Friday, October 23, 2020
Home Accidental Death ଦୁର୍ଘଟଣା ଉଜାଡିଦେଲା ଅମରଙ୍କ ସଂସାର- ହରାଇଥିଲେ ସ୍ତ୍ରୀଙ୍କୁ, ଏବେ ପୁଣି ଅବିବାହିତ ପୁଅ ବି ଦୁର୍ଘଟଣାରେ...

ଦୁର୍ଘଟଣା ଉଜାଡିଦେଲା ଅମରଙ୍କ ସଂସାର- ହରାଇଥିଲେ ସ୍ତ୍ରୀଙ୍କୁ, ଏବେ ପୁଣି ଅବିବାହିତ ପୁଅ ବି ଦୁର୍ଘଟଣାରେ ମୃତ

ରିପୋର୍ଟ: ଓଡିଶା ନ୍ୟୁଜ୨୪ ବ୍ୟୁରୋ //
ଭୁବନେଶ୍ୱର: ଗତକାଲି ମଧ୍ୟରାତ୍ରରେ କଟକରୁ ଭୁବନେଶ୍ୱର ଆସୁଥିବା ଏକ ଜାଗୁଆର୍ କାର ତେଲେଙ୍ଗାପେଣ୍ଠରେ ଦୁର୍ଘଟଣାଗ୍ରସ୍ତ ହୋଇ କେନାଲ ଭିତରକୁ ଖସିପଡ଼ିବାରୁ ୩ ଜଣ ଯୁବକଙ୍କର ମୃତ୍ୟୁ ହୋଇଛି । ମୃତକମାନେ ହେଲେ ଅଙ୍କୁର ପ୍ରଧାନ, ଗୌତମ ଦାସ ଏବଂ ପ୍ରନୀତ ମଧୁ ପତି । ଅଙ୍କୁର ପୂର୍ବତନ ମନ୍ତ୍ରୀ ଏବଂ ସାଂସଦ ଅମର ପ୍ରଧାନଙ୍କ ପୁଅ ହୋଇଥିବା ବେଳେ ଗୌତମ ଗୋପାଳପୁରର ଓ ପ୍ରନୀତଙ୍କ ଘର ହାଇଦ୍ରାବାଦ ।

ଶୁକ୍ରବାର ରାତି ୨ଟାରୁ ୩ଟା ମଧ୍ୟରେ ଏହି ଦୁର୍ଘଟଣା ଘଟିଥିଲା । କଟକରୁ ଏକ ଜାଗୁଆର କାର୍(ନଂ ଓଡି୧୪ସି ୦୦୦୭)ରେ ଏହି ତିନି ବନ୍ଧୁ ଭୁବନେଶ୍ୱର ଫେରୁଥିଲେ । ଦ୍ରୁତବେଗରେ ଆସୁଥିବା ଗାଡିଟି ତେଲେଙ୍ଗାପୀଠ ଢ଼ାବା ନିକଟରେ ରୋଡ ଡିଭାଇଡରେ ପିଟିହୋଇ ଭାରସାମ୍ୟ ହରାଇବାରୁ କେନାଲ୍ ଭିତରକୁ ଗଡ଼ି ପଡ଼ିଥିଲା । ଏହି ଭୟଙ୍କର ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇ ବାଲିକୁଦା ଛକଠାରେ ପାଟ୍ରୋଲିଂ କରୁଥିବା ପୁଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ । ମାତ୍ର ଗାଡ଼ିଟି ଭିତରପଟୁ ସେଣ୍ଟ୍ରାଲ୍ ଲକ୍ ହୋଇଯାଇଥିବାରୁ କାହାରିକୁ ବାହାର କରିବା ସମ୍ଭବ ହୋଇ ନ ଥିଲା ।

ସ୍ଥାନୀୟ ଲୋକଙ୍କ ସହାୟତାରେ ଗାଡ଼ିର କାଚ ଭଙ୍ଗାଯାଇ ତିନିଜଣ ଯାକଙ୍କୁ ଉଦ୍ଧାର କରାଯାଇ କଟକ ବଡ଼ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ସୂଚନାଥାଉକି, ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ, ସାଂସଦ ଅମର ପ୍ରଧାନଙ୍କ ପତ୍ନୀ ମୌସୁମୀ ପ୍ରଧାନ ୧୦ ବର୍ଷ ତଳେ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ୨୦୧୦ ମସିହା ଏପ୍ରିଲ୍ ୧ ତାରିଖରେ ମୌସୁମୀ ରିଲିଫ୍ କାର୍ଯ୍ୟ ସାରି ଆଠମଲ୍ଲିକ ଫେରୁଥିବା ବେଳେ ତାଙ୍କ କାର୍ ୪୨ ନଂ ଜାତୀୟ ରାଜପଥର ଝାରପଡ଼ା ନିକଟରେ ଦୁର୍ଘଟଣାଗ୍ରସ୍ତ ହେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ।
ଏବେ ସମାନ ଦୁର୍ଘଟଣାରେ ନିଜର ଏକମାତ୍ର ସନ୍ତାନକୁ ହରାଇଛନ୍ତି ଶ୍ରୀ ପ୍ରଧାନ । ପ୍ରାୟ ୩୦ ବର୍ଷ ବୟସ୍କ ଅଙ୍କୁର ଅବିବାହିତ । ତାଙ୍କ ବାହାଘର ପାଇଁ ଝିଅ ଠିକ୍ ହୋଇ ନିର୍ବନ୍ଧ ଘର ସରିଥିଲା । ବାହାଘର ପାଇଁ ସବୁ ପ୍ରସ୍ତୁତି ସରିଥିଲେ ମଧ୍ୟ କରୋନା ପାଇଁ ଅଟକି ରହିଥିଲା । ଏବେ ନିୟତିର କ୍ରୁରତାରେ ସେହି ବାହାଘର ସବୁଦିନ ପାଇଁ ଅଟକି ଯାଇଛି । ଏକା ହୋଇଯାଇଛନ୍ତି ଅମର ପ୍ରଧାନ । ଅମରଙ୍କ ଏହି ଦୁଃଖଦ ସମୟରେ ସବୁ ମହଲରୁ ସମବେଦନାର ଛୁଅ ଛୁଟିଛି । ଆଇଆରସି ଭିଲେଜସ୍ଥିତ ତାଙ୍କ ବାସଭବନରେ ଶୁଭେଚ୍ଛୁଙ୍କ ଭିଡ଼ ଲାଗିଛି ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

ଅଲୋଡ଼ା ଶିଶୁକନ୍ୟା କୁ ଅପଣେଇଲେ ବେଙ୍ଗାଲୁରର ଏକ ଦମ୍ପତି

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର, ତା୨୨-୧୦): ବଲାଙ୍ଗୀର ଆୟୁର୍ବେଦିକ କଲେଜ ନିକଟରୁ ଉଦ୍ଧାର ହୋଇଥିବା ଅଲୋଡ଼ା ଶିଶୁକନ୍ୟା ଏବେ ବେଙ୍ଗାଲୁରର ଏକ ଦମ୍ପତି ଆସି ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିଛନ୍ତି...

କାଲରାତ୍ରୀ ବେଶରେ ଦେଉଛନ୍ତି ଦର୍ଶନ, ଏହି ବେଶ ସବୁଠାରୁ ମହତ୍ତ୍ୱପୂର୍ଣ

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର (ତା୨୨-୧୦): ଆଜି ମା’ଙ୍କ କାଳରାତ୍ରୀ ବେଶ । ସହରର ସମଲେଶ୍ୱରୀ ମନ୍ଦିର, ପାଟଣେଶ୍ୱରୀ ମନ୍ଦିର, ଦୁର୍ଗା ମନ୍ଦିର ତଥା ଅନ୍ୟାନ୍ୟ ଦେବୀ ପୀଠରେ ଆଜି କାଳରାତ୍ରି...

ସ୍ଵାମୀ ଆକ୍ରମଣରେ ସ୍ତ୍ରୀ ଗୁରୁତର ଆହତ,ହତ୍ୟା ଉଦ୍ୟମ ଅଭିଯୋଗ

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର,ତା୨୧-୧୦): ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଜଏରପଡା ଗାଁର ଘଟିଛି ଏକ ଅଭାବନୀୟ ଘଟଣା । ନିଜ ସ୍ତ୍ରୀକୁ ଏକ ଧାରୁଆ ଅସ୍ତ୍ରରେ ହତ୍ୟା ଉଦ୍ୟମ...

ବନ୍ଦ୍ରୀ ଠାରୁ କଡିଙ୍ଗଗଡ଼ାପା ରାସ୍ତା ନିର୍ମାଣ ବିଳମ୍ବକୁ ନେଇ ଜନ ଅଶନ୍ତୋଷ

ରିପୋର୍ଟ: କୈଳାସ ମାଳବିଶୋୟୀ // ଚନ୍ଦ୍ରପୁର ତା୨୨-୧୦): ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ବନ୍ଦୀରି ଗ୍ରାମରୁ କଡିଙ୍ଗଗାଡ଼ପା ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତା ମରଣ ଯନ୍ତାରେ ପରିଣତ।ଗଲା ଏକ ବର୍ଷ ପୂର୍ବେ ଜନସାଧାରଣଙ୍କ ଦାବିକୁ ଲକ୍ଷରେ...

Recent Comments

%d bloggers like this: