Friday, October 23, 2020
Home Death Case ତେଲ ନଦୀ ରେ ଦୁଇ ନିଖୋଜ ଭଉଣୀ ଙ୍କ ମୃତ ଦେହ ଉଦ୍ଧାର

ତେଲ ନଦୀ ରେ ଦୁଇ ନିଖୋଜ ଭଉଣୀ ଙ୍କ ମୃତ ଦେହ ଉଦ୍ଧାର

ରିପୋର୍ଟ: ସନ୍ତୋଷ କୁମାର ନାୟକ //
ବଲାଙ୍ଗୀର, ତା୧୭-୧୦): ତୁଷୁରା ଅଂଚଳର ବହୁ ଚର୍ଚିତ ଅନମୋଲ ଅଗ୍ରୱାଲ ଏବଂ ଆଂଚଳ ଅଗ୍ରୱାଲଙ୍କ ନିଖୋଜ ମିଷ୍ଟ୍ରିର ଆଜି ଏକ ପ୍ରକାର ପୁର୍ନଛେଦ ପଡିଛି | ଦୁଇ ଭଉଣୀଙ୍କ ମୃତ ଦେହ ତେଲ ନଦୀର ବିଭିନ୍ନ ପଠାରୁ ଉଦ୍ଧାର କରିଛି ପୋଲିସ ସହ ଓଡ୍ରାଫ ଟିମ ।

ଗତ ୧୫ତାରିଖରୁ ତୁଷୁରା ‌ସ୍ଥିତ ତେଲନଦୀ ବ୍ରିଜରୁ ନଦୀକୁ ଡେଇଁ ନିଖୋଜ ହୋଇ ଯାଇଥିବା ୨ଭଉଣୀଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ସୋନପୁର ଜିଲ୍ଲା ତରଭା ସିଂହାଣୀ ପଞ୍ଚାୟତ ବଡ଼କେନ୍ଦା ନଦୀ କୂଳରୁ ଭାସମାନ ଅବସ୍ଥାରେ ଠାବ ହୋଇ ଥିବା ବେଳେ ବଡ଼ ଭଉଣୀ ଅନମୋଲ ଅଗ୍ରୱାଲଙ୍କ ମୃତ ଦେହ ବୌଦ୍ଧ ଜିଲ୍ଲା ବଉଁସୁଣୀ ନିକଟସ୍ଥ ତେଲ ନଦୀ ପଠାରୁ ଉଦ୍ଧାର ହୋଇଥିବା ସୂଚନା ମିଳିଛି | ତେବେ ବଡ଼କେନ୍ଦ ଘାଟରୁ ଉଦ୍ଧାର ହୋଇଥିବା ମୃତା ଯୁବତୀ ଆଞ୍ଚଲ ଅଗ୍ରୱାଲା ବୋଲି ପୁଲିସ‌ ସୂତ୍ରରୁ ଜଣାପଡ଼ିଛି । ତେବେ ତାଙ୍କ ଭଉଣୀ ଅନମୋଲଙ୍କ ମୃତ ଦେହ ସେହି ସ୍ଥାନରୁ ଆହୁରୀ ଆଗକୁ ବାଉଶୁଣି ନିକଟସ୍ଥ ତେଲ ନଦୀ ପଠାରୁ ଉଦ୍ଧାର କରାଯାଇଥିବା ସୂଚନା ରହିଛି | ଗତ ୧୫ତାରିଖ ଦିନ ନିଜ ପରିବାରକୁ ପାଖ ଦୋକାନକୁ ଯିବା କହି ଦୁଇ ଭଉଣୀ ଏକ ସ୍କୁଟି ଯୋଗେ ଦଶ କିଲୋମିଟର ଦୁର ତେଲ ନଦୀ ବ୍ରିଜ ଉପରକୁ ଆସି ସ୍କୁଟି ରଖି ଦୁଇ ଭଉଣୀ ତେଲ ନଦୀ ବ୍ରିଜ ଉପରେ ରହିଥିବା କେତେକ ଲୋକେ ଦେଖିଥିଲେ । ହେଲେ କିଛି ସମୟ ମଧ୍ୟରେ ବ୍ରିଜ ଉପରେ କେବଳ ସ୍କୁଟି ଓ ଚପଲ ଦୁଇ ଯୋଡ଼ା ରହିଥିବା ବେଳେ ଦୁଇ ଯୁବତୀଙ୍କ ପତ୍ତା ମିଳି ନ ଥିଲା ।

