Friday, October 23, 2020
Home District News ଭାରତୀୟ ମୋଜଦୂର ସଂଘ ଦ୍ୱାରା ୧୪ଦଫା ଦାବି ପତ୍ର ପ୍ରଦାନ

ଭାରତୀୟ ମୋଜଦୂର ସଂଘ ଦ୍ୱାରା ୧୪ଦଫା ଦାବି ପତ୍ର ପ୍ରଦାନ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡା (୧୭/୧୦): ଭାରତୀୟ ମୋଜଦୂର ସଂଘ ଦ୍ୱାରା ପରିଚାଳିତ, ରାୟଗଡ଼ା ଜିଲ୍ଲା ସଫେଇ ମୋଜଦୂର ସଂଘ ନେତୃତ୍ୱରେ ରାୟଗଡ଼ା ପୌର ପରିଷଦରେ କାର୍ଯ୍ୟରତ ସଫେଇ କର୍ମଚାରୀ ମାନେ ୧୪ଦଫା ଦାବି ନେଇ ମାନ୍ୟବର ଜିଲ୍ଲାପାଳ ରାୟଗଡ଼ାଙ୍କୁ ପ୍ରଦାନ କରିଛନ୍ତି।

ଉକ୍ତ କାର୍ଯ୍ୟକ୍ରମରେ ଭାରତୀୟ ମୋଜଦୂର ସଂଘର ଜିଲ୍ଲା ସଭାପତି ଯୋଗେଶ୍ୱର ଦାସ, ସମ୍ପାଦକ ଖଗେଶ୍ୱର ସିଂ, ରାୟଗଡ଼ା ବ୍ଲକ ସଭାପତି ଗୋପୀନାଥ ଗୌଡ଼, ଏବଂ ଦୁର୍ଗାମାଧବ ଘୋଷ ଓ ସଫେଇ ମୋଜଦୂର ସଂଘର ସଭାପତି ଏମ. ରାମ ବାବୁ, ଉପ ସଭାପତି ଝୁନୁ ସାମଲ, ଯୁବତୀ ଖୁରା ସମ୍ପାଦକ ଲକ୍ଷ୍ମୀକାନ୍ତ କୁମାର, ଉପସ୍ଥିତ ରହି ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡାଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ। ଉକ୍ତ ଦାବି ମଧ୍ୟରେ ମୁଖ୍ୟତଃ ପୌର ପରିଷଦ ଅଧୀନରେ ସମସ୍ତ ଶ୍ରମିକ ଶ୍ରମିକାଙ୍କୁ ଠିକ ଭାବେ ମଜୁରୀ ପ୍ରଦାନ। ସମସ୍ତ ସଫେଇ କର୍ମଚାରୀଙ୍କୁ ତୁରନ୍ତ ସପ୍ତମ ବେତନ ଲାଗୁ କରାଯାଉ। ନିର୍ଦ୍ଧିଷ୍ଠ ସମୟ ସୀମା ମଧ୍ୟରେ ଦରମା ବ୍ୟାଙ୍କ ଖାତାରେ ଜମା କରାଯାଉ। ତିନି କିଲମିଟରରୁ ଅଧିକ ଯାତାୟାତ କରୁଥିବା ଶ୍ରମିକ ମାନଙ୍କୁ ଯାତାୟାତ ଖର୍ଚ୍ଚ ପ୍ରଦାନ କରାଯାଉ। ଶ୍ରମିକ ମାନଙ୍କ ଦେହ ଅସୁସ୍ଥ ହେଲେ ପୌର ପରିଷଦ ସମସ୍ତ ଖର୍ଚ୍ଚ ବହନ କରିବ, ସ୍ତ୍ରୀ ଓ ପୁରୁଷଙ୍କୁ ସମାନ କାମକୁ ସମାନ ଦରମା ପ୍ରଦାନ କରାଯାଉ, ଶ୍ରମିକ ମାନଙ୍କୁ କୋଭିଡ୧୯ ର ସମସ୍ତ ସୁବିଧା ପ୍ରଦାନ କରାଯାଇ ମାସିକ ପାଞ୍ଚ ହଜାର ଟଙ୍କା ଭତ୍ତା ପ୍ରଦାନ କରାଯାଉ | ସମସ୍ତ କର୍ମଚାରୀଙ୍କୁ ପରିଚୟ ପତ୍ର,ଜୋତା, ହେଲମେଟ ପ୍ରଦାନ କରାଯାଉ। ପର୍ବ ପର୍ବାଣିରେ ବନସ ପ୍ରଦାନ କରାଯାଉ, ପିଏଫ ଓ ଏସଆଇ ପ୍ରଦାନ କରିବା ସହ ବହୁତ ଦିନ ଧରି କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ପୌର ପରିଷଦ ପରିଷଦ କର୍ମଚାରୀଭାବେ ଘୋଷଣା କରାଯାଉ। ଠିକା ସଂସ୍ଥାକୁ ପୌର ପରିଷଦରେ ବନ୍ଦ କରି ସ୍ଥାୟୀ କର୍ମଚାରୀ ଭାବେ ଘୋଷଣା କରାଯାଉ। ଉକ୍ତ ଦାବି ଗୁଡିକ ଯଥାଶୀଘ୍ର ପଦକ୍ଷେପ ନ ହେଲେ ଭାରତୀୟ ମୋଜଦୂର ସଂଘ ଆଗାମୀ ଦିନରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛନ୍ତି।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

ଅଲୋଡ଼ା ଶିଶୁକନ୍ୟା କୁ ଅପଣେଇଲେ ବେଙ୍ଗାଲୁରର ଏକ ଦମ୍ପତି

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର, ତା୨୨-୧୦): ବଲାଙ୍ଗୀର ଆୟୁର୍ବେଦିକ କଲେଜ ନିକଟରୁ ଉଦ୍ଧାର ହୋଇଥିବା ଅଲୋଡ଼ା ଶିଶୁକନ୍ୟା ଏବେ ବେଙ୍ଗାଲୁରର ଏକ ଦମ୍ପତି ଆସି ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିଛନ୍ତି...

କାଲରାତ୍ରୀ ବେଶରେ ଦେଉଛନ୍ତି ଦର୍ଶନ, ଏହି ବେଶ ସବୁଠାରୁ ମହତ୍ତ୍ୱପୂର୍ଣ

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର (ତା୨୨-୧୦): ଆଜି ମା’ଙ୍କ କାଳରାତ୍ରୀ ବେଶ । ସହରର ସମଲେଶ୍ୱରୀ ମନ୍ଦିର, ପାଟଣେଶ୍ୱରୀ ମନ୍ଦିର, ଦୁର୍ଗା ମନ୍ଦିର ତଥା ଅନ୍ୟାନ୍ୟ ଦେବୀ ପୀଠରେ ଆଜି କାଳରାତ୍ରି...

ସ୍ଵାମୀ ଆକ୍ରମଣରେ ସ୍ତ୍ରୀ ଗୁରୁତର ଆହତ,ହତ୍ୟା ଉଦ୍ୟମ ଅଭିଯୋଗ

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର,ତା୨୧-୧୦): ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଜଏରପଡା ଗାଁର ଘଟିଛି ଏକ ଅଭାବନୀୟ ଘଟଣା । ନିଜ ସ୍ତ୍ରୀକୁ ଏକ ଧାରୁଆ ଅସ୍ତ୍ରରେ ହତ୍ୟା ଉଦ୍ୟମ...

ବନ୍ଦ୍ରୀ ଠାରୁ କଡିଙ୍ଗଗଡ଼ାପା ରାସ୍ତା ନିର୍ମାଣ ବିଳମ୍ବକୁ ନେଇ ଜନ ଅଶନ୍ତୋଷ

ରିପୋର୍ଟ: କୈଳାସ ମାଳବିଶୋୟୀ // ଚନ୍ଦ୍ରପୁର ତା୨୨-୧୦): ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ବନ୍ଦୀରି ଗ୍ରାମରୁ କଡିଙ୍ଗଗାଡ଼ପା ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତା ମରଣ ଯନ୍ତାରେ ପରିଣତ।ଗଲା ଏକ ବର୍ଷ ପୂର୍ବେ ଜନସାଧାରଣଙ୍କ ଦାବିକୁ ଲକ୍ଷରେ...

Recent Comments

%d bloggers like this: