ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର

0
72
ମହିଳାଙ୍କ ଗଳିତ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପୁରୀ, (୨୭/୧୦) : ପୁରୀରେ ଅଭାବନୀୟ ଘଟଣା । ସଦରଥାନା ଅଧୀନ ନୂଆଗାଁ ନିକଟ ନୂଆନଇ ପଠାରୁ ଜଣେ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର କରିଛି ପୁରୀ ସଦରଥାନା ପୋଲିସ

ମୃତଦେହ ଉଦ୍ଧାର ସମୟରେ ମହିଳାଙ୍କ ଦେହରେ କେବଳ ଅନ୍ତଃବସ୍ତ୍ର ଥିବା ବେଳେ ତାଙ୍କ ଶରୀରର ହାତ ଓ ବେକରେ ଗଭୀର ଆଘାତ ଲାଗିଥିବା ପୋଲିସ ଜାଣିବାକୁ ପାଇଛି । ତେବେ ସ୍ଥାନୀୟ ଗ୍ରାମବାସୀ ମହିଳାଙ୍କ ଗଳିତ ମୃତଦେହ ଦେଖି ସଦରଥାନା ପୋଲିସକୁ ଖବର ଦେଇଥିଲେ । ସଦର ଏସଡିପିଓ ଓ ସାଇନଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଓ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ତେବେ ମହିଳାଙ୍କୁ ଦିନେ କିମ୍ବା ଦୁଇଦିନ ପୂର୍ବରୁ ହତ୍ୟା କରି ନୂଆନଇ ପଠାରେ ଫୋପଡା ଯାଇଥିବା ପୋଲିସ ଅନୁମାନ କରୁଛି । ମହିଳାଙ୍କ ପରିଚୟ ମିଳିନଥିବା ବେଳେ ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।