Friday, October 23, 2020
Home District News ବାଲିଗୁଡା ଏନଏସିରେ ଭୂମିହୀନ ବସ୍ତି ବାସୀଙ୍କୁ ବିଧାୟକଙ୍କ ଭୂମି ପ୍ରମାଣ ପତ୍ର ବଣ୍ଟନ

ବାଲିଗୁଡା ଏନଏସିରେ ଭୂମିହୀନ ବସ୍ତି ବାସୀଙ୍କୁ ବିଧାୟକଙ୍କ ଭୂମି ପ୍ରମାଣ ପତ୍ର ବଣ୍ଟନ

ରିପୋର୍ଟ: ବିଭୁତି ଲହରିଆ //
ବାଲିଗୁଡା (୧୭/୧୦): ବାଲିଗୁଡା ଏନଏସି ରେ ଦୀର୍ଘ ଦିନ ରୁ ବସବାସ କରୁଥିବା ଭୂମି ହୀନ ବସ୍ତି ବାସିନ୍ଦାଙ୍କୁ ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ ତରଫରୁ ଜାଗା ମିଶନ ଜରିଆରେ ଭୂମି ଯୋଗ୍ୟତା ପ୍ରମାଣ ପତ୍ର ବସ୍ତିବାସୀଙ୍କୁ ପ୍ରଦାନ କରାଯାଉଛି ବିଭିନ୍ନ ୱାର୍ଡରେ ପର୍ଯ୍ୟୟ କ୍ରମେ |

ବାଲିଗୁଡା ବିଧାୟକ ଚକ୍ରମଣି କହିଁର ମୂଖ୍ୟ ଅତିଥିଭାବେ ଯୋଗ ଦେଇ ନୁଆସାହିର ୭, ସୁନାପାଙ୍ଗା,ଏବଂ ଦଣ୍ଡପଦର ରେ ଭୂମି ଯୋଗ୍ୟତା ପ୍ରମାଣ ପତ୍ର ବଣ୍ଟନ କରିଛନ୍ତି | ଏଥିରେ ବାଲିଗୁଡା ଉପଜିଲ୍ଲାପାଳ ତଥା ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଶୁଭଙ୍କର ମହାପାତ୍ର, ଏନଏସି ଅଧ୍ୟକ୍ଷ ଲୋକନାଥ ପାଢ଼ୀ ଅତିଥିଭାବେ ଯୋଗଦେଇ ଥିଲେ | ଏହି କାର୍ଯ୍ୟକ୍ରମରେ କାଉନସିଲର ଅର୍ଜୁନ ନାୟକ ଜୟନ୍ତୀ ଜେନା, ଶାନ୍ତିଲତା ନାୟକ ଉପସ୍ଥିତ ରହି ଭୂମି ପଟା ବଣ୍ଟନ କରିଥିଲେ |

ଏନଏସି କର୍ମଚାରୀ ମୁକେଶ ରଞ୍ଜନ ନାୟକ, ଜ୍ୟୋତି ରାଣୀ,ଅଭିଷେକ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ | ବାଲିଗୁଡା ଏନଏସି ରେ ପର୍ଯ୍ୟୟ କ୍ରମେ ୧୦୮୬ ଭୂମି ହୀନ ବସ୍ତି ବାସିନ୍ଦାଙ୍କୁ ଜାଗା ମିଶନ ଜରିଆରେ ପ୍ରମାଣ ପତ୍ର ପ୍ରଦାନ କରାଯାଉଥିବା ବାଲିଗୁଡା ଏନଏସି ଅଧ୍ୟକ୍ଷ ଲୋକ ନାଥ ପାଢ଼ୀ କହିଛନ୍ତି |

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

ଅଲୋଡ଼ା ଶିଶୁକନ୍ୟା କୁ ଅପଣେଇଲେ ବେଙ୍ଗାଲୁରର ଏକ ଦମ୍ପତି

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର, ତା୨୨-୧୦): ବଲାଙ୍ଗୀର ଆୟୁର୍ବେଦିକ କଲେଜ ନିକଟରୁ ଉଦ୍ଧାର ହୋଇଥିବା ଅଲୋଡ଼ା ଶିଶୁକନ୍ୟା ଏବେ ବେଙ୍ଗାଲୁରର ଏକ ଦମ୍ପତି ଆସି ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିଛନ୍ତି...

କାଲରାତ୍ରୀ ବେଶରେ ଦେଉଛନ୍ତି ଦର୍ଶନ, ଏହି ବେଶ ସବୁଠାରୁ ମହତ୍ତ୍ୱପୂର୍ଣ

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର (ତା୨୨-୧୦): ଆଜି ମା’ଙ୍କ କାଳରାତ୍ରୀ ବେଶ । ସହରର ସମଲେଶ୍ୱରୀ ମନ୍ଦିର, ପାଟଣେଶ୍ୱରୀ ମନ୍ଦିର, ଦୁର୍ଗା ମନ୍ଦିର ତଥା ଅନ୍ୟାନ୍ୟ ଦେବୀ ପୀଠରେ ଆଜି କାଳରାତ୍ରି...

ସ୍ଵାମୀ ଆକ୍ରମଣରେ ସ୍ତ୍ରୀ ଗୁରୁତର ଆହତ,ହତ୍ୟା ଉଦ୍ୟମ ଅଭିଯୋଗ

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର,ତା୨୧-୧୦): ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଜଏରପଡା ଗାଁର ଘଟିଛି ଏକ ଅଭାବନୀୟ ଘଟଣା । ନିଜ ସ୍ତ୍ରୀକୁ ଏକ ଧାରୁଆ ଅସ୍ତ୍ରରେ ହତ୍ୟା ଉଦ୍ୟମ...

ବନ୍ଦ୍ରୀ ଠାରୁ କଡିଙ୍ଗଗଡ଼ାପା ରାସ୍ତା ନିର୍ମାଣ ବିଳମ୍ବକୁ ନେଇ ଜନ ଅଶନ୍ତୋଷ

ରିପୋର୍ଟ: କୈଳାସ ମାଳବିଶୋୟୀ // ଚନ୍ଦ୍ରପୁର ତା୨୨-୧୦): ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ବନ୍ଦୀରି ଗ୍ରାମରୁ କଡିଙ୍ଗଗାଡ଼ପା ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତା ମରଣ ଯନ୍ତାରେ ପରିଣତ।ଗଲା ଏକ ବର୍ଷ ପୂର୍ବେ ଜନସାଧାରଣଙ୍କ ଦାବିକୁ ଲକ୍ଷରେ...

Recent Comments

%d bloggers like this: