ରୋଷେଇ କରୁଥିବା ବେଳେ ଲାଗିଗଲା ନିଆଁ; ଜଳିଗଲେ ମହିଳା

2
48
ରୋଷେଇ କରୁଥିବା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମୟୁରଭଞ୍ଜ, (୩୦/୧୦) : ରୋଷେଇ କରୁଥିବା ବେଳେ ଗ୍ୟାସ ଲିକ୍ ହୋଇ ଲାଗିଗଲା ନିଆଁ । ଏଥିରେ ଜଣେ ମହିଳା ଜଳିଯାଇ ଗୁରୁତର ଆହତ ହୋଇଛନ୍ତି ।

ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ମିରିଗିନେଣ୍ଡି ପଞ୍ଚାୟତର ଖଡ଼ିକୁଦର ଗାଁ’ରେ ।ଗତକାଲି ରାତିରେ ଗୋପୀନାଥ ହେମ୍ବ୍ରମଙ୍କ ସ୍ତ୍ରୀ ରୋଷେଇ କରୁଥିଲେ । ଏହି ସମୟରେ ହଠାତ୍ ଗ୍ୟାସ ଟାଙ୍କିରୁ ଗ୍ୟାସ ଲିକ୍ ହୋଇ ମହିଳାଙ୍କ ଦେହରେ ନିଆଁ ଲାଗିଯାଇଥିଲା । ପରିବାର ଲୋକେ ତାଙ୍କ ଚିତ୍କାର ଶୁଣି ଦୌଡ଼ି ଆସି ଉଦ୍ଧାର କରିଥିଲେ । ଆହତ ମହିଳାଙ୍କୁ ପ୍ରଥମେ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ମହିଳାଙ୍କ ଅବସ୍ଥା ଗୁରୁତର ଥିବାରୁ ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ମହିଳାଙ୍କ ଶରୀରର ୭୦ ଭାଗ ପୋଡ଼ି ଯାଇଛି । ଦୁର୍ଘଟଣାରେ ଆଉ କାହାର କିଛି ହୋଇନାହିଁ ।

2 COMMENTS

Comments are closed.