ମା ସୁରେଶ୍ୱରୀଙ୍କ ଠାରେ ଲାଗିହେଲା ୯କେଜି ରୁପାର ଆଭୂଷଣ

0
46
ମା ସୁରେଶ୍ୱରୀଙ୍କ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୭/୧୦) : ସୁବର୍ଣ୍ଣପୁର ର ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ୱରୀଙ୍କ ଠାରେ ଆଜି ନଅ କେଜି ରୁପା ରେ ନିର୍ମିତ ମା ଙ୍କ ପରଭା, ଛତ୍ର, ପଦ୍ମ ପାଦ ର ଆଭୂଷଣ ଲାଗି ହେବା ସହ ଏହାର ପ୍ରତିଷ୍ଠା ଉତ୍ସବ ପାଳିତ ହୋଇ ଯାଇଛି l

ପଣ୍ଡିତ କାଳୀ ପ୍ରସାଦ ମିଶ୍ରଙ୍କ ଦ୍ୱାରା ପୂଜା ପ୍ରତିଷ୍ଠା କରାଯାଇ ଏହି ସବୁ ଅଳଙ୍କାର ମାଙ୍କ ଠାରେ ଅର୍ପଣ କରି ସାଜ ସଜ୍ଜା କରାଯାଇଛି l ମା ଙ୍କ ସାମସ୍ତ ଭକ୍ତ ଶ୍ରଦ୍ଧାଳୁ ଙ୍କ ସହଯୋଗ ରେ ଏଇ ରୁପା ଅଳଙ୍କାର ନିର୍ମିତ ହୋଇ ପାରି ଥିବାରୁ ମାଙ୍କ ଠାରେ ପୂଜା ପରେ ସମସ୍ତ ଭକ୍ତ, ସହର, ଜିଲ୍ଲା, ତଥା ଜଗତ କଲ୍ୟାଣ ଲାଗି ଶୁଭ କାମନା କରିଛନ୍ତି l କଲିକତା ଉଚ୍ଚ ନ୍ୟାୟଳୟ ର ବିଚାରପତି ଚିତ୍ତ ରଞ୍ଜନ ଦାଶ, ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ, ଏସପି ଅମରେଶ ପଣ୍ଡା, ଏ ଡି ଏମ ସୂର୍ଯ୍ୟ ନାରାୟଣ ଦାଶ, ଉପ ଜିଲ୍ଲାପାଳ ଡ଼ଃ ଇପ୍ସିତା ପ୍ରିୟ ଦର୍ଶନୀ ମିଶ୍ର, ପୂର୍ତ୍ତ ବିଭାଗ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କ ସମେତ ମନ୍ଦିର କମିଟି ର ଶ୍ରୀବତ୍ସ ମଲ୍ଲିକ, ରବି ନାରାୟଣ ମହାପାତ୍ର, ବୈକୁଣ୍ଠ ଶତପଥୀ, ଅଟଳ ମହାପାତ୍ର, ସତ୍ୟ ନାରାୟଣ ତ୍ରିପାଠୀ, ପ୍ରମୁଖ ଶହ ଶହ ଭକ୍ତ ଶ୍ରଦ୍ଧାଳୁ ଉପସ୍ଥିତ ରହି ମାଙ୍କ ଦର୍ଶନ ଲାଭ କରିଥିଲେ l ମାଙ୍କ ଏହି ଅଳଙ୍କାର ସବୁ ଖୁବ ଆକର୍ଷଣୀୟ ହୋଇ ଥିବାରୁ ସହର ତଥା ଦୂର ଦୁରାନ୍ତର ହଜାର ହଜାର ଭକ୍ତ ଙ୍କ ସମାଗମ ହେବାର ଆଶଙ୍କା ରଖା ଯାଇଛି l ଦେବୋତ୍ତର ବିଭାଗ କୁ ମାଙ୍କ ଏଇ ରୁପା ଅଳଙ୍କାର ସବୁ ର ତତ୍ୱାବଧାନ ପାଇଁ ଦାୟିତ୍ୱ ଦିଆ ଯାଇଛି l