Friday, March 29, 2024

Top 5 This Week

Related Posts

ଏସ୍ ପି ମାଙ୍ଗେଇ ଗମାଙ୍ଗ ଆଶ୍ରମରେ ବୃନ୍ଦାବତୀ – ତୁଳସୀର ମହତ୍ତ୍ଵ ସମ୍ବନ୍ଧରେ ଧର୍ମଚର୍ଚ୍ଚା

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୨୭/୧୦) : ଆଜି ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ ଅନ୍ତର୍ଗତ ଟିଟିମିରି ପଞ୍ଚାୟତର ୧୪ଟି ଗ୍ରାମର ଛାତ୍ରଛାତ୍ରୀ ଓ ଆଦିବାସୀ ମାନଙ୍କୁ ନେଇ ଏସ୍ ପି ମାଙ୍ଗେଇ ଗମାଙ୍ଗ ଆଶ୍ରମରେ ତୁଳସୀର ମହତ୍ତ୍ଵ ସମ୍ବନ୍ଧରେ ଧର୍ମ ଚର୍ଚ୍ଚା ହେଉଥିଲା ।WhatsApp Image 2023-10-27 at 10.25.17

ପାର୍ବଣ ଛୁଟିରେ ଘରକୁ ଆସିଥିବା ଶହଶହ ଛାତ୍ର ଛାତ୍ରୀ ଏହି ସଭାରେ ଯୋଗଦେଇ ତୁଳସୀର ମାହାତ୍ମ୍ୟ , ଆଦିବାସୀ ଭାଷା, ସଂସ୍କୃତି, ଲିପି, ଆଚାର, ବ୍ୟବହାର ସମ୍ବନ୍ଧରେ ଜ୍ଞାନ ଆହରଣ କରିଥିଲେ । ଏହି ସଭାରେ ଚକ୍ରପାଣି ଶବର, ବଳରାମ ଶବର, ପିର ଶବର, ମାଧବ ଶବର ପ୍ରମୁଖ ଯୋଗ ଦେଇ ପବିତ୍ର କାର୍ତ୍ତିକ ମାସରେ ତୁଳସୀର ମହତ୍ତ୍ଵ ବଖାଣିବା ସହ ଆଦିବାସୀ ଭାଷା ଓ ସଂସ୍କୃତିର ପ୍ରଚାର ପ୍ରସାର କରିବାକୁ ପରାମର୍ଶ ଦେଇଥିଲେ । ଧିରେ ଧିରେ ମଣିଷ ଆଧୁନିକତାର ଚାକଚକ୍ୟରେ ନିଜ ସଂସ୍କୃତି ଓ ପରମ୍ପରାକୁ ଭୁଲି ପାଶ୍ଚାତ୍ୟ ସଂସ୍କୃତିକୁ ଆପଣାଉଥିଵା ବେଳେ, ଆଦିବାସୀ ମାନଙ୍କ ଏପରି ଧର୍ମ ସଭାର ଆୟୋଜନ କରି ଆଗାମୀ ପିଢ଼ିକୁ ନିଜ ଭାଷା, ସଂସ୍କୃତି ଓ ପରମ୍ପରା ସହ ଯୋଡ଼ି ରଖିବା ପ୍ରୟାସ ସତରେ ପ୍ରଶଂସନୀୟ । ବିଶେଷ କରି ଆଜିର ଏହି ସଭାରେ ବୃକ୍ଷ ମଧ୍ୟରେ ଶ୍ରେଷ୍ଠ ତୁଳସୀ ବୃକ୍ଷର ମହତ୍ତ୍ଵ ଓ ମାହାତ୍ମ୍ୟ ସମ୍ବନ୍ଧରେ ଆଲୋଚନା ହୋଇଥିଲା । ପ୍ରତି ହିନ୍ଦୁଙ୍କ ଆରାଧ୍ୟ ଦେବୀ ହେଲା ତୁଳସୀ ।

କଥାରେ ଅଛି ତୁଳସୀ ମୂଳରେ ଗଙ୍ଗା, ଡାଳରେ ବିଷ୍ଣୁ ଓ ପତ୍ରରେ ଦେବତା ବାସ କରନ୍ତି । ତାରି ଯୁଗରେ ତୁଳସୀର ମହତ୍ତ୍ଵ ଅବର୍ଣ୍ଣନୀୟ । ମାନ୍ୟତା ଅଛି ପ୍ରାତଃ ରେ ତୁଳସୀ ଦର୍ଶନ କଲେ ସକଳ ପାପ କ୍ଷୟ ହେଵା ସହ ତୁଳସୀ ଜଳ ପାଇଲେ ଯମ ଦଣ୍ଡରୁ ତ୍ରାହି ମିଳେ । ଆଜିର ଏହି ସଭାରେ ଛାତ୍ରଛାତ୍ରୀ ମାନଙ୍କୁ ନିଜ ମାତୃଭାଷା ଶବର ଭାଷାକୁ ପ୍ରାଧାନ୍ୟ ଦେଇ ଶବର ଲିପି ସାମ୍ପେଙ୍ଗ ମାଧ୍ୟମରେ ଲେଖାଲେଖି କରି ଏହାକୁ ସର୍ବବ୍ୟାପୀ କରିବାକୁ ପରାମର୍ଶ ଦିଆଯାଇଥିଲା । ପ୍ରତିବର୍ଷ କାର୍ତ୍ତିକ ମାସରେ ଏଭଳି ସଭାର ଆୟୋଜନ କରାଯାଉଥିବା ବେଳେ ଚଳିତ ବର୍ଷ ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନଙ୍କୁ ସାମିଲ କରି ସେମାନଙ୍କୁ ଆଧ୍ୟାତ୍ମିକ ଦିଗରେ ସଚେତନ କରିବା ପ୍ରୟାସକୁ ବୁଦ୍ଧିଜୀବୀମାନେ ସ୍ବାଗତ କରିଥିଲେ ।

Popular Articles