Friday, October 23, 2020
Home District News ଗୋପବନ୍ଧୁ ସେବା ପରିଷଦ ପକ୍ଷରୁ ରକ୍ତଦାନ ଶିବିର ସହ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗୋପବନ୍ଧୁ ସେବା ପରିଷଦ ପକ୍ଷରୁ ରକ୍ତଦାନ ଶିବିର ସହ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

ରିପୋର୍ଟ: ଏନ ସନ୍ତୋଷ କୁମାର //
ବୈପାରୀଗୁଡା (୧୭/୧୦): ସ୍ଥାନୀୟ ସ୍ବେଛାସେବୀ ଅନୁଷ୍ଠାନ ଗୋପବନ୍ଧୁ ସେବା ପରିଷଦ ପକ୍ଷରୁ ବୈପାରୀଗୁଡା ପୁରୁଣା ମେଡିକାଲରେ ରକ୍ତଦାନ ଶିବିର ସହ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l

ଗୋପୁବନ୍ଧୁ ସେବା ପରିଷଦର ଉପାଧ୍ୟକ୍ଷ ରାଜେଶ୍ୱର ମହୁରିଆଙ୍କ ନେତୃତ୍ୱରେ ଆୟୋଜିତ ଉକ୍ତ କାଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ରଘୁରାମ ପଡାଲ, ସମ୍ମlନିୟ ଅତିଥି ମଧ୍ୟରୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ତୁଳସୀ କିରସାନି ଓ ବ୍ଲକ ଅଧକ୍ଷା ସରୋଜିନୀ କାଣ୍ଡିକି, ବ୍ଲକ ଉପାଧ୍ୟକ୍ଷ ତ୍ରିଲୋଚନ ଜେନା, ବୈପାରୀଗୁଡା ସରପଞ୍ଚ ଭାଗିରଥି ମୁରଜିଆ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ଃ ଅଧିରାଜ ସାହୁ ପ୍ରମୁଖ ଯୋଗଦେଇ ଥିଲେ l ଏଥିରେ ଆଶା ଅଙ୍ଗନବାଡି, ସ୍ୱାସ୍ଥ୍ୟ କର୍ମୀ ଓ ପୋଲିସ କର୍ମଚାରୀ ଓ ସାମ୍ବାଦିକଙ୍କୁ କେନ୍ଦ୍ର ସରକାର ଙ୍କ ଅନୁମୋଦିତ ୫୦୦ଟି ମାସ୍କ ବଣ୍ଟନ କରାଯାଇଥିଲା l

ତପୂର୍ବରୁ ଅନୁଷ୍ଠିତ ସ୍ବେଛାକୃତ ରକ୍ତଦାନ ଶିବିରକୁ ବ୍ଲକ ଅଧ୍ୟକ୍ଷା ସରଜିନି କାଣ୍ଡକି ଯୋଗଦେଇ ଉଦଘାଟନ କରିଥିଲେ ମୋଟ ୨୮ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲେ l ଏହି କାଯ୍ୟକ୍ରମରେ ଗୋପୁବନ୍ଧୁ ସେବା ପରିଷଦର ସମସ୍ତ କର୍ମକର୍ତା ସହଯୋଗ କରିଥିଲେ l

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

ଅଲୋଡ଼ା ଶିଶୁକନ୍ୟା କୁ ଅପଣେଇଲେ ବେଙ୍ଗାଲୁରର ଏକ ଦମ୍ପତି

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର, ତା୨୨-୧୦): ବଲାଙ୍ଗୀର ଆୟୁର୍ବେଦିକ କଲେଜ ନିକଟରୁ ଉଦ୍ଧାର ହୋଇଥିବା ଅଲୋଡ଼ା ଶିଶୁକନ୍ୟା ଏବେ ବେଙ୍ଗାଲୁରର ଏକ ଦମ୍ପତି ଆସି ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିଛନ୍ତି...

କାଲରାତ୍ରୀ ବେଶରେ ଦେଉଛନ୍ତି ଦର୍ଶନ, ଏହି ବେଶ ସବୁଠାରୁ ମହତ୍ତ୍ୱପୂର୍ଣ

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର (ତା୨୨-୧୦): ଆଜି ମା’ଙ୍କ କାଳରାତ୍ରୀ ବେଶ । ସହରର ସମଲେଶ୍ୱରୀ ମନ୍ଦିର, ପାଟଣେଶ୍ୱରୀ ମନ୍ଦିର, ଦୁର୍ଗା ମନ୍ଦିର ତଥା ଅନ୍ୟାନ୍ୟ ଦେବୀ ପୀଠରେ ଆଜି କାଳରାତ୍ରି...

ସ୍ଵାମୀ ଆକ୍ରମଣରେ ସ୍ତ୍ରୀ ଗୁରୁତର ଆହତ,ହତ୍ୟା ଉଦ୍ୟମ ଅଭିଯୋଗ

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର,ତା୨୧-୧୦): ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଜଏରପଡା ଗାଁର ଘଟିଛି ଏକ ଅଭାବନୀୟ ଘଟଣା । ନିଜ ସ୍ତ୍ରୀକୁ ଏକ ଧାରୁଆ ଅସ୍ତ୍ରରେ ହତ୍ୟା ଉଦ୍ୟମ...

ବନ୍ଦ୍ରୀ ଠାରୁ କଡିଙ୍ଗଗଡ଼ାପା ରାସ୍ତା ନିର୍ମାଣ ବିଳମ୍ବକୁ ନେଇ ଜନ ଅଶନ୍ତୋଷ

ରିପୋର୍ଟ: କୈଳାସ ମାଳବିଶୋୟୀ // ଚନ୍ଦ୍ରପୁର ତା୨୨-୧୦): ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ବନ୍ଦୀରି ଗ୍ରାମରୁ କଡିଙ୍ଗଗାଡ଼ପା ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତା ମରଣ ଯନ୍ତାରେ ପରିଣତ।ଗଲା ଏକ ବର୍ଷ ପୂର୍ବେ ଜନସାଧାରଣଙ୍କ ଦାବିକୁ ଲକ୍ଷରେ...

Recent Comments

%d bloggers like this: