ଜିଲ୍ଲା ସ୍ତରୀୟ ବିପର୍ଯ୍ୟୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

0
52
ଜିଲ୍ଲା ସ୍ତରୀୟ

ରିପୋର୍ଟ : ରବି ଶଙ୍କର ମହାପାତ୍ର
କୋରାପୁଟ, (୨୯/୯) : କୋରାପୁଟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ରବିବାର ପୂର୍ବାହ୍ନରେ ଜିଲ୍ଲା ସ୍ତରୀୟ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ତଥା ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ ହୋଇ ଯାଇଛି ।WhatsApp Image 2023-10-30 at 10.30.08

କୋରାପୁଟ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି ସମାରୋହରେ ମୂଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମାଝୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ସୁଶ୍ରୀ ସସ୍ମିତା ମେଲେକା, କୋରାପୁଟ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତି ନମିତା ମାଝୀ, କୋରାପୁଟ ପୌରପାଳିକା ଅଧ୍ଯକ୍ଷ ଶ୍ରୀ ଲଲାଟ ରଞ୍ଜନ ସେଠୀ, କୋରାପୁଟ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସିଦ୍ଧାର୍ଥ ପଟ୍ଟନାୟକ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଶ୍ରୀ ଜ୍ଞାନ ଜିତ ତ୍ରିପାଠୀ ପ୍ରମୁଖ ଉଦବୋଧନ ଦେଇ ଥିଲେ ।

ଆଜିର ଏହି ଉତ୍ସବ ପାଳନର ମୂଖ୍ୟ ବିଷୟ ଥିଲା ସଶକ୍ତ ଗୋଷ୍ଠୀ, ସୁରକ୍ଷିତ ଓଡ଼ିଶା । ୧୯୯୯ ମସିହାର ମହାବାତ୍ୟାକୁ ସ୍ମରଣ କରାଇ ବକ୍ତା ମାନେ ଆଜିର ବିପର୍ଯ୍ୟୟ ପ୍ରସ୍ତୁତିର କାରଣ ଓ ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ସେତେବେଳେ ଆମ ପାଖରେ ବିପର୍ଯ୍ୟୟ ରୋକିବାର ଉପାୟ ନ ଥିବା ବେଳେ ବିପର୍ଯ୍ୟୟ ଜନିତ କ୍ଷୟକ୍ଷତି ରୋକିବାରେ ଆମେ ୨୪ ବର୍ଷ ମଧ୍ୟରେ ଅନେକ ପରିମାଣରେ ସଫଳତା ହାସଲ କରିଥିବା କଥା ବକ୍ତାମାନେ ନିଜ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ପ୍ରତ୍ୟେକ ଜୀବନ ମୂଲ୍ୟବାନ ଓ ବିପର୍ଯ୍ୟୟ ମୁକା ବିଲାରେ ଆଜି ବିଶ୍ଵରେ ଓଡ଼ିଶା ସେଥିପାଇଁ ପ୍ରଶଂସିତ ଓ ପୁରସ୍କୃତ ହୋଇ ପାରିଛି, ମୂଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଏଥିରେ ଅନେକ ସଂଶୋଧନ ହେତୁ ଓଡ଼ିଶା ଆଜି ଏହି ସଫଳତା ହାସଲ କରି ପାରିଛି । ଜନସାଧାରଣଙ୍କ ସହଯୋଗ ଏଥିରେ ଅନେକ ସାହାଯ୍ୟ କରିଛି ।WhatsApp Image 2023-10-30 at 10.30.09

ଜିଲ୍ଲାସ୍ତରୀୟ ଏହି ସମାରୋହ ପାଳନ ଅବସରରେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ, ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତା ଆୟୋଜନ କରାଯାଇ କୃତୀ ପ୍ରତିଯୋଗୀ ମାନଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଛି । ବିପର୍ଯ୍ୟୟ ପ୍ରଶମନରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଓଡ୍ରାଫ୍, ଅଗ୍ନିଶମ,ବେସାମରିକ ପ୍ରତିରକ୍ଷା ବିଭାଗ, ହାଲ, ଜିଲ୍ଲା ଜରୁରୀକାଳୀନ ବିଭାଗର ଡିପିଓ ଏବଂ ଡି.ଆର.ଆର.ଙ୍କୁ ସମ୍ମାନିତ କରାଯାଇଥିଲା । ସଭା ପ୍ରାରମ୍ଭରେ କୋରାପୁଟ ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ଏହି ଦିବସର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିବା ବେଳେ ଶ୍ରୀ ପ୍ରକାଶ କୁମାର ସାମଲ ମଞ୍ଚ ପରିଚାଳନାରେ ସହଯୋଗ କରିଥିଲେ । ପ୍ରକାଶ ଥାଉ କି,ଏହି ଅବସରରେ ସକାଳ ୮.୩୦ ମିନିଟରେ ଜିଲ୍ଲା କାର୍ଯ୍ୟାଳୟରୁ ସରକାରୀ ବାଳିକା ବିଦ୍ୟାଳୟ ପର୍ଯ୍ୟନ୍ତ ଏକ ସଚେତନତା ରାଲିକୁ ଅତିରିକ୍ତ ଜିଲ୍ଲାପାଳ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ପରିଶେଷରେ ଶ୍ରୀ ପ୍ରକାଶ କୁମାର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।