Friday, March 29, 2024

Top 5 This Week

Related Posts

ରାତି ଅଧରେ ଟ୍ରାକ୍‌ରେ ଥିଲେ ନାବାଳକ, ପିଟିଦେଲା ଟ୍ରେନ୍‌

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ରାୟଗଡା, (୨୭/୧୦) : ମାଲ୍‌ବାହୀ ଟ୍ରେନ ଧକ୍କାରେ ଆଖି ବୁଜିଲେ ନାବାଳକ । ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ଗତକାଲି ବିଳମ୍ବିତ ରାତିରେ ରାୟଗଡ଼ା ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ କୁସୁମଗୁଡ଼ା ଗାଁ ନିକଟରେ ଘଟିଛି ।

ମୃତ ନାବାଳକଙ୍କ ପରିଚୟ ମିଳିପାରିନି । ଗତ କାଲି ରାତି ପ୍ରାୟ ୪ଟା ସମୟରେ ଲକ୍ଷ୍ମୀପୁର ବ୍ଲକ କୁସୁମଗୁଡ଼ା ଗାଁ ନିକଟ ଟ୍ରେନ ଲାଇନରେ ଟ୍ରେନ୍‌ ଗତି କରୁଥିଲା । ଉକ୍ତ ସମୟରେ ନାବାଳକଜଣକ ଟ୍ରାକ୍‌ରେ ଥିବା ବେଳେ ଟ୍ରେନ୍‌ଟି ତାଙ୍କୁ ଜୋରରେ ଧକ୍କା ଦେଇଥିଲା । ଫଳରେ ନାବାଳକଜଣକ ଛିଟିକି ଗୁରୁତର ହୋଇ ପଡ଼ିଥିଲେ । ଲକ୍ଷ୍ମୀପୁର ଷ୍ଟେସନ୍ ମାଷ୍ଟରଙ୍କ ନିକଟରୁ ଖବର ପାଇ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ପ୍ରଥମେ ଲକ୍ଷ୍ମୀପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜକୁ ସ୍ଥାନନ୍ତରିତ କରାଯାଇଥିଲା ।

ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି । ତେବେ ନାବାଳକଙ୍କ ପରିଚୟ ମିଳି ପାରି ନ ଥିବା ବେଳେ ସେ ରାତିରେ ଟ୍ରେନ୍‌ ଲାଇନ୍‌ରେ କ’ଣ କରୁଥିଲେ ତାହା ସ୍ପଷ୍ଟ ହୋଇ ପାରିନି। ଲକ୍ଷ୍ମୀପୁର ପୁଲିସ୍‌ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Popular Articles