Friday, October 23, 2020
Home Death Case ପୂର୍ବତନ ସରପଞ୍ଚ ଗଜରାଜ ସିଂ ପୁଟାଙ୍କ ପିତାଙ୍କ ପରଲୋକ

ପୂର୍ବତନ ସରପଞ୍ଚ ଗଜରାଜ ସିଂ ପୁଟାଙ୍କ ପିତାଙ୍କ ପରଲୋକ

ରିପୋର୍ଟ – ନିରୋଜ କୁମାର ପାଣୀ //
ପଦ୍ମପୁର, ତା ୧୭ ୵ ୧୦ ୵ ୨୦): ପାଇକମାଲ ବ୍ଲକ ବରତୁଣ୍ତା ଗ୍ରାମ ପଞ୍ଚାୟତ ପୂର୍ବତନ ସରପଞ୍ଚ ତଥା ଜ୍ଯୋତିଷ,ଗବେଷକ ଶ୍ରୀ ଗଜରାଜ ସିଂ ପୁଟାଙ୍କ ପିତା ମଧୁସୂଦନ ପୁଟାଙ୍କ ଖପୁରୀଡିହୀ ଗ୍ରାମ ବାସ ଭବନ ଆଜି ସକାଳେ ପରଲୋକ ହୋଇଯାଇଛି ।

ମୃତ୍ୟୁ ବେଳକୁ ୧୦୯ ବର୍ଷ ହେଉଥିଲା ।ତାଙ୍କର ଦୁଇଟି ପୁଅ ଗଜରାଜ ସିଂ, ଗୋବର୍ଦ୍ଦନ, ଓ ଦୁଇଟି ବୋହୁ,ତିନୋଟି ଝିଅ ଜ୍ବାଇଁ ସହିତ ନାତିନାତୁଣୀ ଙ୍କୁ ଛାଡି ଯାଇଛନ୍ତି । ତାଙ୍କର ମୃତ୍ୟୁରେ ବରତୁଣ୍ତା ଅଞ୍ଚଳରେ ଶୋକ ଛାୟା ଖେଳିଯାଇଛି । ଗାଁର ଶ୍ମଶାନ ଘାଟରେ ଶେଷକୃତ୍ଯ କରା ଯାଇଥିବା ବେଳେ ବଡ ପୁତ୍ର ପୂର୍ବତନ ସରପଞ୍ଚ ତଥା ଜ୍ଯୋତିଷ ଗବେଷକ ଶ୍ରୀ ଗଜରାଜ ସିଂ ପୁଟା ମୁଖାଗ୍ନି ଦେଇ ଥିଲେ । ସ୍ବର୍ଗତ ମଧୁସୂଦନ ପୁଟା ତା ୪ ୵ ୨ ୵ ୧୯୧୧ ମସିହାରେ ଖୁପୁରିଡିହୀ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ବରତୁଣ୍ତା ଗ୍ରାମର ନିମ୍ନ ପ୍ରାଥମିକ ସ୍କୁଲରେ ବିଦ୍ଯା ଅଧ୍ୟନ କରିଥିଲେ । କିଛି ବର୍ଷ ପରେ ରାଜନୈତିକ ରେ ପସି ଜାମସେଠ ଗ୍ରାମ ପଞ୍ଚାୟତ ୱାର୍ଡ ମେମ୍ବର ଓ ନାଏକ ସରପଞ୍ଚ ଦାୟିତ୍ୱ ତୁଲାଇ ଥିଲେ । ତାପରେ ୧୯୫୧ ମସିହାରେ ପୁରେନା ସର୍କଲ ଗଣ୍ତ ସମାଜର ସମ୍ପାଦକ ଏବଂ ସଭାପତି ରେ ନିଯୁକ୍ତି ହୋଇ ଦୀର୍ଘ ୬୨ ବର୍ଷ ପୁରେନା ସର୍କଲ ଗଣ୍ତ ସମାଜ ସେବା କରିବା ସହିତ ୨୦୨୩ ମସିହାରେ ଇସ୍ତାଫା ଦେଇଥିଲେ । ସେ ଜଣେ କଂଗ୍ରେସ କର୍ମୀ ଓ ସମାଜସେବୀ ନିତିବାନ ଲୋକ ପ୍ରୀୟ ଥିଲେ । ସ୍ବର୍ଗତ ପୁଟାଙ୍କ ବିୟୋଗରେ ପଦ୍ମପୁର ପୂର୍ବତନ ବିଧାୟକ ଶ୍ରୀ ସତ୍ୟ ଭୂଷଣ ସାହୁ,ପାଇକମାଲ ବ୍ଲକ ପୂର୍ବତନ ଅଧ୍ୟକ୍ଷ ବିନୋଦ କାଲିଆ,ଭେଙ୍ଗରାଜପୁର ସମିତି ସଭ୍ୟ ତଥା ସମାଜସେବୀ ବିନୋଦ ବିହାରୀ ବିଶ୍ବାଳ,ବରତୁଣ୍ତା ପୂର୍ବତନ ସରପଞ୍ଚ ଶ୍ରୀ ଦୁଃଶାସନ କୁମ୍ଭାର,ଗନ୍ଧମାର୍ଦ୍ଦନ ଯୁବ ପରିଷଦ ସଂପାଦକ ଦୁର୍ଯ୍ୟୋଧନ ପୁଟାଙ୍କ ସମେତ ଗଭୀର ଶୋକ ପ୍ରକାଶ କରି ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

ଅଲୋଡ଼ା ଶିଶୁକନ୍ୟା କୁ ଅପଣେଇଲେ ବେଙ୍ଗାଲୁରର ଏକ ଦମ୍ପତି

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର, ତା୨୨-୧୦): ବଲାଙ୍ଗୀର ଆୟୁର୍ବେଦିକ କଲେଜ ନିକଟରୁ ଉଦ୍ଧାର ହୋଇଥିବା ଅଲୋଡ଼ା ଶିଶୁକନ୍ୟା ଏବେ ବେଙ୍ଗାଲୁରର ଏକ ଦମ୍ପତି ଆସି ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିଛନ୍ତି...

କାଲରାତ୍ରୀ ବେଶରେ ଦେଉଛନ୍ତି ଦର୍ଶନ, ଏହି ବେଶ ସବୁଠାରୁ ମହତ୍ତ୍ୱପୂର୍ଣ

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର (ତା୨୨-୧୦): ଆଜି ମା’ଙ୍କ କାଳରାତ୍ରୀ ବେଶ । ସହରର ସମଲେଶ୍ୱରୀ ମନ୍ଦିର, ପାଟଣେଶ୍ୱରୀ ମନ୍ଦିର, ଦୁର୍ଗା ମନ୍ଦିର ତଥା ଅନ୍ୟାନ୍ୟ ଦେବୀ ପୀଠରେ ଆଜି କାଳରାତ୍ରି...

ସ୍ଵାମୀ ଆକ୍ରମଣରେ ସ୍ତ୍ରୀ ଗୁରୁତର ଆହତ,ହତ୍ୟା ଉଦ୍ୟମ ଅଭିଯୋଗ

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର,ତା୨୧-୧୦): ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଜଏରପଡା ଗାଁର ଘଟିଛି ଏକ ଅଭାବନୀୟ ଘଟଣା । ନିଜ ସ୍ତ୍ରୀକୁ ଏକ ଧାରୁଆ ଅସ୍ତ୍ରରେ ହତ୍ୟା ଉଦ୍ୟମ...

ବନ୍ଦ୍ରୀ ଠାରୁ କଡିଙ୍ଗଗଡ଼ାପା ରାସ୍ତା ନିର୍ମାଣ ବିଳମ୍ବକୁ ନେଇ ଜନ ଅଶନ୍ତୋଷ

ରିପୋର୍ଟ: କୈଳାସ ମାଳବିଶୋୟୀ // ଚନ୍ଦ୍ରପୁର ତା୨୨-୧୦): ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ବନ୍ଦୀରି ଗ୍ରାମରୁ କଡିଙ୍ଗଗାଡ଼ପା ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତା ମରଣ ଯନ୍ତାରେ ପରିଣତ।ଗଲା ଏକ ବର୍ଷ ପୂର୍ବେ ଜନସାଧାରଣଙ୍କ ଦାବିକୁ ଲକ୍ଷରେ...

Recent Comments

%d bloggers like this: