ସୁବର୍ଣ୍ଣପୁରରେ ଭୋଟର ସଚେତନତା ପାଇଁ ୱାକଥନ ଓ ପଥୋତ୍ସବ

8
61
ସୁବର୍ଣ୍ଣପୁରରେ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୮/୧୦) : ଜାତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷ ରୁ ମତ ଦାନ ସଚେଚନତା ଉପରେ ସ୍ଥାନୀୟ ଝିଙ୍କି ଛକ ଠାରୁ ଏକ ୱାକଥନ ରାଲି ର ଆଜି ଶୁଭ ଉଦଘାଟନ ହୋଇଥିଲା l

ଝିଙ୍କି ଠାରୁ ବିଜୁ ପଟ୍ଟନାୟକ ଛକ ଯାଏ ଅନୁଷ୍ଠିତ ଏହି ରାଲି କୁ ଜିଲ୍ଲାପାଳ ବିମଳେନ୍ଦୁ ରାୟ ସବୁଜ ପତାକା ଦେଖାଇ ଉଦଘାଟନ କରିଥିଲେ l ଉପ ଜିଲ୍ଲାପାଳ ଡ଼ଃ ଇପ୍ସିତା ପ୍ରିୟ ଦର୍ଶନୀ ମିଶ୍ର ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ଏହି ରାଲି ରେ ଏଡିଏମ, ଶ୍ରୀ ସୂର୍ଯ୍ୟ ନାରାୟଣ ଦାଶ ଙ୍କ ସମେତ ଜିଲ୍ଲା ସ୍ତରୀୟ ସମସ୍ତ ଅଧିକାରୀ, ସ୍ୱଚ୍ଛ ଭାରତ, ଈନଫିନିଟି କ୍ଲବ, ସୋନପୁର କଲେଜ ଏନ ସି ସି, ବିଜୁ ପଟ୍ଟ ନାୟକ ମହିଳା କଲେଜ, ଓ ସହର ର ସମସ୍ତ ସରକାରୀ ବେସରକାରୀ ସ୍ଵେଛା ସେବୀ ଅନୁଷ୍ଠାନ ଯୋଗ ଦେଇ ସହର ପରିକ୍ରମl କରି ଥିଲେ l ପରେ ପରେ ବିଜୁ ପଟ୍ଟ ନାୟକ ଛକ ଠାରେ ଏକ ପଥୋତ୍ସବ ସଚେତନତା ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା l

ଏଥିରେ ଜିଲ୍ଲାପାଳ ବିମଳେନ୍ଦୁ ରାୟ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସମସ୍ତେ ଭୋଟ ରେ ଅଂଶ ଗ୍ରହଣ କରି ଆମ ଜିଲ୍ଲା ର ମତ ଦାନ ହାର ରେକର୍ଡ କୁ ଏକ ନମ୍ବର ସ୍ଥାନ ରେ ରଖି ବାକୁ ଉପସ୍ଥିତ ଛlତ୍ର ଛାତ୍ରୀ, ବୁଦ୍ଧିଜୀବୀ ଙ୍କୁ ନିବେଦନ କରିଥିଲେ l ଏହି ଉପଲକ୍ଷେ ଅନୁଷ୍ଠିତ ଡିବେଟ, ରଙ୍ଗୋଲି, ଆର୍ଟ ଓ ବିଭିନ୍ନ ପ୍ରତିଯୋଗିତା ର କୃତି ଛାତ୍ର ଛାତ୍ରୀ ଙ୍କୁ ଜିଲ୍ଲାପାଳ ଙ୍କ ଦ୍ୱାରା ପୁରସ୍କୃତ କରାଯାଇ ଥିଲା l ସଭା କୁ ଲୋକ ସମ୍ପର୍କ ବିଭାଗ ର ବିଦ୍ୟାପତି ପଣ୍ଡା ପରିଚାଳନା କରିଥିବା ବେଳେ ଉପ ଜିଲ୍ଲାପାଳ ଡ଼ଃ ଇପସିତା ପ୍ରିୟ ଦର୍ଶନୀ ମିଶ୍ର ଅତିଥି ସ୍ୱାଗତ କରିଥିଲେ l ଏବଂ ଭୋଟର ସଚେତନତା କାର୍ଯ୍ୟକ୍ରମ ର ଲକ୍ଷ୍ୟ ଉଦ୍ଦେଶ୍ୟ ଉପରେ ବୁଝାଇ ୱାକଥନ ଓ ପଥତ୍ସବ ର ସଫଳତା ରେ ଉଲ୍ଲେଖନୀୟ ଭୂମିକା ଥିବା ସମସ୍ତ ଅନୁଷ୍ଠାନ କୁ ଧନ୍ୟବାଦ ଅର୍ପଣ କରିଥିଲେ l

8 COMMENTS

Comments are closed.