ଏମିତି କି ସେମାନେ ଏକ ପର୍ସ ଧରିଥିବା ବେଳେ ମୋବାଇଲ ଧରି ଥିବା ଲୋକେ ଦେଖିବାକୁ ପାଇଥିଲେ | ହେଲେ କେବଳ ସ୍କୁଟି ଓ ଚପଲ ବ୍ରିଜ ଉପରେ ଥିବା ବେଳେ ଦୁଇ ଭଉଣୀ ସହ ପର୍ସ ଏବଂ ମୋବାଇଲ ନ ଥିଲା | ଲୋକେ ନଦୀ ଭିତରେ ଏକ ଶବ୍ଦ ଶୁଣିଥିବା ବେଳେ ଦୁଇ ଭଉଣୀ ନଦୀରେ ଡେଇଁ ପଡ଼ିଥିବା ସନ୍ଦେହ କରିଥିଲେ । ଏମିତି କି କେତେକ ଲୋକେ ନଦୀ ଭିତରେ ଜଣେ ଯୁବତୀଙ୍କ ହାତ ବି ଉପରକୁ ଉଠି ଥିବାଦେଖି ଦୁଇ ଭଉଣୀ ନଦୀ ଭିତରକୁ ଡେଇଁ ପଡ଼ିଥିବା ଅନୁମାନ କରିଥିଲେ । ତେବେ ଦୁଇ ଭଉଣୀ ଏକା ସାଙ୍ଗରେ ବ୍ରିଜ ଉପରୁ ତଳକୁ ଡେଇଁ ଆତ୍ମହତ୍ୟା କରିବା ଘଟଣାକୁ ସ୍ଥାନୀୟ ଲୋକେ ବିଶ୍ୱାସ କରୁନାହାନ୍ତି | କିଛି ଘଟଣା କ୍ରମରେ ଦୁଇ ଭଉଣୀ ନଦୀ ଭିତରେ ଖସି ଯାଇଥିବା ବା ପଡ଼ିଯାଇଥିବା ଅନୁମାନ କରାଯାଉଛି । ଏମିତି କି ବଡ଼ ଭଉଣୀ ବ୍ରିଜ ଉପରୁ ନଦୀରେ ଖସିପଡୁଥିବା ଦେଖି ନିଜ ଭଉଣୀକୁ ବଞ୍ଚାଇବାକୁ ଯାଇ ନିଜେ ନଦୀ ଭିତରକୁ ଡେଇଁ ପଡ଼ିଥିବା ଲୋକେ ସନ୍ଦେହ ପ୍ରକାଶ କରୁଛନ୍ତି | ତେବେ ଅନମୋଲ ଏବଂ ଆଂଚଳ ଅଗ୍ରୱାଲ ଆତ୍ମହତ୍ୟା ଘଟଣା କୁ ପରିବାର ଲୋକେ ବିଶ୍ୱାସ କରି ପାରୁ ନ ଥିବା କହିଛନ୍ତି । ଘରେ ଶାନ୍ତି ଓ ଭଲ ଉତ୍ତମ ମାହୋଲ ରହିଥିବା ବେଳେ ଦୁଇ ଭଉଣୀ ବେଶ ହସ ଖୁସିରେ ରହୁଥିଲେ | ଏମିତି ସ୍ଥଳେ କାହିଁକି ଦୁଇ ଭଉଣୀ ଆତ୍ମହତ୍ୟା କରିବେ ବୋଳି ପରିବାର ତରଫରୁ କୁହାଯାଉଛି । ସେପଟେ ଘରେ ପାଖ ଦୋକାନକୁ ଯିବା କହି ଦୁଇ ଭଉଣୀ ତୁଷୁରା କେମିତି ଆସିଲେ ଏବଂ ବ୍ରିଜ ଉପରେ କାହିଁକି ଛିଡା ହୋଇଥିଲେ,ସେ ନେଇ ରହସ୍ୟ ଉନ୍ମୋଚନ ହୋଇପାରିନାହିଁ । କେହି କେହି ପ୍ରେମ ସମ୍ପର୍କକୁ ନେଇ ଅନମୋଲ ଉଦାସ ରହୁଥିବା ବି ଚର୍ଚ୍ଚା କରୁଥିବା ବେଳେ ସେହି ସମୟରେ ବ୍ରିଜ ଉପରେ ଏକ ବୋଲେରୋ ବି ରହିଥିବା ବିଷୟ ତୁଷୁରା ଅଂଚଳରେ ବେଶ ଚର୍ଚ୍ଚା ହେଉଛି । ଯଦି ଏହି ଚର୍ଚ୍ଚାରେ ସତ୍ୟତା ଥାଏ ତ ସେହି ବୋଲେରୋ ସହ ଏହି ସ୍କୁଟିରେ ଥିବା ଦୁଇ ଭଉଣୀଙ୍କ ସହ କିଛି ସମ୍ପର୍କ ଥିଲା କି । ତାହା ଏବେ ଏକ ପ୍ରଶ୍ନ ବାଚୀ ସୃଷ୍ଟି କରିଛି | ନା ଉଭୟେ ତେଲ ନଦୀ ପଟେ ବୁଲିବାକୁ ଆସି ବ୍ରିଜ ଉପରେ ବସିଥିବା ବେଳେ ନଦୀ ଭିତରକୁ ଖସି ପଡ଼ିଥିଲେ | ନା ମୋବାଇଲ ରେ ସେଲ୍ଫି ନେଉଥିବା ବେଳେ ଗୋଟିଏ ଭଉଣୀ ନଦୀରେ ଖସି ପଡୁଥିବା ବେଳେ ବଞ୍ଚାଇବାକୁ ଯାଇ ଆଉ ଜଣେ ନଦୀ ଭିତରକୁ ଡେଇଁ ପଡ଼ିଥିଲେ ତାହା ବି ରହସ୍ୟମୟ ହୋଇ ରହିଛି । ଏବେ ମୃତ ଦୁଇ ଭଉଣୀଙ୍କ ଶବ ଉଦ୍ଧାର ହୋଇଥିବା ସୂଚନା ମିଳିଛି । ଶବ ଉଦ୍ଧାର ପରେ ଶବ କୁ ବ୍ୟବଚ୍ଛେଦ କରାଯିବ ଓ ଉକ୍ତ ରିପୋର୍ଟ ଆସିବା ପରେ ଏହି ଘଟଣାର କିଛି ରହସ୍ୟ ଉପରୁ ପରଦା ଉଠିବ. କିଂନ୍ତୁ ଏବେ ବି ଏହି ଘଟଣା ଏକ ରହସ୍ୟ ଘେରରେ ରହିଛି । ଘଟଣା ନା ଦୁର୍ଘଟଣା, ଆତ୍ମହତ୍ୟା ନା ପ୍ରେମ ପ୍ରତାରଣାର କରୁଣ ପରିସ୍ଥିତି ସେ ସବୁ ଏବେ କେବଳ ଚର୍ଚ୍ଚାର ବିଷୟ ସାଜିଛି. ତୁଷୁରା ପୋଲିସ, ବଲାଙ୍ଗୀର ପୋଲିସ ଉପରେ ଏବେ ସମସ୍ତଙ୍କ ନଜର ରହିଛି ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

