Friday, March 29, 2024

Top 5 This Week

Related Posts

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ପ୍ରଥମେ ବଚସା ପରେ ଆକ୍ରମଣ, ଜଣେ ମୃତ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଞ୍ଜାମ, (୨୭/୧୦) : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ପ୍ରଥମେ ବଚସା ଓ ପରେ, କାତି ଓ ଠେଙ୍ଗାରେ ସଂଘବଦ୍ଧ ଆକ୍ରମଣ । ଶେଷରେ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ଘଟିଛି ।

ମୃତକ ଜଣକ ହେଲେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା କରଚୁଲି ଗ୍ରାମର ସୁଶାନ୍ତ ପାତ୍ର । ସୂଚନା ଅନୁସାରେ ସୁଶାନ୍ତ ରକ୍ତ ଜୁଡୁବୁଡୁ ଅବସ୍ଥାରେ କରଚୁଲି-କିରିଆମ୍ବା ରାସ୍ତାରେ ପଡିଥିବାର ଖବର ପାଇ ପରିବାର ଲୋକେ ପୋଲିସକୁ ଜଣାଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ବୁଗୁଡ଼ା ମେଡିକାଲରେ ଭର୍ତ୍ତି କରିଥିଲେ । ଚିକତ୍ସାଧୀନ ଅବସ୍ଥାରେ ବିଳମ୍ବିତ ରାତିରେ ଯୁବକଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ପରିବାର ଲୋକଙ୍କ ଏତଲାକୁ ଆଧାର କରି ପୋଲିସ ୩ ଜଣକୁ ଅଟକ ରଖି ତଦନ୍ତ ଚଳାଇଛି ।

Popular Articles