ବଲାଙ୍ଗୀରରେ ସୂର୍ଯ୍ୟଙ୍କର ପ୍ରଖର ପ୍ରକୋପ ୪୨ ଡିଗ୍ରୀ ଉପରେ-ତାତିରେ ପାଣି ଢୋକେ ପାଇଁ ଅସୁବିଧାର ସମ୍ମୁଖୀନ

ବଲାଙ୍ଗୀର: ସାରା ରାଜ୍ୟରେ ସୂର୍ଯ୍ୟଙ୍କର ପ୍ରଖର ପ୍ରକୋପରେ ଅସ୍ତବ୍ୟସ୍ତ ହୋଇପଡିଛି ଜୀବନ ।

ଖରା ଦାଉରେ ଦିନ ୧୦ ଟା ପରେ ଏକ ପ୍ରକାର ଠପ୍ ହୋଇଯାଉଛି ବଲାଙ୍ଗୀର ସହର । ବଲାଙ୍ଗୀରରେ ଗତ କିଛି ଦିନ ହେବ ୪୧ ଡିଗ୍ରୀ ଉପରେ ରହୁଛି ପାରଦ । ସ୍ଥିତି ଏଭଳି ହୋଇଛି ଯେ, ଦିନ ୧୦ଟା ପରେ ଘରୁ ବାହାରିବାକୁ ଭୟ କରୁଛନ୍ତି ସହରବାସୀ । ଅତି ଆବଶ୍ୟକ ପଡ଼ିଲେ ଘରୁ ବାହାରୁଥିବା ଲୋକ ତାତିରେ ପାଣି ଢୋକେ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।  ଆଗକୁ ମେ’ ଜୁନ ଦୁଇ ମାସ ଥିବାରୁ ସ୍ଥିତି କଣ ହେବ ଏବେଠୁ ତାକୁ ନେଇ ଭାଳେଣୀ ପଡିଲାଣି । ସକାଳ ଆଠଟାରୁ ହିଁ ଗରମ ଅନୁଭୁତ ହେଉଛି, ବିନା ଛତା ଓ ଚଷମା ଓ ଟୋପିରେ ଲୋକେ ପଦାକୁ ବାହାରୁ ନଥିବା ବେଳେ ଜଳକଷ୍ଟ ଦୁଃଖକୁ ବଢାଇ ଦେଇଛି । ଆଗକୁ ଖରା ଏମିତି ଜାରି ରହିଲେ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହେବ । 

Comments are closed.