ଇ ପି ଏଫ ଜିଲ୍ଲା ସଂଯଜକଙ୍କୁ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ଦାବୀପତ୍ର

0
83
ଇ ପି ଏଫ ଜିଲ୍ଲା

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୮/୧୦) : ଗଜପତି ଜିଲ୍ଲା ରେ କର୍ମରତ ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ରେ ଜମା ହେବା ଟଙ୍କା ଏ ଯାଏଁ ପାଇନଥିବାରୁ ସେ ନେଇ ଏକ ପ୍ରତିନିଧି ଦଳ ଜିଲ୍ଲା ସଂଯଜକଙ୍କୁ ସାକ୍ଷାତ କରି ଦାବୀପତ୍ର ଦେଇଛନ୍ତି ।

ଗଜପତି ଜିଲ୍ଲାରେ କାର୍ଯ୍ୟରତ ଶିକ୍ଷା ସହସ୍ୟକ ଓ ଯୁନିଅର ଶିକ୍ଷକ ଶିକ୍ଷୟତ୍ରୀ ଯେଉଁମାନେ ୨୦୧୪ ପରେ ନିୟମିତ ହୋଇଛନ୍ତି ସେମାନଙ୍କ ଇପିଏଫ ଟଙ୍କା କାହାର ଅଧିକା ଜମା ହୋଇଛି ତୋ କାହାର ଏକାଉଣ୍ଟରେ ଟଙ୍କା ନ ଥିବା ଓ ଦରକାର ବେଳେ ଟଙ୍କା ଉଠାଇ ନ ପରିବା ଭଳି ଏକ ଦୀର୍ଘ ଦିନର ସମସ୍ୟା ନରି ଗଜପତି ଜିଲ୍ଲା ପ୍ରାଥମିକ ବିଦ୍ୟାଳୟ ସଂଘର ଦୃଷ୍ଟି କୁ କେତେଜଣ ଶିକ୍ଷକ ଆଣିଥିଲେ, ସେ ନେଇ ସଂଘ ଆଜି ଗୁମା ଠାରେ ଇପିଏଫ ଜିଲ୍ଲା କୋରଡିନେଟର ଶ୍ରୀ ପି. କେ. ମହାରଣା ଙ୍କୁ ସଂଘ ର ଏକ ପ୍ରତିନିଧି ଉପ ସଭାପତି ଶ୍ରୀ ବି. ଗୋପାଳ ରାଓ ଙ୍କ ନେତୃତ୍ୱରେ ଏକ ଦାବିପତ୍ର ଦେଇଥିଲେ । ଏହି ଦଳରେ ଗୁମା ବ୍ଲକର ଶ୍ରୀ ତ୍ରିଲୋଚନ ପାମୁଲୁ, ଶ୍ରୀ ବାରି ସତ୍ୟ ନାରାୟଣ ସାମିଲ ହୋଇଥିଲେ । ଶ୍ରୀ ମହାରଣା ଙ୍କ ଶହ ବିସ୍ତୃତ ଆଲୋଚନା କରିଥିଲେ । ଗଜପତି ସର୍ବ ଶିକ୍ଷା ସଭିଯାନ ପ୍ରକଳ୍ପ ସଂଯୋଜକଙ୍କ ଶହ ବାର୍ତାଳାପ କରି ଏହି ସମସ୍ୟାର ସମାଧାନ କରାଯିବ ଓ ଜିଲ୍ଲାପାଳଙ୍କୁ ମଧ୍ୟ ଅବଗତ କରାଯିବ ବୋଲି ସେ ସୂଚନା ଦେଇଥିଲେ ।