ଅକ୍ଟୋବର ୩୧ ରେ ପ୍ରସାରିତ ହେବ ରିଅଲିଟି ଶୋ ‘ଦିଦି ନମ୍ବର -୧’ର ୫୦୦ତମ ଏପିସୋଡ

0
45
ଅକ୍ଟୋବର ୩୧ ରେ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ଭୁବନେଶ୍ୱର, (୨୮/୧୦) : ଲୋକପ୍ରିୟ ଓଡ଼ିଆ ଚ୍ୟାନେଲ ଜୀ-ସାର୍ଥକରେ ପ୍ରସାରିତ ଦର୍ଶକାଦୃତ ରିଅଲିଟି ଶୋ ‘ଦିଦି ନମ୍ବର -୧’ ପହଞ୍ଚିଛି ନିଜର ୫୦୦ତମ ଏପିସୋଡରେ, ଏହା ପ୍ରସାରିତ ହେବ ଆସନ୍ତା ଅକ୍ଟୋବର ୩୧ରେ ସନ୍ଧ୍ୟା ୫ରେ ।

ଜୀ ସାର୍ଥକର ଏହି ଲୋକପ୍ରିୟ ରିଅଲିଟି ଶୋ’ ମନୋରଞ୍ଜନ ସହ ମହିଳାମାନଙ୍କ ପାଇଁ ଏକ ନୂଆ ପରିଚୟ ସୃଷ୍ଟି କରିବାରେ ସହ ଏକ ନୂଆ ଆଶା ସୃଷ୍ଟି କରିଛି । ନିଜର ଚୁଲବୁଲି ଅନ୍ଦାଜ ସହ ଲିପି ମହାପାତ୍ର ଏହାର ଉପସ୍ଥାପନା ଜାରି ରଖିଛନ୍ତି ଓ ପ୍ରତିଯୋଗୀଙ୍କଙ୍କ ମନ ଜିତିଛନ୍ତି ବୋଲି ସବୁ ସମୟରେ ପ୍ରତିଯୋଗୀ ମାନେ ସୋ ମଧ୍ୟରେ କହିଛନ୍ତି । ପ୍ରଥମ ସିଜନର ବିପୁଳ ସଫଳତା ପରେ ଲୋକପ୍ରିୟ ଓଡ଼ିଆ ଚ୍ୟାନେଲ ଜୀ-ସାର୍ଥକରେ ନଭେମ୍ବର ୨୧, ୨୦୨୨ ରୁ ସୋମବାରରୁ ରବିବାର ସନ୍ଧ୍ୟା ୫ ଟାରେ ରିଅଲିଟି ଶୋ ‘ଦିଦି ନମ୍ବର -୧’ ସିଜନ-୨ର ପ୍ରସାରଣ ଆରମ୍ଭ ହୋଇଥିଲା । ଅଡିସନ ମାଧ୍ୟମରେ ଆସିଥିବା ନାରୀ ମାନେ କର୍ମମୟ ଜଞ୍ଜାଳ ଭିତରେ ଗତିଶୀଳ ଜୀବନକୁ ଏହି ମଞ୍ଚରେ ପରିପ୍ରକାଶ କରିଛନ୍ତି, ଯାହା ସେମାନଙ୍କୁ ଦେଇଛି ଏକ ସ୍ବତନ୍ତ୍ର ପରିଚୟ ।

ଦର୍ଶକ ଏବଂ ପ୍ରତିଯୋଗୀଙ୍କ ଦ୍ୱାରା ବହୁଳ ଭାବରେ ଆଦୃତ ‘ଦିଦି ନମ୍ବର-୧’ ରିଅଲିଟି ଶୋର, ପ୍ରଥମ ସିଜନ ଅପେକ୍ଷା ସିଜନ-୨ ରେ, ନୂଆ ନୂଆ ଖେଳ ସହ ଆହୁରି ଅଧିକ ମଜାଦାର ହୋଇଛି ଓ ପ୍ରତିଯୋଗୀମାନଙ୍କ ପାଇଁ ଅଧିକ ଆକର୍ଷଣୀୟ ଉପହାର ନେଇ ଆସିଛି । ପ୍ରଥମ ଥର ପାଇଁ ଜୀ-ସାର୍ଥକ ଆଣିଥିଲା ପ୍ରତିଯୋଗୀମାନଙ୍କ ପାଇଁ ସିଧା ସଳଖ ଟଙ୍କା ଗଛରୁ ଟଙ୍କା ତୋଳିବାର ଏକ ଅଦ୍ଭୁତ ଖେଳ ଯାହା ସମସ୍ତଙ୍କ ମନକୁ ଛୁଇଁଥିଲା । ଏହା ଛଡା ଖେଳରେ ଖେଳରେ ପ୍ରତିଯୋଗୀମାନେ ସୁନା ଜିତି ନିଜ ଘରକୁ ନେଇଛନ୍ତି ।

ଏହି ଚ୍ୟାନେଲର ଲକ୍ଷ୍ୟ ହେଉଛି ଦର୍ଶକମାନଙ୍କ ପାଇଁ ସର୍ବଦା ଭିନ୍ନ ଧରଣର ମନୋରଂଜନ ଭିତ୍ତିକ କାର୍ଯ୍ୟକ୍ରମ ଆଣିଦେବା । ‘ପରିବାର ଓ ଦାୟିତ୍ୱ ମଧ୍ୟରେ ସବୁବେଳେ ଛନ୍ଦି ହୋଇ ରହୁଥିବା ମହିଳାମାନଙ୍କ ଆତ୍ମବିଶ୍ୱାସ ବଢାଇବା ପାଇଁ ଦିଦି ନମ୍ବର-୧ ଏକ ବହୁତ ବଡ଼ ମାଧ୍ୟମ ହୋଇଛି ବୋଲି କହିଛନ୍ତି ଜୀ ସାର୍ଥକର ଚିଫ୍ ଚ୍ୟାନେଲ ଅଫିସର ଶ୍ରୀ ପ୍ରତୀକ ସିଲ୍ ।