ରାଜ୍ୟ ପ୍ରଚାର କମିଟି ଅଧ୍ୟକ୍ଷଙ୍କ ପାରଳା ବିଧାନସଭା ସଭା କ୍ଷେତ୍ରରେ ସାଙ୍ଗଠନିକ ବୈଠକ

0
64
ରାଜ୍ୟ ପ୍ରଚାର କମିଟି

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୭/୧୦) : ରାଜ୍ୟ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ଙ୍କ ପାରଳା ବିଧାନସଭା ସଭା କ୍ଷେତ୍ର ରେ ବୈଠକ ଅନୁଷ୍ଠିତ ହୋଉଯାଇଛି ।

ଗତ ସୋମ ବାର ଦିନ ଗଜପତି ଜିଲ୍ଲା କାଶୀନଗର ବ୍ଲକ ର ପାର୍ଟଡା ଠାରେ କଂଗ୍ରେସ ଦଳର ସାଂଘାଠନିକ ବୈଠକ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥିଭାବେ ଶ୍ରୀ ବିଜୟ ପଟନାୟକ, ପାରଳାଖେମୁଣ୍ଡି ବିଧାନସଭା ପାଇଁ ଆଶାୟୀ ପ୍ରାର୍ଥୀ ନିଜ ସଂଘଠନ ସୁଦୃଢ କରିବା ପାଇଁ ଆଦିବାସୀ ଅଧ୍ୟୁଷିତ ପାର୍ଟଡା ଠାରେ ବୈଠକ କରିଥିଲେ, ବ୍ଲକ ସଭାପତି ଶ୍ରୀ ରାମ ପ୍ରସାଦ ପଟନାୟକ ଯୋଗ ଦେଇଥିଲେ । ପାର୍ଟଡା ପଞ୍ଚାୟତର କଂଗ୍ରେସର ନେତା ଜିକାରୀୟ ନାଇକା,ଗୁସିନ ମଣ୍ଡଳ, ଆୟୁବ ଭୂୟାଁ ଡିପନ ରୟିତ, ଗସିନ ରୟିତ ଙ୍କ ନେତୃତ୍ୱରେ ଶହ ଶହ ପୁରୁଷ ଓ ମହିଳା ଏହି ବୈଠକରେ ଯୋଗ ଦେଇଥିଲେ ।

ଆଗାମୀ ଦିନରେ କଂଗ୍ରେସ କୁ ମଜବୁତ କରିବା ଶହ ରାଜ୍ୟ ଓଁ କେନ୍ଦ୍ରରେ କଂଗ୍ରେସ ସରକାର ଗଠନ ପାଇଁ ସମସ୍ତେ ଏକଜୁଟ ହୋଇ କମ କରିବେ ବୋଲି ବୈଠକ ରେ ଆଲୋଚନା ହୋଇଥିଲା । ଏକଦା ଏହି ପଞ୍ଚାୟତ କଂଗ୍ରେସର ଗଡ଼ ହୋଇଥିଲା । ଏଠାରେ କଂଗ୍ରେସ କୁ ସୁଦୃଢ କରାଯିବ ବୋଲି ଶ୍ରୀ ଜିକାରୀୟ କହିଛନ୍ତି । ପୂର୍ବତନ ଜିଲ୍ଲା ସଭାପତି ଶ୍ରୀ ବିଭୁତି ପାତ୍ର, ବସନ୍ତ ପଣ୍ଡା ଯୋଗ ଦେଇଥିଲେ ।