ଅଲୋଡ଼ା ଶିଶୁକନ୍ୟା କୁ ଅପଣେଇଲେ ବେଙ୍ଗାଲୁରର ଏକ ଦମ୍ପତି

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର, ତା୨୨-୧୦): ବଲାଙ୍ଗୀର ଆୟୁର୍ବେଦିକ କଲେଜ ନିକଟରୁ ଉଦ୍ଧାର ହୋଇଥିବା ଅଲୋଡ଼ା ଶିଶୁକନ୍ୟା ଏବେ ବେଙ୍ଗାଲୁରର ଏକ ଦମ୍ପତି ଆସି ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିଛନ୍ତି...

କାଲରାତ୍ରୀ ବେଶରେ ଦେଉଛନ୍ତି ଦର୍ଶନ, ଏହି ବେଶ ସବୁଠାରୁ ମହତ୍ତ୍ୱପୂର୍ଣ

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର (ତା୨୨-୧୦): ଆଜି ମା’ଙ୍କ କାଳରାତ୍ରୀ ବେଶ । ସହରର ସମଲେଶ୍ୱରୀ ମନ୍ଦିର, ପାଟଣେଶ୍ୱରୀ ମନ୍ଦିର, ଦୁର୍ଗା ମନ୍ଦିର ତଥା ଅନ୍ୟାନ୍ୟ ଦେବୀ ପୀଠରେ ଆଜି କାଳରାତ୍ରି...

ସ୍ଵାମୀ ଆକ୍ରମଣରେ ସ୍ତ୍ରୀ ଗୁରୁତର ଆହତ,ହତ୍ୟା ଉଦ୍ୟମ ଅଭିଯୋଗ

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର,ତା୨୧-୧୦): ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଜଏରପଡା ଗାଁର ଘଟିଛି ଏକ ଅଭାବନୀୟ ଘଟଣା । ନିଜ ସ୍ତ୍ରୀକୁ ଏକ ଧାରୁଆ ଅସ୍ତ୍ରରେ ହତ୍ୟା ଉଦ୍ୟମ...

ବନ୍ଦ୍ରୀ ଠାରୁ କଡିଙ୍ଗଗଡ଼ାପା ରାସ୍ତା ନିର୍ମାଣ ବିଳମ୍ବକୁ ନେଇ ଜନ ଅଶନ୍ତୋଷ

ରିପୋର୍ଟ: କୈଳାସ ମାଳବିଶୋୟୀ // ଚନ୍ଦ୍ରପୁର ତା୨୨-୧୦): ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ବନ୍ଦୀରି ଗ୍ରାମରୁ କଡିଙ୍ଗଗାଡ଼ପା ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତା ମରଣ ଯନ୍ତାରେ ପରିଣତ।ଗଲା ଏକ ବର୍ଷ ପୂର୍ବେ ଜନସାଧାରଣଙ୍କ ଦାବିକୁ ଲକ୍ଷରେ...

Recent Comments

%d bloggers like this: