ଚକ ଫାଟି ଭାରସାମ୍ୟ ହରାଇ ବିଲକୁ ପଶିଗଲା ବସ୍‌ , ୮ ରୁ ଉର୍ଦ୍ଧ୍ୱ ଆହତ

0
41
ଚକ ଫାଟି ଭାରସାମ୍ୟ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସୁବର୍ଣ୍ଣପୁର, (୩୦/୧୦) : ସରକାରୀ ବସ୍ ଦୁର୍ଘଟଣାଗ୍ରସ୍ତ । ଚକ ଫାଟି ଭାରସାମ୍ୟ ହରାଇ ବିଲକୁ ପଶିଗଲା ବସ୍‌ । ଫଳରେ ୮ ରୁ ଉର୍ଦ୍ଧ୍ୱ ଆହତ ହୋଇଥିବାବେଳେ ତିନି ଗୁରୁତର ହୋଇଛନ୍ତି ।

ଆହତଙ୍କୁ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଡୁଙ୍ଗୁରିପାଲି ଥାନା କୁଶାମାଲ ଗାଁ ନିକଟରେ ଘଟିଛି ଏହି ଦୁର୍ଘଟଣା । ବରଗଡ଼ରୁ ନବରଙ୍ଗପୁର ଯାଉଥିବାବେଳେ ୨୬ ନମ୍ବର ଜାତୀୟ ରାଜପଥର ଡୁଙ୍ଗୁରିପାଲି ଥାନା ସ୍ଥିତ ଖୁସlମାଲ ନିକଟରେ ଟାୟାର୍ ଫାଟି ଯିବାରୁ ଦୁର୍ଘଟଣା ଘଟିଛି । ସମସ୍ତ ଆହତଙ୍କୁ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଗୁରୁତର ଆହତ ହୋଇଥିବା ଦୁଇ ଜଣକୁ ବଲାଙ୍ଗୀର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟମାନଙ୍କ ଅବସ୍ଥା ବର୍ତ୍ତମାନ ଠିକ୍ ଥିବା ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଛନ୍ତି ।