Friday, March 29, 2024

Top 5 This Week

Related Posts

ମୋ ମାଟି ମୋ ଦେଶ ଅଭିଯାନର ଅମୃତ କଳସ ଯାତ୍ରା

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୨୭/୧୦) : ରାୟଗଡା ଜିଲ୍ଲାର କୋଳାନାରା ବ୍ଲକ୍‍ ଅନ୍ତର୍ଗତ ଟେଲିଗୁଡା ଗ୍ରା. ପ.ଠାରେ ଭାରତ ସରକାରଙ୍କ କ୍ରୀଡା ଏବଂ ଯୁବ ବ୍ୟାପାର ମନ୍ତ୍ରଣାଳୟ ଅଧୀନସ୍ଥ ନେହେରୁ ଯୁବ କେନ୍ଦ୍ର ସଂଗଠନ ତରଫରୁ ମୋ ମାଟି ମୋ ଦେଶ ଅଭିଯାନ ଉପଲକ୍ଷେ ସହିଦ ବୀର ଓ ବୀରାଙ୍ଗନାଙ୍କୁ ସମ୍ମାନ ଜଣାଇ ଅମୃତ କଳସ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2023-10-28 at 06.22.30

ସ୍ଥାନୀୟ ପଲ୍ଲୀବିକାଶ ଅନୁଷ୍ଠାନର ନିର୍ଦେଶକ ରାଧେଶ୍ୟାମ ପଣ୍ଡା ଉକ୍ତ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‍ଘାଟନ କଲାପରେ ମହିଳା, ଶତାଧିକ ମହିଳା, ଯୁବା, ଗ୍ରାମବାସୀ ପୂଝରୀଗୁଡା ଗ୍ରାମ ଠାରୁ ଆରମ୍ଭ କରି ଟେଲିଗୁଡା ଗ୍ରାମ ପଞ୍ଚାୟତ ଅଫିସ ପର୍ଯ୍ୟନ୍ତ ନଗର ପରିକ୍ରମା ପୂର୍ବକ ମାଟି ସଂଗ୍ରହ କଲାପରେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ସାଧାରଣ ସଭାରେ ସମ୍ମିଳିତ ହୋଇଥିଲେ । ଏହି ଅବସରରେ ରାଧେଶ୍ୟାମ ପଣ୍ଡା ମୁଖ୍ୟ ଅତିଥି, ବ୍ଲକ ଉପାଧ୍ୟକ୍ଷ ହଳଧର ହିମିରିକl, ନେହେରୁ ଯୁବକେନ୍ଦ୍ରର ଲକ୍ଷ୍ମୀ ନାରାୟଣ ସେଠୀ, ନାଏବ ସରପଞ୍ଚ ଟେଲିଗୁଡା ଗ୍ରାମ ପଞ୍ଚାୟତ ଶ୍ରୀ ନିବାସ ପେରିସିକା, ଦିବ୍ୟ ଚନ୍ଦ୍ର ପାଲାକା, ରାଇସିଂ ଅଟକ ଓ କୁମାରୀ ବଦଟିଆ ଆଦି ସମ୍ମାନୀତ ଅତିଥି ଭାବେ ଯୋଗଦେଇ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ପୃଷ୍ଠଭୂମିରେ ସହିଦମାନଙ୍କ ସ୍କୃତିଚାରଣ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ପଣ୍ଡା ଏମଟିଏସ ନାରାୟଣ ସେଠୀଙ୍କୁ ଅମୃତ କଳସ ହସ୍ତାନ୍ତର କରିଥିଲେ ।

Popular Articles