ମାଁ ଦୁର୍ଗାଙ୍କ ଘଟ ବିସର୍ଜନ କାର୍ଯ୍ୟକ୍ରମ ସହ ଭସାଣୀ ନେଇ ସ୍ଵତନ୍ତ୍ର ଚୁଡାନ୍ତ ପ୍ରସ୍ତୁତି

0
44
ମାଁ ଦୁର୍ଗାଙ୍କ ଘଟ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୨୬/୧୦) : ଟିଟିଲାଗଡ ଚଳିତ ବର୍ଷ ଦେବୀ ଦୁର୍ଗାଙ୍କ ଘଟ ବିସର୍ଜନ କାର୍ଯ୍ୟକ୍ରମର ଶୋଭାଯାତ୍ରା, ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ ହାଟପଦା ପଡ଼ା ଦୁର୍ଗା ପୂଜା କମିଟି ଓ ଐତିହାସିକ ଅନ୍ୟ ତମ ଦେବୀ ମାଁ ଘଣ୍ଟାଶୁଣିଙ୍କ ପୀଠ ସହ ସଂଯୋଗ ରହିଛି ।WhatsApp Image 2023-10-26 at 00.45.15

ଚଳିତ ବର୍ଷ ଅନୁରୂପ ଭାବେ ଏହି ଯାତ୍ରା ସମ୍ପନ୍ନ ହୋଇଥିବା ବେଳେ ମାଁଙ୍କୁ ବିସର୍ଜନ ବା ଭସାଣି ନେଇ ପ୍ରାସାସନିକ କାର୍ଯ୍ୟସୂଚୀ ନିର୍ଧାରିତ ହୋଇଛି । ସ୍ଥାନୀୟ ଉପ ଜିଲ୍ଲାପାଳ, ଉପଖଣ୍ଡ ଆରକ୍ଷୀ ଅଧିକାରୀ, ଟିଟିଲାଗଡ ଥାନା ଅଧିକାରୀ, ତଥା ଅଗ୍ନିଶମ ବିଭାଗ, ସ୍ଵାସ୍ଥ୍ୟ ବିଭାଗ, ଅବକାରୀ ବିଭାଗ ତରଫରୁ ଚୁଡାନ୍ତ ପର୍ଯ୍ୟାୟରେ ଏହି କାର୍ଯ୍ୟକ୍ରମ କିଭଳି ଶାନ୍ତି, ଶୃଙ୍ଖଳା ପରିସ୍ଥିତିରେ ସମ୍ପୂର୍ଣ ହେବ ତାହା ଧାର୍ଯ୍ୟ କରାଯାଇଥିବା ସୂଚନା ମିଳିଛି ।