗୁଡା ଗ୍ରାମ ଅଭିଯୁକ୍ତଙ୍କ ଘରେ ଚଢ଼ାଉ କରିଥିଲେ | ଅଭିଯୁକ୍ତଙ୍କ ଘରୁ ୨୦ପେକେଟରେ ୫୧୪କେଜି ଗଞ୍ଜେଇ ଜବତ କରାଯାଇଛି |

ଘଟଣା ସ୍ଥଳରୁ ଅଭିଯୁକ୍ତ ଫେରାର ହୋଇଥିବା ବେଳେ ବ୍ୟାଙ୍କ ଜମା ଖାତା ଏବଂ ଭୋଟର ଆଇଡି ଜବତ କରାଯାଇଛି | ବୈପାରୀଗୁଡା ଥାନା କେସ ନମ୍ବର ୧୪୪/୨୧ ଅନୁଯାୟୀ ଥାନା ସବ ଇନିସ୍ପେକ୍ଟର ଅସିତ ବଳବନ୍ତ ରାଏ ଏହି ଘିଟଣାର ତଦନ୍ତ କରୁଥିବା ସୂଚନା ଦେଇଛନ୍ତି ନିଜେ ଥାନା ଅଧିକାରୀ | ବୈପାରୀଗୁଡା ରୁ ଏନ ସନ୍ତୋଷ କୁମାର ଙ୍କ ରିପୋର୍ଟ

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles